CCI ରେ ଖାଲିପଡିଛି ଜଏଣ୍ଟ ଡାଇରେକ୍ଟର ଜେନେରାଲ ଏବଂ ଡେପୁଟି ଡାଇରେକ୍ଟର ଜେନେରାଲ ପଦବୀ, ତୁରନ୍ତୁ କରନ୍ତୁ ଆବେଦନ

Competition Commission of India (CCI) ରେ ଖାଲିପଡିଛି ପଦବୀ। ଆପଣ ଯଦି ଇଚ୍ଛୁକ ତେବେ ତୁରନ୍ତ କରନ୍ତୁ ଆବେଦନ। ଏଠାରେ ଜଏଣ୍ଟ ଡାଇରେକ୍ଟର ଜେନେରାଲ ଏବଂ ଡେପୁଟି ଡାଇରେକ୍ଟର ଜେନେରାଲ ପଦବୀ ଖାଲିପଡିଛି। CCI ଦ୍ୱାରା ପ୍ରାର୍ଥୀଙ୍କୁ ଆବେଦନ କରିବା ପାଇଁ କୁହାଯାଇଛି। ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ସିସିଆଇର ଅଧିକାରକ େଓ୍ଵବସାଇଟ୍‌ cci.gov.in କୁ ଯାଇ ଆବେଦନ କରିପାରିବେ।
ଆବେଦନ କରିବାର ଶେଷ ତାରିଖ ୧୫ ଫେବୃଆରୀ ୨୦୨୨ ରହିଛି।

ଯୋଗ୍ୟତା: ଆବେଦନ କରୁଥିବା ବ୍ୟକ୍ତି କେନ୍ଦ୍ର କିମ୍ବା ରାଜ୍ୟ ସରକାର, ସରକାରୀ କମ୍ପାନୀ କିମ୍ବା ସରକାରୀ ବିଶ୍ୱବିଦ୍ୟାଳ, ଏକାଡେମୀ, ସଂସ୍ଥା ଇତ୍ୟାଦିରେ କାମ କରୁଥିବା ଜରୁରୀ। ଯେଉଁ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଛନ୍ତି, ସେମାବେ ଅଫିସିଆଲ ସାଇଟକୁ ଯାଇ ଅଧିକାରକ ନୋଟିଫିକେସନ ଭଲ ଭାବେ ପଢିଦିଅନ୍ତୁ।

ପଦବୀ ବିବରଣୀ: ୧୨

ଜଏଣ୍ଟ ଡାଇରେକ୍ଟର ଜେନେରାଲ: ୪

ଡେପୁଟି ଡାଇରେକ୍ଟର ଜେନେରାଲ: ୮

ଶିକ୍ଷାଗତ ଯୋଗ୍ୟତା: ଦୁଇଟି ଯାକ ପଦରେ ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କ ଶିକ୍ଷାଗତ ଯୋଗ୍ୟତା ଆଇନ/ ଅର୍ଥଶାସ୍ତ୍ର/ବାଣିଜ୍ୟ/ ଫାଇନାନ୍ସ ବିଜନେସ ଆଡମିନିଷ୍ଟ୍ରେସନ ଆଣ୍ଡ ଆକାଉଣ୍ଟିଂ/ CA/CS/ କଷ୍ଟ ଆକାଉଣ୍ଟିଂ ଡିଗ୍ରୀ ରଖିଥିବା ଜରୁରୀ।

ଦରମା: ଜଏଣ୍ଟ ଡାଇରେକ୍ଟର ଜେନେରାଲ ମାସକୁ ୧,୨୩,୧୦୦/୨,୧୫,୯୦୦ ଟଙ୍କା ପାଇବେ।

ଡେପୁଟି ଡାଇରେକ୍ଟର ଜେନେରାଲ ମାସକୁ ୭୮,୮୦୦/୨୦,୯୦୦ ଟଙ୍କା ପାଇବେ।

କେମିତି କରିବେ ଆବେଦନ:

– ପ୍ରଥମେ ଅଫିସିଆଲ େଓ୍ଵବସାଇଟ୍‌ cci.gov.in ଯାଆନ୍ତୁ।

– ସେଠାରେ ଥିବାAdvertisement in the What’s News Section ଚେକ୍‌ କରନ୍ତୁ।

– ତା’ ପରେ Advertisement କୁ ଡାଉନଲୋଡ କରନ୍ତୁ।

– ଭଲଭାବେ ବିଜ୍ଞାପନକୁ ପଢିବା ପରେ ଆବେଦନ ପତ୍ର ପୂରଣ କରନ୍ତୁ।

– ଆବେଦନ ପତ୍ର ପୂରଣ କରିବା ପରେ ଆବେଦନ କରିବାର ତାରିଖ ପୂର୍ବରୁ ସବ୍‌ମିଟ୍‌ କରିଦିଅନ୍ତୁ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:

https://files.freshersnow.com/wp-content/uploads/2021/12/CCI-Deputy-Joint-Director-General-Vacancy.pdf