ଭାରତର ରାଜସ୍ୱ ବୃଦ୍ଧି ପାଇଁ ଆସିପାରେ ନୂଆ ପଲିସି, ନିର୍ଦ୍ଦିଷ୍ଟ ଅଧିକ ଆୟକାରୀଙ୍କ ପାଇଁ ଲାଗୁ ହେବାକୁ ଯାଉଛି କୋଭିଡ ସେସ

କେନ୍ୟୁଜ୍(ବ୍ୟୁରୋ):  ଏଥର ଲାଗିପାରେ କୋଭିଡ୍‌ ସେସ୍‌ । ଅଧିକ ଆୟକାରୀ ବ୍ୟକ୍ତି ଓ କର୍ପୋରେଟ କ୍ଷେତ୍ରରେ କୋଭିଡ଼ ସେସ ଲାଗୁ ହୋଇପାରେ । ଏହି ସେସ ୨ରୁ ୪ ପ୍ରତିଶତ ରହିବ । ଫେବ୍ରୁଆରୀ ୧ରେ ସାଧାରଣ ବଜେଟ୍‌ରେ ଏହି ନୂଆ ପଲିସି ଘୋଷଣା କରିପାରନ୍ତି କେନ୍ଦ୍ର ସରକାର। ଫଳରେ କରୋନା ଯୋଗୁ ଭୁଶୁଡ଼ି ପଡ଼ିଥିବା ଦେଶର ଅର୍ଥନୀତି ଟ୍ରାକକୁ ଫେରିପାରିବ। କୋଭିଡ଼ ସେସ ବଦଳରେ ଟ୍ୟାକ୍ସ ଲଗେଇବା ପାଇଁ ବିଜେଡି ଦାବି କରିଛି। କୋଭିଡ୍‌ ସେସ୍‌ ଲାଗୁ ହେଲେ ରାଜ୍ୟଗୁଡ଼ିକର କୌଣସି ଲାଭ ହେବନାହିଁ ବୋଲି ଦଳ କହିଛି ।

ସେପଟେ ଦରମା ପାଉଥିବା ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ଷ୍ଟାଣ୍ଡାର୍ଡ ଡିଡକ୍ସନ ସୀମା ବୃଦ୍ଧି ହୋଇପାରେ । ନିର୍ଦ୍ଦିଷ୍ଟ ଟିକସ ଦାତାଙ୍କ କ୍ଷେତ୍ରରେ ଷ୍ଟାଣ୍ଡାର୍ଡ ଡିଡକ୍ସନ ଲାଗୁ ହୋଇଥାଏ । ବେତନଭୋଗୀ କର୍ମଚାରୀ ଓ ପେନସନ ଭୋଗୀ ଆୟର ୪୦ ହଜାର ପର୍ଯ୍ୟନ୍ତ ଷ୍ଟାଣ୍ଡାର୍ଡ ଡିଡକ୍ସନ ଦାବି କରୁଥିଲେ । ପରବର୍ତ୍ତୀ ସମୟରେ ଏହା ୫୦ ହଜାର ଯାଏ ବୃଦ୍ଧି ହୋଇଥିଲା । ଆଗାମୀ ସାଧାରଣ ବଜେଟରୁ ଏହାକୁ ଏକ ଲକ୍ଷ ଯାଏ ବୃଦ୍ଧି କରାଯିବାର ସମ୍ଭାବନା ରହିଛି ।

କରୋନା ଯୋଗୁଁ ସାରା ଦେଶର ରାଜସ୍ୱ ସଂଗ୍ରହ କମିଛି । ଚଳିତ ମାସରୁ ସାରା ଦେଶରେ କୋଭିଡ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୩ କୋଟି ସ୍ୱାସ୍ଥ୍ୟକର୍ମୀଙ୍କୁ ମାଗଣାରେ ଟିକାକରଣ ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ଏସବୁକୁ ଦୃଷ୍ଟିରେ ରଖି କୋଭିଡ଼ ସେସ ଲାଗୁ କରିବା ପାଇଁ କେନ୍ଦ୍ର ସରକାର ବିଚାରବିମର୍ଶ କରୁଥିବା କୁହାଯାଉଛି

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.