ଗଞ୍ଜାମ : ନୂଆଁପଡା ଓ ଚାନ୍ଦପୁର ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଶୀଳାନ୍ୟାସ ଏବଂ ଉଦଘାଟନ କଲେ ଚିକିଟି ବିଧାୟିକା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀର ନୂଆଁପଡା ଓ ଚାନ୍ଦପୁର ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଶୀଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି ଚିକିଟି ବିଧାୟିକା ଉଷା ଦେବୀ। ଚାନ୍ଦପୁର ପଞ୍ଚାୟତର ଡଭାର ଗାଁରେ ବସୁଧା ଯୋଜନାରେ ଏକ ପାଣି ଟାଙ୍କିର ଶୀଳାନ୍ୟାସ କରିଥିବା ବେଳେ ବହୁପ୍ରତୀକ୍ଷିତ ବାହୁଦା ନଦୀ ଉପରେ ନାବାର୍ଡ ସହାୟତା ସାତ କୋଟି ଟଙ୍କା ବ୍ୟୟରେ ବ୍ରିଜ ଉଦଘାଟନ କରିଥିଲେ।
ଏହା ପରେ ବ୍ରିଜ ଉଭୟ ପାର୍ଶ୍ୱରେ ଅଲୋକୀକରଣ ଉଦଘାଟନ କରିବା ସହ ଚାଷୀମାନଙ୍କ ସକାଶେ ବିଜୁ କୃଷକ କଲ୍ୟାଣ ଯୋଜନାରେ ଉଠା ଜଳ ସେଚନ ପ୍ରକଳ୍ପ ଉଦଘାଟନ କରିଛନ୍ତି ବିଧାୟିକା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ବ୍ରିଜଟି ହେବା ଫଳରେ ସାତ ଖଣ୍ଡ ପଞ୍ଚାୟତ ପ୍ରାୟ ଦୁଇଶହରୁ ଊର୍ଦ୍ଧ୍ବ ଗାଁର ଜନସାଧାରଣ ଉପକୃତ ହୋଇପାରିବେ ।