ଭ୍ରାତୃହନ୍ତାକୁ ଆଜୀବନ କାରାଦଣ୍ଡାଦେଶ ଦେଲେ ଯାଜପୁର ଅତିରିକ୍ତ ଦୈାରାଜଜ, ଜମିବାଡି ପାଇଁ ସାନ ଭାଇକୁ ବଡ଼ ଭାଇର ହତ୍ୟା ମାମଲାରେ ରାୟ

ଯାଜପୁର ଟାଉନ(କେନ୍ୟୁଜ୍):  ଜମି ବାଡି ଲାଗି ବଡ ଭାଇ ନେଇଥିଲା ସାନ ଭାଇର ଜୀବନ । ଏଭଳି ଜଣେ ଭ୍ରାତୃହନ୍ତାକୁ ଆଜୀବନ କାରାଦଣ୍ଡାଦେଶ ଦେଲେ ଅତିରିକ୍ତ ଦୈାରାଜଜ। ଗତ ୨୦୧୬ ମସିହା ମାର୍ଚ୍ଚ ୧୫ ତାରିଖରେ ବୈରି ଥାନା ଅନ୍ତର୍ଗତ ଶାଳପଡା ଗ୍ରାମର ପ୍ରଫୁଲ ସାହୁଙ୍କୁ ତାଙ୍କ ବଡ ଭାଇ ସୁବାଷ ସାହୁ ଭୁଜାଲିରେ ହାଣି ହତ୍ୟା କରିଥିଲେ । ଜମି ଜମା ବିବାଦକୁ ନେଇ ହୋଇଥିଲା ଏହି ହତ୍ୟାକାଣ୍ଡ।

ଆଜି ୧୭ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଅତିରିକ୍ତ ଦୈାରାଜଜ ଅଭିଯୁକ୍ତକୁ ଆଜୀବନ ଦଣ୍ଡାଦେଶ ଦେଇଛନ୍ତି । ଏହା ସହ ମୃତକଙ୍କ ପତ୍ନୀଙ୍କୁ ଜୋରିମାନା ଆକାରରେ ୫୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଲେ। ଏହା ଅନାଦେୟ ହେଲେ ଆଉ ଏକ ବର୍ଷ ସଶ୍ରମ ଦଣ୍ଡାଦେଶ ନିର୍ଦ୍ଦେଶ ଦିଆଯାଇଥିବା ସରକାରୀ ଓକିଲ ସୂଚନା ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.