Below header

ଗଣତନ୍ତ୍ର ଦିବସରେ ହିଂସା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେଲେ ୨୪ ମାଓବାଦୀ, ଖୁସିରେ ଏସପିଙ୍କ ସହ ନାଚିଲେ

ମାଲକାନଗିରି(କେନ୍ୟୁଜ୍): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ଦନ୍ତେୱାଡା SP ଙ୍କ ନିକଟରେ ୨୪ ମାଓବାଦୀ ଆତ୍ମସମର୍ପଣ। ୭୨ ତମ ସାଧରଣତନ୍ତ୍ର ଦିବସରେ ଦନ୍ତେୱାଡା ପୋଲିସ କୁ ମିଳିଛି ବଡ଼ ସଫଳତା। ମାଓବାଦୀଙ୍କ ଆତ୍ମସମର୍ପଣ ଯୋଗୁଁ ଖୁସିରେ ଦନ୍ତେୱାଡା SP ଅଭିଷେକ ପହ୍ଲବ ମାଓବାଦୀ ଙ୍କ ସହ ନାଚିଲେ। ଦନ୍ତେୱାଡା ଜିଲ୍ଲାର ସବୁଠାରୁ ଦୁର୍ଗମ ଏବଂ ମାଓ ପ୍ରବଣ ଅଞ୍ଚଳ ଚିକପାଲ ଠାରେ ପ୍ରଥମ କରି ଉଡିଲା ତ୍ରିରଙ୍ଗା ପତାକା।

ପୂର୍ବରୁ ଏହି ଅଞ୍ଚଳ ମାଓବାଦୀଙ୍କ କବ୍ଜାରେ ଥିବା ବେଳେ ଆଜି ଏହି ଅଞ୍ଚଳରୁ ୨୪ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କୁ ଧରିବା ପାଇଁ ଥିବା ପୁରସ୍କାର ରାଶିକୁ ତୁରନ୍ତ ଆତ୍ମସମର୍ପଣ ମାଓବାଦୀଙ୍କୁ SP ଦେଇଥିଲେ।  ତେବେ ମାଓବାଦୀଙ୍କ ସରେଣ୍ଡର ପରେ ଖୁସିରେ ମାଓବାଦୀଙ୍କ ସହ ଥିବା ଛୋଟ ଛୋଟ କୁନି ପିଲାଙ୍କ ହାତରେ ହାତ ମିଶାଇ ପାରମ୍ପରିକ ଗୀତର ତାଳେ ତାଳେ ଦନ୍ତେୱାଡା SP ନାଚି ସେମାନଙ୍କ ସହ ଖୁସି ବାଣ୍ଟିଥିଲେ। ପୋଲିସର ଏଭଳି ପଦକ୍ଷେପ ଯୋଗୁଁ ଆଖ ପାଖ ଗାଁର ଶତାଧିକ ଲୋକ ଏକାଠି ହୋଇ ମାଓ ସଙ୍ଗଠନର ହାତ ଛାଡି ପୋଲିସ ସହିତ ସାମିଲ ହୋଇଥିଲେ।

ps dante wada

ତେଣୁ ଆଗାମୀ ଦିନରେ ଏହି ଜିଲ୍ଲାକୁ ସମ୍ପୁର୍ଣ୍ଣ ମାଓ ମୁକ୍ତ କରିବା ପାଇଁ ପୋଲିସ ଆଗରେ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବା ପାଇଁ ଆହ୍ବାନ ଦେଇଛନ୍ତି ଦନ୍ତେୱାଡା SP। ଆତ୍ମସମର୍ପଣ ନିୟମ ଅନୁଯାୟୀ  ସମସ୍ତଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପୋଲିସ ସବୁ ପ୍ରକାର ସୁବିଧା ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଦନ୍ତେୱାଡା SP ଆଭିଷେକ ପହ୍ଲବ। ବର୍ତ୍ତମାନ ସୁଦ୍ଧା ୨୭୨ ମାଓବାଦୀ ଆତ୍ମସମର୍ପଣ କରିସାରିଥିବାରୁ ଏଥିରେ ପ୍ରଭାବିତ ହୋଇ ପୋଲିସ ଆଗରେ ଆତ୍ମସମର୍ପଣ କରିସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.