ସ୍ପେଷାଲ ଡ୍ରାଇଭକୁ ସଫଳତା, ୮ ଦିନରେ ୮୯୪ ନିଖୋଜ ପିଲାଙ୍କୁ ଉଦ୍ଧାର କଲା ଓଡିଶା ପୋଲିସ

କେନ୍ୟୁଜ୍(ବ୍ୟୁରୋ):  ଓଡିଶା ପୋଲିସକୁ ଏକ ବଡ ସଫଳତା । ୮ ଦିରେ ଉଦ୍ଧାର ହେଲେ ୮୯୪ ନିଖୋଜ ପିଲା। କିଛି ଦିନ ତଳେ ସାରା ରାଜ୍ୟରେ ଯେଭଳି ପିଲା ଚୋରି ବଢିବାରେ ଲାଗିଥିଲା ତାହା ଓଡିଶା ପୋଲିସ ପାଇଁ ମୁଣ୍ଡବ୍ୟଥାର  କାରଣ ସାଜିଥିଲା। ଏହି ପୋଲିମାନଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବାକୁ ଓଡିଶା ପୋଲିସ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଥିଲା। ୧୮ ଜାନୁଆରୀରୁ ୨୫ ଜାନୁଆରୀ ସ୍ପୋଷାଲ ଡ୍ରାଇଭ୍ ମାଧ୍ୟମରେ ସାରା ରାଜ୍ୟରୁ ନିଖୋଜ ହୋଇଥିବା ୮୯୪ ପିଲାଙ୍କୁ ଉଦ୍ଧାର କରାଯାଇଛି।

୮୩୪ ମାମଲା ଆଧାରରେ ଏହି ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଏହି ସ୍ବତନ୍ତ୍ର ଅଭିଯାନରେ କେନ୍ଦ୍ରାପଡା ଜିଲ୍ଲାର ୧୨୭ ପିଲା  ଉଦ୍ଧାର କରାଯାଇଥିବା ବେଳେ ମୟୂରଭଞ୍ଜର ୧୧୧ ଏବଂ ବାଲେଶ୍ବରର ୮୮ ଜଣଙ୍କୁ ଉଦ୍ଧାର କରାଯାଇଛି ।  ବିଭିନ୍ନ ଜିଲ୍ଲା ଏସପି ମାନେ ଏହି କାର୍ଯ୍ୟରେ ସହଯୋଗ କରିଥିବାରୁ ଡିଜିପି ସେମାନଙ୍କୁ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.