Below header

ଭୁବନେଶ୍ବରରୁ ଭଡାରେ ଯାଇଥିଲେ କାର୍ ଡ୍ରାଇଭର, କିନ୍ତୁ କୋରାପୁଟ ବୋରିଗୁମ୍ମାରୁ ମିଳିଲା ମୃତ ଦେହ

କୋରାପୁଟ(କେନ୍ୟୁଜ୍): କୋରାପୁଟ ରାଜ୍ୟ ରାଜପଥ ଛତରଲା ଗାଁ ନିକଟ ଏକ ଜମି କଡରୁ ଜଣେ ଯୁବକଙ୍କ ଶବକୁ ଠାବ କରିଛି ବୋରିଗୁମ୍ମା ପୋଲିସ। ମୃତ ବ୍ୟକ୍ତି ଜଣକ ଭୁବନେଶ୍ୱର ଅଞ୍ଚଳର  ସୁଧୀର କୁମାର ସାହୁ ବୋଲି ଜଣାପଡିଛି। ସେ ଜଣେ ଗାଡି ଚାଳକ ହୋଇଥିବା ବେଳେ ଗତ ସୋମବାର ଦିନ ସେ ଭୁବନେଶ୍ୱରରୁ କୋରାପୁଟକୁ ଦୁଇଜଣ ଯାତ୍ରୀକୁ ଛାଡିବାକୁ ଆସିଥିଲେ। ହେଲେ ଗତକାଲି ତାଙ୍କର ଫୋନ ସୁଇଚ ଅଫ୍ ଥିବାରୁ ଭୁବନେଶ୍ବରରେ ଥିବା ପରିବାର ଲୋକ ସନ୍ଦେହ କରି ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ।ଆଉ ଏତଲା ପରେ ଖଣ୍ଡଗିରି ପୋଲିସ GPRS ଟ୍ରାକରେ ତାଙ୍କ ଲୋକେସନ କୋରାପୁଟ ବୋରିଗୁମ୍ମାରେ ଥିବା ଜାଣିବାକୁ ପାଇଥିଲା। ପରେ ରାୟଗଡାରେ ରହୁଥିବା ମୃତ ସୁଧୀରଙ୍କ ସାନଭାଇ କେଦାର ନାଥ ସାହୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ।

car driver

ତେବେ ଘଟଣା ସ୍ଥଳରେ ସୁଧୀରଙ୍କ କାର ଗାଏବ୍ ହୋଇଥିବା ବେଳେ ତାଙ୍କୁ  କିଏ ହତ୍ୟା କରି ଫପାଡି ଦେଇଥିଵା ସନ୍ଦେହ କରାଯାଉଛି । ଏହି ଘଟଣା କିପରି ଘଟିଛି ଓ ସୁଧିରଙ୍କ ମୃ‌ତ୍ୟୁ କିପରି ଘଟିଛି ତାହାର ଯାଞ୍ଚ କରୁଛି ବୋରିଗୁମ୍ମା ପୋଲିସ। ଘଟଣା ସ୍ଥଳରେ କୋରାପୁଟରୁ ସାଇଣ୍ଟିଫିକ୍ ଟିମ  ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଶବର କିଛି ଦୂରରେ ତାଙ୍କର ଜୋତା ବି ପଡିଛି। ତେବେ ଘଟଣା ସ୍ଥଳକୁ କିପରି ଆସିଲେ ସୁଧିର ଓ ତାଙ୍କର ମୃ‌ତ୍ୟୁ କିପରି ଘଟିଛି  ତାହାର ତଦନ୍ତ ଚାଲିଛି ବୋଲି ବୋରିଗୁମ୍ମା ଥାନାଧିକାରୀ ସଞ୍ଜୟ କୁମାର ମଣ୍ଡଳ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.