ୟୁଏଇ ଉତ୍ପାଦନ ବଢାଇବା ସଂକେତ ଯୋଗୁଁ ୧୮ ପ୍ରତିଶତ ଶସ୍ତା ହେଲା କ୍ରୁଡ ଅଏଲ୍‌, ବାରେଲ ପ୍ରତି ହେଲା ୧୧୦ ଡଲାର

ୟୁଏଇରେ ଉତ୍ପାଦନ କ୍ଷମତା ବଢାଇବା ସଂକେତ ଯୋଗୁଁ ବୈଷୟିକ ବଜାରରେ କ୍ରୁଡ ଅଏଲ ଦାମ୍‌ ରେକର୍ଡ ସ୍ତରରେ ୧୮ ପ୍ରତିଶତ ହ୍ରାସ ହୋଇଛି। ଏହି ହ୍ରାସ ଯୋଗୁଁ ବ୍ରେଣ୍ଟ କ୍ରୁଡ ୧୧୪ ଡଲାର ଏବଂ ଆମେରିକା ବେଞ୍ଚମାର୍କ ଡବ୍ଲ୍ୟୁଟିଆଇ ୧୧୦ ଡଲାର ପ୍ରତି ବାରେଲ ରହିଛି।

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ କ୍ରୁଡ ଅଏଲ ଦାମ୍‌ ପ୍ରଭାବିତ ହୋଇଛି। ଆଉ ଏଥିପାଇଁ ମାର୍ଚ୍ଚ ୭ ତାରିଖ ୨୦୨୨ରେ ୧୪ ବର୍ଷର ଉଚ୍ଚସ୍ତର ଦାମ୍‌ ୧୩୯.୧୩ ଡଲାର ପ୍ରତି ବାରେଲ ପହଞ୍ଚିଥିଲା।

ୟୁଏଇରେ କଞ୍ଚାତେଲ ଉତ୍ପାଦନ ବଢାଇବା ନିଷ୍ପତ୍ତି ଯୋଗୁଁ ଭାରତକୁ ବେଶି ଫାଇଦା ମିଳିବ। ଭାରତ ୮୫ ପ୍ରତିଶତ କଞ୍ଚା ତେଲ ଆମଦାନୀ କରିଥାଏ। ଗତ କିଛି ଦିନ ମଧ୍ୟରେ କଞ୍ଚାତେଲ ଦାମ୍‌ ୧୩୯ ଡଲାର ବାରେଲ ପ୍ରତି ପହଞ୍ଚିଯାଇଥିଲା। ଯାହାଦ୍ୱାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦାମ୍‌ ବଢିପାରେ ବୋଲି ଆଶଙ୍କା କରାଯାଉଛି।

ୟୁଏଇରେ ୮ ଲକ୍ଷ ବାରେଲ ତେଲ ଉତ୍ପାଦନ କ୍ଷମତା ବଢାଯାଇଛି। ରୁଷ ଉପରେ ଲାଗିଥିବା ପ୍ରତିବନ୍ଧକ ହଟିବା ପରେ ହୁଏତ ଇରାନ କଞ୍ଚାତେଲ ଉତ୍ପାଦନ କରିବା ବଢାଇପାରେ। ଆଉ ଯଦି ଏପରି ହୁଏ, ତେବେ ତେଲ ଦାମ୍‌ କମିପାରେ ବୋଲି ଆଶା କରାଯାଉଛି। ଉତ୍ପାଦନ କରୁଥିବା ଦେଶ ଆଶଙ୍କା କରୁଛି କି, ଯଦି ତେଲ ଦାମ୍‌ ବଢେ ତେବେ ଏହାର ପ୍ରଭାବ ବେଶି ପଡିବ। ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ ପଡିବ।