Below header

ଯାଜପୁର ଚଷାଖଣ୍ଡ ଗାଁରେ ମାଛଧରାକୁ କେନ୍ଦ୍ର କରି ଗଣ୍ଡଗୋଳ: ମାରଣାସ୍ତ୍ର ଆକ୍ରମଣରେ ଜଣେ ମୃତ

ଯାଜପୁର ଟାଉନ(କେନ୍ଯୁଜ୍): ଯାଜପୁର ମଙ୍ଗଳପୁର ଥାନା ଚଷାଖଣ୍ଡ ଗାଁରେ ମାଛଧରାକୁ କେନ୍ଦ୍ର କରି ଗଣ୍ଡଗୋଳ। ମାରଣାସ୍ତ୍ର ଆକ୍ରମଣରେ ଜଣେ ମୃତ। ମୃତକ ହେଲେ ସ୍ଥାନୀୟ ଗ୍ରାମର ଧୀରେନ୍ଦ୍ର ଜେନା। ସୂଚନା ଅନୁଯାୟୀ କିଛିଦିନ ତଳେ ମାଛ ଧରାକୁ କେନ୍ଦ୍ର କରି ଧୀରେନ୍ଦ୍ରଙ୍କ ସହ ସ୍ଥାନୀୟ ଅଞ୍ଚଳର କିଛି ଯୁବକଙ୍କ ସହ ବଚସା ହୋଇଥିଲା। ସେହି ଘଟଣାକୁ କେନ୍ଦ୍ରକରି ଗତକାଲି ରାତିରେ କେତେକ ଦୁର୍ବୃତ୍ତ ଧୀରେନ୍ଦ୍ରକୁ ଗାଁ ମୁଣ୍ଡରେ ତେଣ୍ଟା ଓ କଟୁରୀରେ ଆକ୍ରମଣ କରିଥିଲେ।

ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଧୀରେନ୍ଦ୍ରକୁ ଗୁରୁତର ଅବସ୍ଥାରେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମଙ୍ଗଳପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୫ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । ସେପଟେ ଅଭିଯୁକ୍ତଙ୍କ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଧୀରେନ୍ଦ୍ରଙ୍କ ପତ୍ନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.