ପୋଷ୍ଟ ଅଫିସର ଏହି ସ୍କିମରେ ମାତ୍ର ଜମା କରନ୍ତୁ ୧୦୦ ଟଙ୍କା, ମିଳିବ ବଡ ଅର୍ଥରାଶି

ପୋଷ୍ଟ ଅଫିସରେ ପ୍ରତି ମାସରେ ଆପଣ ମାତ୍ର ଅଳ୍ପ ପଇସା ଜମା କରି ବଡ ସଂଚୟ କରିପାରିବେ। ଏଥିରେ ଆପଣ ମାସକୁ ମାତ୍ର ୧୦୦ ଟଙ୍କା ଜମା କରିପାରିବାର ସୁଯୋଗ ରହିଛି। ପୋଷ୍ଟ ଅଫିସ ରିକ୍ୟୁରିଂ ଡିପୋଜିଟ୍‌ ସ୍କିମ ଜରିଆରେ ଆପଣ ଏହି ଜମା କରିପାରିବେ। ଆପଣ ବହୁତ କମ୍‌ ପଇସା ନିବେଶ କରି ବଡ ପୁଞ୍ଜି ସଂଜୟ କରିପାରିବେ।

100 rs

ଏହି ଆରଡି ସ୍କିମରେ ଆପଣ ମାସକୁ ସର୍ବନିମ୍ନ ୧୦୦ ଟଙ୍କା ଜମା କରିପାରିବେ। ଆଉ ଏଥିରେ ସର୍ବାଧିକ ଜମା କରିବାର କୌଣସି ସୀମା ନାହିଁ। ପୋଷ୍ଟ ଅଫିସର ଏହି ସ୍କିମରେ ସୁଧହାର ପ୍ରତି ତିନି ମାସରେ ରହିଥାଏ। ଏହାକୁ ପ୍ରତି ତିନିମାସ ଶେଷର ଆପଣଙ୍କ ଆକାଉଣ୍ଟରେ ଚକ୍ରବର୍ତ୍ତୀ ସୁଧ ସହିତ ଜମା କରିଦିଆଯାଇଥାଏ। ଏଥିରେ ଏବେ ୫.୮ ପ୍ରତିଶତ ସୁଧ ମିଳୁଛି। ଏହି ନୂଆ ମୂଲ୍ୟ ୧ ଏପ୍ରିଲରୁ ୨୦୨୦ରୁ ଲାଗୁ ହୋଇଛି।

pp

ଏହି ଯୋଜନାରେ କୌଣସି ବ୍ୟକ୍ତି ନିଜ ନାମରେ ଯେତେ ଚାହିଁବେ ସେତୋଟି ଆକାଉଣ୍ଟ ଖୋଲିପାରିବେ। କେତୋଟି ଖାତା ଖୋଲିବେ, ତାକୁ ନେଇ କୌଣସି ସୀମା ନାହିଁ। କେବଳ ଖାତା ବ୍ୟକ୍ତିଗତ ଭାବେ ଖୋଲିବେ କୌଣସି ପରିବାରର ସଦସ୍ୟ କିମ୍ବା ସଂସ୍ଥା ନାମରେ ନୁହେଁ। ଦୁଇଜଣ ବ୍ୟକ୍ତି ଏକାଠି ମିଶି ଜଏଣ୍ଟ ଆକାଉଣ୍ଟ ମଧ୍ୟ ଖୋଲିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.