ସାରା ବିଶ୍ୱରେ ୪ଲକ୍ଷ ଟପିଲା କରୋନା ମୃତ୍ୟୁସଂଖ୍ୟା, ଦେଶରେ ୭ହଜାରରୁ ଅଧିକ ମୁଣ୍ଡ ନେଲାଣି ମହାମାରୀ

ନୂଆଦିଲ୍ଲୀ: ସାରା ବିଶ୍ୱରେ ୪ଲକ୍ଷ ଟପିଛି ମୃତ୍ୟୁସଂଖ୍ୟା। ୪ଲକ୍ଷ ୮ହଜାର ୨୩୮ଜଣଙ୍କ ଜୀବନ ନେଲାଣି ଏହି ମାରାତ୍ମକ ଭାଇରସ୍‌। ଏଯାଏ ୭୧ଲକ୍ଷ ୮୯ହଜାର ୫୭୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆମେରିକାରେ ସର୍ବାଧିକ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ରହିଛନ୍ତି। ୭ହଜାର ଟପିଲା ଦେଶରେ କରୋନା ମୃତ୍ୟୁସଂଖ୍ୟା।

positive୨ଲକ୍ଷ ୫୬ହଜାର ୬୧୧ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୭ହଜାର ୨୦୦କୁ ବୃଦ୍ଧି ପାଇଛି। କରୋନା ଉତ୍ପତ୍ତି ସ୍ଥଳ ଚୀନ୍‌କୁ ଟପି ଯାଇଛି ମହାରାଷ୍ଟ୍ର। ଚୀନ୍‌ରେ ୮୩ ହଜାର ଲୋକ ଆକ୍ରାନ୍ତ ହୋଇଥିବା ବେଳେ ମହାରାଷ୍ଟ୍ରର ଆକ୍ରାନ୍ତ ସଂଖ୍ୟା ୮୫ ହଜାର ପାର କରିଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୫ହଜାର ୯୭୫ରେ ପହଞ୍ଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.