Below header

ଯାଜପୁର ଟାଉନ: ଗାଁ ଦାଣ୍ଡରେ ଭାଇ-ବୋହୂକୁ ଦେଢଶୁରର ମରଣାନ୍ତକ ଆକ୍ରମଣ

ଯାଜପୁର ଟାଉନ(କେନ୍ଯୁଜ୍): ଗାଁ ଦାଣ୍ଡରେ ଭାଇ-ବୋହୂକୁ ଦେଢଶୁରର ମରଣାନ୍ତକ ଆକ୍ରମଣ ଅଭିଯୋଗ। ଯାଜପୁର ମଙ୍ଗଳପୁର ଥାନା ନୂଆପାଟଣା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଭିଯୋଗ ଅନୁଯାୟୀ ଗାଁକୁ ଏକ ଟ୍ରାକ୍ଟର ଆସିଥିବା ବେଳେ ଗାଁର ପ୍ରଦୀପ ବାରିକଙ୍କ ସହିତ ଟ୍ରକ ଡ୍ରାଇଭରଙ୍କ ସହିତ ଝଗଡା ହୋଇଥିଲା। ଏହାକୁ ନେଇ ପ୍ରଦୀପଙ୍କ ବଡବାପା ସେଠାରେ ପହଞ୍ଚି ପ୍ରଦୀପଙ୍କସହିତ ଝଗଡା କରିଥିଲେ। ଏହି ସମୟରେ ପ୍ରଦୀପଙ୍କ ମା ସଂଯୁକ୍ତା ପାଣି ଆଣିବାକୁ ଯାଉଥିବା ବେଳେ ପ୍ରତିବାଦ କରିଥିଲେ।

ଘଟଣାସ୍ଥଳରେ ସଂଯୁକ୍ତାଙ୍କ ଦେଢଶୁର ଉତକ୍ଷିପ୍ତ ହୋଇ ତାଙ୍କୁ ଗାଁ ଦାଣ୍ଡରେ ଆକ୍ରମଣ କରିଥିଲେ। ସଂଯୁକ୍ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ପ୍ରଥମେ ଯାଜପୁର ମୁଖ୍ଯ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ଅଭିଯୁକ୍ତ ଫେରାର୍ ଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.