Below header

ମାସ୍କ ନ ପିନ୍ଧି ମୁମ୍ବାଇ ରାସ୍ତାରେ ବୁଲୁଥିବା ବେଳେ ଟ୍ରୋଲ ହେଲେ ସୈଫ- କରିନା

ଲକ ଡାଉନ ସମୟରେ ଉଭୟ ସୈଫ ଓ କରିନା ନିଜ ଛୋଟ ପୁଅ ତୈମୁର ସହ ଯେତେ ଦୂର ସମ୍ଭବ ଭଲରେ ସମୟ କାଟିବାକୁ ଚେଷ୍ଟା କରୁଛନ୍ତି । ନିକଟରେ ହିଁ ଏହି ଦମ୍ପତ୍ତି ନିଜ ଗେଲ୍ହା ପୁଅ ତୈମୁର ସହ ମୁମ୍ବାଇ ସ୍ଥିତ ମେରାଇନ ଡ୍ରାଇଭ ଭ୍ରମଣରେ ବାହାରିଥିଲେ । କିନ୍ତୁ ବିନା ମାସ୍କରେ ମୁମ୍ବାଇ ରାସ୍ତାରେ ବୁଲିବା ଓ କରୋନା ନେଇ ଜାରି ହୋଇଥିବା ବିଭିନ୍ନ ନିୟମ ଗୁଡିକୁ ଅଣଦେଖା କରିବା କାରଣରୁ ଏମାନଙ୍କୁ ବିଭିନ୍ନ ସୋସିଆଲ ମିଡିଆରେ ଖୁବ ପରିମାଣରେ ଟ୍ରଲ କରାଯାଇଛି । ଏମିତିକି କେତେ ଜଣ ସୈଫ, ଆପଣଙ୍କ ମାସ୍କ କୋଉଠି ଅଛି ? ଲେଖିଥିବା ବେଳେ ଆଉ କିଛି ଲେଖିଛନ୍ତି ବ୍ୟାକ ଟୁ ନର୍ମାଲ ? ଅର୍ଥାତ ସେମାନଙ୍କ ପୂର୍ବ ସ୍ଥିତି ପୁଣି ଥରେ ଫେରିଆସିଛି ।

saif image

ଆଉ କିଛି ତ ଲେଖିଛନ୍ତି ଭାରତରେ ହୁଏତ ସେମାନଙ୍କ ପାଇଁ କୌଣସି ପ୍ରକାର କଟକଣା ନାହିଁ । ସେମାନେ ଏଠି କୌଣସି ପ୍ରକାର କଟକଣା ମାନୁ ନାହାନ୍ତି । କିଛି ଲୋକଙ୍କ ମତରେ ସୈଫଙ୍କ ପୁରା ପରିବାର କରୋନା ନେଇ ଆବଶ୍ୟକତା ଅନୁସାରେ ସାବଧନତା ଅବଲମ୍ବନ ନକରି ନିଜେ ତ ସୁରକ୍ଷିତ ରହୁନାହାନ୍ତି ଏହା ସହ ଅନ୍ୟମାନଙ୍କ ପାଇଁ ନକାରାତ୍ମକ ବାର୍ତ୍ତା ଦେଉଛନ୍ତି । ସାଧାରଣ ଲୋକେ ମଧ୍ୟ ଏହି ସେଲିବ୍ରିଟି ଦମ୍ପତ୍ତିଙ୍କ ତାଙ୍କ ଠାରୁ ଭୁଲ ପ୍ରେରଣା ପାଇବେ । ଏହି ସେଲିବ୍ରିଟି ଦମ୍ପତ୍ତିଙ୍କ ଫଟୋ ବିଭିନ୍ନ ସୋସିଆଲ ମିଡିଆରେ ଖୁବ ସେୟାର ହୋଇଥିବା ବେଳେ ଏଥିରେ କରିନା କଳା ରଙ୍ଗର ପ୍ରିଣ୍ଟେଡ ଡ୍ରେସ (ଗାଉନ) ପିନ୍ଧିଥିବା ନଜର ଆସିଥିବା ବେଳେ ସୈଫ ଏକ ଧଳା ରଙ୍ଗର ସ୍ନିକଶ ପିନ୍ଧିଛନ୍ତି ।

ଏହି ଦୁଇ ଦମ୍ପତ୍ତି ନିଜ ପୁଅକୁ କାନ୍ଧରେ ଧରି ମୁମ୍ବାଇ ସମୁଦ୍ର କୂଳ କଡ଼େ କଡେ ଚାଲୁଥିବାର ନଜର ଆସିଛନ୍ତି । ଏହି ଫଟୋରେ ଭାରତର କୁନି ସେଲିବ୍ରିଟି ତୈମୁର ଏକ ଧଳା ରଙ୍ଗର ଟି-ସାର୍ଟ ସହ ଏକ ହାପ ପ୍ୟାଣ୍ଟ ପିନ୍ଧିଥିବାର ନଜର ଆସିଛି । ଏହି ଭିଡିଓ ଟିରେ ସିନା ଏହି ସେଲିବ୍ରିଟି ଦମ୍ପତ୍ତି ଦେଶରେ ଜାରି ହୋଇଥିବା କରୋନା କଟକଣା ମାନି ନାହାନ୍ତି, କିନ୍ତୁ ଅନ୍ୟ ଏକ ଭିଡିଓରେ ସେଫ ମୁହଁରେ ମାସ୍କ ପିନ୍ଧିଥିବା ଦେଖାଦେଇଛି । ଏହି ଫଟୋର ଅନ୍ୟ ଏକ ସେଟରେ ତୈମୁର ଓ କରିନା ବି ସୁରକ୍ଷା ଦୃଷ୍ଟିରୁ ସ୍ପେଶାଲ ଶ୍ୱାସ ମାସ୍କ ପିନ୍ଧିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.