ରାଜ୍ୟରେ ଆଉ ୧୪୬ ନୂଆ କରୋନା ପଜିଟିଭ ଚିହ୍ନଟ, ୩ ହଜାର ଅତିକ୍ରମ କଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୪୬ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ଅତିକ୍ରମ କରିଛି । ଅର୍ଥାତ୍ ଏହାକୁ ମିଶାଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୦ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ।  ଆଜି ନୂଆ ଆକ୍ରାନ୍ତଙ୍କ ଭିତରୁ ୧୨୭ଜଣ କ୍ବାରେଣ୍ଟାଇନ୍ ରେ ଥିବାବେଳେ ୧୯ଜଣ ସ୍ଥାନୀୟ ବାସିନ୍ଦା ହୋଇଥିବା ନେଇ ଜଣାପଡିଛି ।

ଏହି ନୂଆ କରୋନା ପଜିଟିଭଙ୍କ ଭିତରୁ ଖୋର୍ଦ୍ଧାରୁ-୧୯, ଗଞ୍ଜାମରୁ-୧୮,ଜଗତସିଂହପୁରରୁ-୮, କଟକରୁ-୨, କେନ୍ଦୁଝରରୁ-୨, ମାଲକାନଗିରିରୁ-୧, ନୟାଗଡରୁ-୩, ଯାଜପୁରରୁ-୧, ମୟୂରଭଞ୍ଜରୁ-୩, ଢେଙ୍କାନାଳରୁ-୧, କଳାହାଣ୍ଡିରୁ-୨, କନ୍ଧମାଳରୁ-୨, ଦେବଗଡରୁ-୫,ବଲାଙ୍ଗୀରରୁ-୧, ସୁନ୍ଦରଗଡରୁ-୭, କେନ୍ଦ୍ରାପଡାରୁ-୨ ଓ ବାଲେଶ୍ୱରରୁ-୭ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଏମାନଙ୍କ ମଧ୍ୟରେ ଅଛନ୍ତି ଅମ୍ଫନ ମୁକାବିଲା ପାଇଁ କୋଲକାତା ଯାଇଥିବା ଏନ୍‌ଡିଆରଏଫ୍‌ ଏବଂ ଓଡ୍ରାଫ୍‌ର ୬୧ ଜଣ କର୍ମଚାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.