Below header

Whatsappରେ ଏହି ମେସେଜ୍ ଆସିଲେ ଭୁଲରେ ବି କରନ୍ତୁ ନାହିଁ କ୍ଲିକ୍ , ନଚେତ୍ ଲାଗିଯିବ ଚୂନା

ସୋସିଆଲ୍ ମିଡିଆର ଶେହେନ୍ସା ହ୍ବାଟ୍ସଆପ୍ । ବର୍ତ୍ତମାନ ସମୟରେ ସବୁଠାରୁ ଲୋକପ୍ରିୟ ମେସେଜିଙ୍ଗ୍ ଆପ୍ । ଦେଶର କୋଟି କୋଟି ଜନତା ଏହା ମାଧ୍ୟମରେ ପରସ୍ପର ସହ ଯୋଡି ହେଉଛନ୍ତି । କହିବାକୁ ଗଲେ ହ୍ବାଟ୍ସଆପ୍ ବିନା ଦିନ କାଟିବା ଏକ ପ୍ରକାର ଅସମ୍ଭବ । ନୂଆ ବର୍ଷ ଶୁଭେଚ୍ଛା ହେଉ ବା ଜନ୍ମଦିନ ଶୁଭେଚ୍ଛା । ଏକ ଶକ୍ତିଶାଳୀ ମାଧ୍ୟମ ବନିଯାଇଛି ହ୍ବାଟ୍ସଆପ୍ । କିନ୍ତୁ ଏସବୁ ମଧ୍ୟରେ ଭ୍ରମିତ କରିବା ଭଳି ତଥା କ୍ଷତିକାରକ ମେସେଜ୍ ମଧ୍ୟ ତୀବ୍ର ଗତିରେ ପ୍ରସାର ହେଉଛି । ଆଉ ଏହି ମେସେଜରେ କ୍ଲିକ୍ କଲେ ବ୍ୟାଙ୍କ୍ ଡିଟେଲ୍ ସମେତ ଅନେକ ଗୋପନୀୟ ତଥ୍ୟ ଲିକ୍ ହେବାର ବିପଦ ରହିଛି । କେବଳ ସେତିକି ନୁହେଁ ୟୁଜରଙ୍କ ଡାଟା ଏକାଠି କରି ତାକୁ ବିକ୍ରି କରିଦିଆଯାଏ ।

ଆଜି ଆମେ ଆପଣଙ୍କୁ ଏମିତି କିଛି ମେସେଜ୍ ବିଷୟରେ ଜଣାଇବୁ ଯାହା ଉପରେ ୟୁଜରଙ୍କୁ କ୍ଲିକ୍ କରିବା ଉଚିତ୍ ନୁହେଁ ।

adidas shoe hoax message :

ଏହି ମେସେଜ୍ ଦ୍ବାରା ଦାବି କରାଯାଏ ଯେ କମ୍ପାନୀ ମାଗଣାରେ ଯୋତା ଦେଉଛି ବୋଲି । ଏହା ହ୍ବାଟ୍ସଆପରେ ଏକ ଭାଇରାଲ୍ ମେସେଜ୍ । ଏଥିରେ ୟୁଜରଙ୍କୁ ଏକ ଲିଙ୍କରେ କ୍ଲିକ୍ କରିବାକୁ କୁହାଯାଏ । ଏହା ସହ ଅନେକ ପ୍ରକାର ସୂଚନା ମଗାଯାଇଥାଏ । ଅନେକ ଗ୍ରୁପରେ ସେୟାର୍ କରବାକୁ କୁହାଯାଏ । କିନ୍ତୁ ସାବଧାନ୍ । ଏଭଳି ମେସେଜରେ କ୍ଲିକ୍ କରନ୍ତୁ ନାହିଁ । ଏହା ଦ୍ବାରା ଗୋପନୀୟ ତଥ୍ୟ ଲିକ୍ ହୋଇଥାଏ ।

ଜାରା ଭାଉଚର୍ ହ୍ବାଟ୍ସଆପ୍ ମେସେଜ୍ :

ଏଥିରେ ମଧ୍ୟ ଦାବି କରାଯାଏ ଫ୍ୟାଶନ୍ ବ୍ରାଣ୍ଡ ଜାରାର ଫ୍ରି ଭାଉଚର୍ ଦିଆଯାଏ । ଏହା ଦ୍ବାରା ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ଏବଂ କଣ୍ଟାକ୍ଟ ମଗାଯାଇଥାଏ । ଏହି ତଥ୍ୟର ବ୍ୟବହାର ପ୍ରିମିୟମ୍ ଟେକ୍ସଟ୍ ମେସେଜିଙ୍ଗ୍ ପଠାଇ ଟଙ୍କା ଆୟ କରିବା ପାଇଁ କରାଯାଇଥାଏ ।

– ମାତ୍ର ୫୯୯ରେ ଆପଲ୍ ଫୋନ୍ ଦେବାର ମେସେଜ୍

– ପିଜା ହଟରୁ ଫ୍ରି ପିଜା ମେସେଜ୍

ପ୍ରିମିୟମ୍ ସର୍ଭିସ୍ ମେସେଜ୍ ପାଇଁ ହ୍ବାଟ୍ସଆପ୍ ସବସ୍କ୍ରିପସନ୍ : ସୂଚନାଯୋଗ୍ୟ ହ୍ବାଟ୍ସଆପ୍ ଏକ ନିଶୁଳ୍କ ମେସେଜିଙ୍ଗ୍ ଆପ୍ । କମ୍ପାନୀ ଏଥିପାଇଁ ୟୁଜରଙ୍କଠାରୁ କୌଣସି ଚାର୍ଜ ନିଏ ନାହିଁ । ଯଦି ହ୍ବାଟ୍ସଆପ୍ ସବସ୍କ୍ରିପସନ୍ ପାଇଁ କୌଣସି ମେସେଜ୍ ଆସେ ତେବେ ଜାଣନ୍ତୁ ଏହା ଫ୍ରଡ୍ ବୋଲି । ଏପରି ଲିଙ୍କରେ କ୍ଲିକ୍ କଲେ ଆପଣଙ୍କ ନିଜ ବ୍ୟକ୍ତଗତ ତଥ୍ୟ ଲିକ୍ ହୋଇପାରେ ।

ହେନିକେନରୁ ମାଗଣା ବିୟର୍ ଅଫର : ଏଥିରେ ମଧ୍ୟ ଲୋକପ୍ରିୟ ବିୟର୍ ମାଗଣା ଦେବା ପାଇଁ ଦାବି କରାଯାଇଥାଏ । ଏହା ଦ୍ବାରା ମଧ୍ୟ ବ୍ୟକ୍ତିଗତ ତଥା ଗୋପନୀୟ ତଥ୍ୟ ଲିକ୍ କରାଯାଇଥାଏ ।

– ନାଚୁରାଲ୍ ବିଉଟି ପ୍ରଡକ୍ଟ କିଣିବା ପାଇଁ ଲିଙ୍କ୍ ।

– ଆମାଜନ୍ ବିଗ୍ ବିଲିୟନ୍ ସେଲର ଅଫର ମେସେଜ୍ ସବୁ ।

– ହ୍ବାଟ୍ସଆପ୍ ଗୋଲ୍ଡ ସର୍ଭିସ୍ ମେସେଜକୁ ଅପଗ୍ରେଡ୍ କରିବା ।

– ଭଲ ଫିଚର ପାଇଁ ନୂଆ ହ୍ବାଟ୍ସଆପ୍ ଆପରେ ସାମିଲ୍ ହେବା ପାଇଁ ଆମନ୍ତ୍ରଣ ।

– ଫ୍ଲିପକାର୍ଟ କ୍ରିସମାସ୍ କାର୍ନିଭାଲ୍ ସେଲ୍ ମେସେଜ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.