ଇଶାଙ୍କ ପ୍ରିୱେଡ଼ିଂ ସେଲିବ୍ରେସନ : ଖୁବ୍ ଧମାଲ ମଚାଇଲେ ମା’ ନୀତା, ସାମିଲ ହେଲେ ୫୦୦ ସିଇଓଙ୍କ ସହ ୧୮୦୦ ଅତିଥି

ମୁମ୍ବାଇ : ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କ ବିବାହର ମାହୋଲ ପୁରା ଜମିବାରେ ଲାଗିଛି। ଏନେଇ ଉତ୍ସବମୁଖର ହୋଇ ଉଠିଛି ଉଦୟପୁର ସହର। ଇଶା ଡ଼ିସେମ୍ବର ୧୨ ତାରିଖ ଦିନ ଆସନ୍ଦ ପରିମଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଗତକାଲି ତାଙ୍କର ସଂଙ୍ଗିତ୍ ଶେଷ ହୋଇଥିବା ବେଳେ ଏନେଇ ଅନେକ ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କରୁଛି। ଭାଇରାଲ ହେଉଥିବା ଏକ ଭିଡ଼ିଓରେ ଇଶାଙ୍କ ପିତାମାତା ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନିଙ୍କୁ ଡ଼୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଏଥିରେ ସେ ଶାହାରୁଖ ଖାନଙ୍କ ଫିଲ୍ମ ଜବ ତକ୍ ହୈ ଜାନ୍ ର ଟାଇଟେଲ ଗୀତରେ ନାଚୁଥିବା ନଜର ଆସିଥିଲେ।

isha

ଇଶାଙ୍କ ବିବାହରେ ସାମିଲ ହେବା ପାଇଁ ଦେଶବିଦେଶରୁ ଅନେକ ଭିଭିଆଇପିଙ୍କ ସହ ୫୦୦ଟି କମ୍ପାନିର ସିଇଓ ଆସି ଉଦୟପୁରରେ ପହଞ୍ଚିଛନ୍ତି। ଏହି ସମାରୋହରେ ଆମେରିକାର ହିଲାରୀ କ୍ଲିଣ୍ଟନଙ୍କ ସହ ଦେଶର ବିଭିନ୍ନ ବର୍ଗର ରାଜନୈତିଜ୍ଞ, ବଲିଉଡ଼ କଳାକାର, ଗାୟକ ତଥା ବିଭିନ୍ନ ପ୍ରସିଦ୍ଧ କଳାକାରଙ୍କ ସହ ୧୮୦୦ ଅତିଥି ସାମିଲ ହୋଇଛନ୍ତି।

isha
ତେବେ ଗତ କାଲିର ସମାରୋହରେ ନୀତା ଅମ୍ବାନି ମନ ଖୋଲି ପୁଅ, ଝିଅ ଏବଂ ସ୍ବାମୀଙ୍କ ସହ ବିଭିନ୍ନ ବଲିଉଡ଼ ଗୀତରେ ନାଚୁଥିବାର ଦେଖିବାକୁ ମିଳିଥିଲା।

ଦେଖନ୍ତୁ ଇଶା ଅମ୍ବାନିଙ୍କ ପ୍ରିୱେଡ଼ିଂ ଉତ୍ସବର ଭିଡ଼ିଓ ଏବଂ ଫଟୋ :

ambani

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.