Below header

ଟ୍ୟାକ୍ସ ସେଭିଂରୁ ଆରମ୍ଭ କରି ପାନକାର୍ଡ଼ ପର୍ଯ୍ୟନ୍ତ, ୩୧ମାର୍ଚ୍ଚ ଆଗରୁ ନିଶ୍ଚିତ ଶେଷ କରନ୍ତୁ ଏହି ୫ଟି କାମ

ନୂଆଦିଲ୍ଲୀ : ବର୍ଷର ଆରମ୍ଭରେ ଯଦି ଆପଣ କିଛି ନିର୍ଦ୍ଦିଷ୍ଟ ଦିଗପ୍ରତି ଧ୍ୟାନ ଦେଉନାହାନ୍ତି ତେବେ ଆପଣଙ୍କୁ ପେନାଲ୍ଟିର ସାମ୍ନା କରିବାକୁ ପଡ଼ିପାରେ। ଏଣୁ ଟ୍ୟାକ୍ସ ସେଭିଂ କରିବାକୁ ଚାହୁଁଥିଲେ କିଛି ଖାସ୍ ତାରିଖକୁ ନିଶ୍ଚିତ ଭାବେ ମନେ ରଖିବାକୁ ପଡ଼ିବ। ଯଦି ଏହାକୁ ଆପଣ ଭୁଲି ଯାଉଛନ୍ତି ତେବେ ଆପଣଙ୍କୁ ନାହିଁ ନଥିବା ଅସୁବିଧାର ସାମ୍ନା କରିବାକୁ ପଡ଼ିବ। ଏଣୁ ଧ୍ୟାନ ରଖି ୩୧ମାର୍ଚ୍ଚ ପୂର୍ବରୁ କିଛି ନିର୍ଦ୍ଦିଷ୍ଟ କାମକୁ ଶେଷ କରିବା ନିହାତି ଆବଶ୍ୟକ।

pan card

ପାନ୍ ଏବଂ ଅଧାର ଲିଙ୍କ୍

ଗତବର୍ଷ ସୁପ୍ରିମକୋର୍ଟ ଦ୍ବାରା ଲାଗୁ କରାଯାଇଥିବା ଆଇନ୍ ମୁତାବକ ପାନ୍ କାର୍ଡ଼କୁ ଆଧାର ସହ ଲିଙ୍କ କରିବା ଜରୁରୀ କରାଯାଇଥିଲା। ଏହା ଖାସ କରି ସେହି ବ୍ୟକ୍ତିଙ୍କ ପାଇଁ ଲାଗୁ ରହିଥିଲା ଯେଉଁମାନେ ପ୍ରତିବର୍ଷ ଆଇଟିଆର ଫାଇଲ କରିଥାନ୍ତି। ଏହି ବ୍ୟକ୍ତିଙ୍କ ପାଖରେ ଆଧାର ନିଶ୍ଚିତ ଭାବେ ପାନ କାର୍ଡ ସହ ଲିଙ୍କ ହେବା ଦରକାର। ଏନେଇ ୩୧ମାର୍ଚ୍ଚ ୨୦୧୯ ମସିହା ମଧ୍ୟରେ ଏହି କାମକୁ ଅପାଣଙ୍କୁ ଶେଷ କରିବାକୁ ପଡ଼ିବ। ଯଦି ଆପଣ ଏପରି କରୁନାହାନ୍ତି ତେବେ ଚଳିତ ବର୍ଷ ଆପଣ ଆଉ ଆଇଟିଆର ଫାଇଲ କରିପାରିବେ ନାହିଁ।

march

ଟ୍ୟାକ୍ସ ସେଭିଂ ଡେଡ଼ଲାଇନ୍

ଯଦି ଆପଣ ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ଟ୍ୟାକ୍ସ ବଞ୍ଚାଇବା ପାଇଁ ଚାହୁଁଛନ୍ତି ତେବେ ୩୧ମାର୍ଚ୍ଚ ୨୦୧୯ ଏଥିପାଇଁ ଶେଷ ତାରିଖ ରହିଛି। ଯଦି ଆପଣ କୌଣସି ସ୍ଥାନରେ ଚାକିରି କରିଛନ୍ତି ତେବେ ଏନେଇ ଆପଣଙ୍କୁ ଅଫିସରେ ପିପିଏଫ, ଏନଏସସି, ଟ୍ୟାକ୍ସ ସେଭିଂ ଏଫଡି, ୟୁଲିପ୍, ଏଲଆଇସି ପଲିସି, ଏନପିଏସ ଏବଂ ଟ୍ୟାକ୍ସ ଧାରା ୮୦ସି ଅନ୍ତର୍ଗତ ଏହି ସମସ୍ତ ନିବେଶର ବିକଳ୍ପ ସୂଚନା ଦେବାକୁ ପଡ଼ିବ। ଏହା ବ୍ୟାତୀତ ଆପଣ ମେଡିକାଲ ଇନସୁରାନ୍ସ ଏବଂ ହାଉସ ରେଣ୍ଟ୍ ଆଲାଉନ୍ସ (ଏଚଆରଏ) ରେ ଆପଣ ଟ୍ୟାକ୍ସ ଫେରସ୍ତର ମଧ୍ୟ ଦାବି କରିପାରିବେ। ଏହାକୁ ବଞ୍ଚାଇବା ପାଇଁ ଆପଣଙ୍କୁ ତୁରନ୍ତ ନିର୍ଦ୍ଦାରିତ ସମୟ ପୂର୍ବରୁ ଟ୍ୟାକ୍ସ ଭର୍ତ୍ତି କରିବାକୁ ପଡ଼ିବ।

ଶେୟାର ମାର୍କେଟ

ଯେଉଁ ଷ୍ଟେକହୋଲ୍ଡର ମାନଙ୍କର ଶେୟାର ଫିଜିକାଲ ଫର୍ମରେ ରହିଛି ସେମାନଙ୍କୁ ଏପ୍ରିଲ ୨୦୧୯ ପୂର୍ବରୁ ଡ଼ିମେଟ ଫର୍ମାଟରେ ତାହାକୁ ପରିବର୍ତ୍ତନ କରିବାକୁ ପଡ଼ିବ। ନିର୍ଦ୍ଦାରିତ ତାରିଖ ମଧ୍ୟରେ ଏହାକୁ ପରିବର୍ତ୍ତନ ନକଲେ ଏପ୍ରିଲ ମାସପରେ ପରେ ସେମାନେ ଆଉ ଫିଜିକାଲ ଫର୍ମରେ ବ୍ୟାପାର କରିପାରିବେ ନାହିଁ। ଭାରତୀୟ ଷ୍ଟକଏକ୍ସଚେଞ୍ଜ ନିକଟରେ ଏହାର ଶେଷ ତାରିଖ ଡିସେମ୍ବର ୫ରୁ ପରିବର୍ତ୍ତନ କରି ଏପ୍ରିଲ ୧ କରିଥିବା ସୂଚନା ମିଳିଛି।

ghar

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମୟ ସୀମା

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏଇ) ଅନ୍ତର୍ଗତ କ୍ରେଡ଼ିଟ ଲିଙ୍କ ସବସିଡ଼ିର ଲାଭ ଉଠାଇବା ପାଇଁ ଶେଷ ତାରିଖ ରହିଛି ୩୧ ମାର୍ଚ୍ଚ ୨୦୧୯। ଏହା ସେହି ବ୍ୟକ୍ତିଙ୍କ ପାଇଁ ଅଧିକ ଲାଭଦାୟକ ଯେଉଁମାନେ ଘର କିଣିବା ସହ ପିଏମଏର ଲାଭ ଉଠାଇବାକୁ ଚାହୁଁଛନ୍ତି।

ଆଇଟିଆର ଫାଇଲ କରିବା

ଗତ ଆର୍ଥିକ ବର୍ଷରେ ୨୦୧୭-୧୮ରେ ଆଇଟିଆର ଭର୍ତ୍ତି କରିବା ପାଇଁ ଯଦି ଭୁଲି ଯାଇଛନ୍ତି ତେବେ ୩୧ ଡ଼ିସେମ୍ବର ଆଗରୁ ତାହାକୁ ଭର୍ତ୍ତି କରନ୍ତୁ। ଅଥବା ଆପଣଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ତେବେ ଯଦି ଆପଣ ଡ଼ିସେମ୍ବର ୩୧ ତାରିଖ ଭିତରେ ମଧ୍ୟ ଆଇଟିଆର ଭର୍ତ୍ତି କରୁଛନ୍ତି ତେବେ ଆପଣଙ୍କ ୫୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। କାରଣ ଏହାକୁ ଭରିବାର ଶେଷ ତାରିଖ ୩୧ ଅଗଷ୍ଟ ୨୦୧୮ ପର‌୍ୟ୍ୟନ୍ତ ରହିଥିଲା। ସେହିଭଳି ଯଦି ଆଇଟିଆର ଯଦି ଆପଣ ୩୧ ମାର୍ଚ୍ଚ ୨୦୧୯ ପୂର୍ବରୁ ଦେଉଛନ୍ତି ଆପଣଙ୍କୁ ୧୦ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.