ବିଜେପି ବିଧାୟକ ରାଜା ସିଂହଙ୍କ ଅଜବ ସର୍ତ୍ତ , କହିଲେ ଅସ୍ଥାୟୀ ବାଚସ୍ପତିଙ୍କ ସାମ୍ନାରେ ନେବେନି ଶପଥ

ତେଲେଙ୍ଗାନା : ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ବିଜେପିରୁ ଏକମାତ୍ର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ରାଜା ସିଂହ ଶପଥ ଗ୍ରହଣ କରିବାପାଇଁ ଏକ ଅଜବ ସର୍ତ୍ତ ରଖିଛନ୍ତି। ବର୍ତ୍ତମାନ ବିଧାୟକମାନଙ୍କୁ ଶପଥ ପାଠ କରାଇବାକୁ ଥିବା  ଅସ୍ଥାୟୀ ବାଚସ୍ପତି ତଥା ଏଆଇଏମ୍‌ଆଇଏମ୍‌ ବିଧାୟକ ମୁମ୍‌ତାଜ୍‌ ଅହମ୍ମଦ ଖାନ୍‌ଙ୍କ ସାମ୍ନାରେ ସେ ଶପଥ ନେବେନି ବୋଲି କହିଛନ୍ତି। ଏହି ବିବାଦୀୟ ବିଧାୟକ ଟ୍ୱିଟରରେ ଏକ ଭିଡିଓ ଅପ୍‌ଲୋଡ୍‌ କରି କହିଛନ୍ତି, “ମୁଁ ସେହି ଅସ୍ଥାୟୀ ବାଚସ୍ପତିଙ୍କଠାରୁ ଶପଥ ନେବାକୁ ଚାହୁଁନି, ଯାହାର ଦଳ ହିନ୍ଦୁମାନଙ୍କୁ ଶେଷ କରିବାକୁ ଚାହେଁ। ସେମାନେ କେବେ ମଧ୍ୟ ବନ୍ଦେ ମାତରମ୍‌ ଗାଆନ୍ତିନି ଏବଂ ଭାରତ ମାତାକୀ ଜୟ କୁହନ୍ତିନି।”। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।