ଫେଷ୍ଟିଭ ସିଜିନରରେ ଶସ୍ତା ହେଲା ଡ୍ରାଏ ଫ୍ରୁଟ୍ସ, ଜାଣନ୍ତୁ କେତେ ହେଲା, କାଜୁ, ବାଦାମ ଏବଂ କିସ୍‌ମିସ୍‌ର ନୂଆ ଦାମ

ଦଶହରା, ଦୀପାବଳି ଆସିବା ମାତ୍ରେ କାଜୁ, ବାଦାମ ଓ କିସମିସ ଇତ୍ୟାଦି ଡ୍ରାଏଫ୍ରୁଟସର ମୂଲ୍ୟ ମହଙ୍ଗା ହୋଇଥାଏ। ମାତ୍ର ଏଥର ପାର୍ବଣ ଋତୁରେ ଡ୍ରାଏ ଫ୍ରୁଟସ୍‌ ଶସ୍ତା ହୋଇଯାଇଛି। କରୋନା ଭାଇରସ ଯୋଗୁ ଏସବୁର ଚାହିଦା କମିଛି। ସାଧାରଣତଃ ପାର୍ବଣରେ ଏ ସବୁର ଚାହିଦା ଅଧିକ ଥିବା ବେଳେ ନବରାତ୍ରି, ଦଶହରାରେ ଗ୍ରାହକ ଏସବୁ ଦୋକାନ ଠାରୁ ଦୂରରେ ରହିଛନ୍ତି।

ଏ ବର୍ଷ ଜାନୁଆରୀ ଓ ଅକ୍ଟୋବର ମଧ୍ୟରେ ଡ୍ରାଏ ଫ୍ରୁଟ୍ସ ମୂଲ୍ୟ କ୍ରମାଗତ ହ୍ରାସ ପାଇଛି। ଜାନୁଆରିରେ କାଜୁ କିଲୋ ପ୍ରତି ୮୦୦ ଟଙ୍କାରେ ବିକ୍ରି ହେଉଥିଲା ମାତ୍ର ଅକ୍ଟୋବରରେ ଏହାର ମୂଲ୍ୟ ହ୍ରାସ ପାଇଁ ୬୫୦ ଟଙ୍କା ପାଖାପାଖି ହୋଇଛି। ସେହିପରି କିସମିସ ଦାମ କିଲୋ ପ୍ରତି ୨୪୦ରୁ କମ୍ ହୋଇ ୨୨୦ରେ ପହଞ୍ଚିଛି। ଖଜୁରି ୩୦୦ ଟଙ୍କା ପ୍ରତି କିଲୋ ଜାନୁଆରିରେ ବିକ୍ରି ହେଉଥିଲା ଅକ୍ଟୋବରରେ ୨୮୦ ଟଙ୍କାରେ ପହଞ୍ଚିଛି।

nuts

ଅନ୍ୟପଟେ ଅଖରୋଟ ୮୫୦ ଟଙ୍କା ପ୍ରତି କିଲୋ ବିକ୍ରି ହେଉ ଥିବା ବେଳେ ଅକ୍ଟୋବରରେ ଏହା କିଲୋ ପ୍ରତି ୬୦୦ ଟଙ୍କାକୁ ଖସିଛି। ବାଦାମ ମଧ୍ୟ ଜାନୁଆରିରେ ୬୫୦ ଟଙ୍କା ବିକ୍ରି ହେଉ ଥିଲା ଓ ଅକ୍ଟୋବରରେ ୫୯୦ ଟଙ୍କାରେ ପହଞ୍ଚିଛି। କୁହାଯାଉଛି ଆଗାମୀ ସମୟରେ ଏ ସବୁର ଦାମ ଆହୁରି କମିଯାଇପାରେ।

dryfruits

ସେହିପରି ଗୁଜରାତିର ମୂଲ୍ୟ ୫ ହଜାର ରହିଥିଲା, ଯାହା ଅକ୍ଟୋବରରେ ୩୦୦୦ ହଜାର ଟଙ୍କା ପ୍ରତି କିଲୋ ହୋଇଛି। ଆଗକୁ କରୋନା ଯୋଗୁଁ ଏହିସବୁ ସାମଗ୍ରୀର ମୂଲ୍ୟ ଏମିତି କମ୍‌ ହୋଇପାରେ ବୋଲି ଶୁଣିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.