Below header

ଇ-ଶ୍ରମ ପୋର୍ଟାଲରେ ଯୋଡ଼ି ହେଲେ ୨୮ କୋଟି ଲୋକ, ବୀମା ସାହାଯ୍ୟରେ ପାଉଛନ୍ତି ଅନେକ ସୁବିଧା

ଅଳ୍ପ କାମ କରି ଅଧିକ ଫାଇଦା ପାଇବାକୁ ଚାହୁଁଥିଲେ ଏହି ସୁଯୋଗକୁ ହାତଛଡା କରନ୍ତୁ ନାହିଁ। କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ଦମଦାର ଯୋଜନା ବାହାର କରାଯାଇଛି। ଏହା ଅନ୍ତର୍ଗତ ସବୁ ବର୍ଗର ଲୋକ ଜବରଦସ୍ତ ଫାଇଦା ଉଠାଇପାରିବେ। ତେବେ ଏହି ଯୋଜନା କଣ ଆଉ କିପରି ଏଥିରୁ ଫାଇଦା ଉଠାଇବେ ଜାଣନ୍ତୁ ..

ଆମେ କହୁଛୁ ଇ-ଶ୍ରମ ପୋର୍ଟାଲ କଥା। ଯେଉଁଥିରେ ରେଜିଷ୍ଟ୍ରେସନ କରି ଆପଣ ଅନେକ ଫାଇଦା ପାଇପାରିବେ। ଏହି ପୋର୍ଟାଲରେ ସବୁବର୍ଗର ଲୋକ ନିଜର ରେଜିଷ୍ଟ୍ରେସନ କରିପାରିବେ। ଏଥିପାଇଁ କେବଳ ଆଧାର ନମ୍ବର ଏବଂ ବ୍ୟାଙ୍କ ଡିଟେଲ ଆବଶ୍ୟକ ହୋଇଥାଏ। ସରକାରଙ୍କ ଦ୍ୱାରା ଲଞ୍ଚ ହୋଇଥିବା ଏହି ପୋର୍ଟାଲରେ ନିଜର ରେଜିଷ୍ଟ୍ରେସନ କରି ଫାଇଦା ଉଠାଇବେ।

ଭାରତ ସରକାରଙ୍କ ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ଦ୍ୱାରା ୨୬ ଅଗଷ୍ଟ ୨୦୨୧ରେ ଅସଂଗଠିତ କ୍ଷେତ୍ରରେ ଶ୍ରମିକଙ୍କ ଡାଟାବେସ୍‌ ତିଆରିକରିବା ପାଇଁ ଇ-ଶ୍ରମ ପୋର୍ଟାଲ ଲଞ୍ଚ କରାଯାଇଥିଲା। ଏବେ ପର୍ଯ୍ୟନ୍ତ ଏହି ପୋର୍ଟାଲରେ ପାଖାପାଖି ୨୦କୋଟି ଲୋକ ରେଜିଷ୍ଟ୍ରେସନ କରିଛନ୍ତି। ତେବେ ଏଥିରେ ଭାରତର ଅନେକ ରାଜ୍ୟରୁ ଲୋକ ଯୋଡ଼ି ହୋଇଛନ୍ତି। ଏବେ ରେଜିଷ୍ଟ୍ରଡ କରିଥିବା ସମସ୍ତ ଶ୍ରମିକଙ୍କୁ ଲାଭ ଦେବା ପାଇଁ ସେମାନଙ୍କୁ ଇ-ଶ୍ରମ କାର୍ଡ ଦିଆଯିବ ।

ତେବେ ସରକାରଙ୍କ ଏହି ଶ୍ରମ କାର୍ଡ ନିହାତି ଭାବେ ଲୋକଙ୍କ ଲାଭ ପାଇଁ କରାଯାଇଛି। ସୂଚନା ଅନୁଯାୟୀ ଏହି କାର୍ଡ ସାହାଯ୍ୟରେ ସରକାରଙ୍କ ଦ୍ୱାରା ଅନେକ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ଯୋଗଦେଇ ଅନେକ ଲାଭ ଉଠାଇପାରିବେ। ଏଥିରେ ପ୍ରଥମେ ପୋର୍ଟାଲ ରେଜିଷ୍ଟ୍ରେସନ କରିବାକୁ ହେବ। ପୋର୍ଟାଲରେ ସଫଳତାପୂର୍ବକ ରେଜିଷ୍ଟ୍ରେସନ କରିବା ପରେ ଆପଣଙ୍କୁ ଇ-ଶ୍ରମ କାର୍ଡ ମିଳିବ।

ସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ଗୋଟିଏ ପ୍ଲାଟଫର୍ମରେ ଯୋଡ଼ିବା ପାଇଁ କେନ୍ଦ୍ର ସରକାର ଇ-ଶ୍ରମ କାର୍ଡ ଯୋଜନା ଆରମ୍ଭ କରିଛନ୍ତି । ଏହି ସ୍କିମରେ ସାମିଲ ହେଲେ ଶ୍ରମିକମାନଙ୍କୁ ସରକାରଙ୍କ ତରଫରୁ ଅନେକ ଫାଇଦା ମିଳିଥାଏ । ଏଥିସହିତ ମାଗଣାରେ ବୀମା ସୁବିଧା ମଧ୍ୟ ମିଳିଥାଏ । ସାଧାରଣ ବର୍ଗ ତଥା ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଏହା ଏକ ଭଲ ଯୋଜନା । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୨୮ କୋଟି ଲୋକ ପଞ୍ଜିକୃତ ହୋଇ ସାରିଲେଣି ।

ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ନିଜର ନିଜର ରେଜିଷ୍ଟ୍ରେସନ ଇ-ଶ୍ରମ ପୋର୍ଟାଲରେ କରିପାରିବେ । ରେଜିଷ୍ଟ୍ରେସନ କରିବା ପରେ ଶ୍ରମିକଙ୍କୁ ସରକାରଙ୍କ ତରଫରୁ ଯୋଜନାର ଲାଭ ପ୍ରଦାନ କରାଯାଇଥାଏ । ଏହି ଯୋଜନାରେ ଶ୍ରମିକଙ୍କୁ ୨ ଲକ୍ଷର ଦୁର୍ଘଟଣାଜନିତ ବୀମା ପ୍ରଦାନ କରାଯାଇଥାଏ । ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ବିଏମଏସବିୱାଇ)ରେ ଶ୍ରମିକଙ୍କୁ ବୀମା ସୁବିଧା ଯୋଗାଇ ଦିଆଯାଇଥାଏ ।

ଏହି ଯୋଜନାରେ ବୀମା ପାଇଁ ପ୍ରିମିୟମ ଦେବାକୁ ପଡ଼ିନଥାଏ । ଯଦି କୌଣସି ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ ହୁଏ ବା ସେ ପୂର୍ଣ୍ଣ ଭାବେ ଦିବ୍ୟାଙ୍ଗ ପାଲଟି ଯାଆନ୍ତି, ତେବେ ତାଙ୍କୁ ୨ ଲକ୍ଷ ଟଙ୍କାର ବୀମା ରାଶି ମିଳିଥାଏ । ଆଂଶିକ ଭାବେ ଦିବ୍ୟାଙ୍ଗ ହେଲେ ତାଙ୍କୁ ୧ ଲକ୍ଷ ଟଙ୍କାର ବୀମା ମିଳିଥାଏ । ଇ-ଶ୍ରମ ପୋର୍ଟାଲରେ ରେଜିଷ୍ଟ୍ରେସନ କରିବା ପାଇଁ ଆଧାର କାର୍ଡ ସହିତ ସଂଯୋଗ ହୋଇଥିବା ମୋବାଇଲ ନମ୍ବର ଆବଶ୍ୟକ । ଯାହାର ମୋବାଇଲ ନମ୍ବର ଆଧାର ଲିଙ୍କ ହୋଇନଥିବ, ସେ ନିକଟସ୍ଥ ସିଏସସି କେନ୍ଦ୍ରକୁ ଯାଇ ବାୟୋମେଟ୍ରିକ ମାଧ୍ୟମରେ ରେଜିଷ୍ଟ୍ରେସନ କରିପାରିବେ । ଯଦି ଜଣେ ପିଏମ କିଷାନ ଯୋଜନାର ଲାଭାର୍ଥୀ ହୋଇଥିବେ ତେବେ ତାଙ୍କୁ ଇ-ଶ୍ରମ ସ୍କିମରେ ଅର୍ଥ ମିଳିବ ନାହିଁ । ୧୬-୫୯ ବର୍ଷର ଅସଂଗଠିତ କ୍ଷେତ୍ରର ଲୋକମାନେ ଇ-ଶ୍ରମରେ ରେଜିଷ୍ଟ୍ରେସନ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.