ବାଙ୍ଗାଲୋରରେ ସ୍ପଟ ହେଲା ନୂଆ ଇ-ସ୍କୁଟର, ୧୮୦ କିଲୋମିଟର ରେଞ୍ଜ ଦେଉଥିବା ଏହି ଗାଡ଼ି ଖୁବ ଶୀଘ୍ର ହେବ ଲଞ୍ଚ

ଏବେ ନୂଆବର୍ଷରେ ଅନେକ କମ୍ପାନୀ ନିଜର ନୂଆ ସେଗମେଣ୍ଟକୁ ଲଞ୍ଚ କରିବାରେ ବ୍ୟସ୍ତ। ଏହି ରେସ୍‌ ରେ ସାମିଲ ହୋଇଛି ଇଭି କମ୍ପାନୀ River। ବାଙ୍ଗାଲୋର ସ୍ଥିତ ଏହି ଷ୍ଟାର୍ଟଅପ୍‌ କମ୍ପାନୀ ଏକ ପ୍ରୋଟୋଟାଇପ ଇଲେକଟ୍ରିକ ସ୍କୁଟରର ଟେଷ୍ଟିଂ କରୁଛି।

ଭାରତରେ ବଢ଼ି ଚାଲିଛି ଇ-ସ୍କୁଟର କ୍ରେଜ। ବଜାରରେ ଇଲେକଟ୍ରିକ ସ୍କୁଟରର ଡିମାଣ୍ଡ ମଧ୍ୟ ଦିନକୁ ଦିନ ବଢ଼ି ଚାଲିଛି। ଯେଉଁଥିରେ ନୂଆ ନୂଆ ଷ୍ଟାର୍ଟଅପ ଏଣ୍ଟ୍ରି ମାରୁଛି। ଗ୍ରାହକଙ୍କୁ ଖୁସି କରିବା ପାଇଁ କମ୍ପାନୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲୁଛି। ଆଉ ଏବେ ବଜାରରେ ଆଉ ଏକ ନୂଆ ବ୍ରାଣ୍ଡ ଆସିଛି। ଯାହାର ନାମ ଅଛି River Electric Vehicle । କମ୍ପାନୀ ଖୁବ ଶୀଘ୍ର ନିଜର ନୂଆ ଇଲେକଟ୍ରିକ ସ୍କୁଟର ମାର୍କେଟକୁ ଆଣିବାର ପ୍ଳାନି କରୁଛି। ଏବେ ଏହାକୁ ରୋଡ଼ରେ ଟେଷ୍ଟିଂ ପାଇଁ ଦେଖିବାକୁ ମିଳିଛି।

ଏହି ଭେଇକିଲର ଫଟୋ ମଧ୍ୟ ସେୟାର କରାଯାଇଛି। ତେବେ ଫଟୋରେ ଇଲେକଟି୍ରିକ ସ୍କୁଟରକୁ ପୂର୍ଣ୍ଣ ରୂପେ କେମୋଫ୍ଳାଜ ରେ କଭର କରାଯାଇଛି। କିନ୍ତୁ ଖବର ମିଳିଛି ଯେ ଗାଡ଼ିର ହେଡ଼ଲାଇଟ ଓ ବଡ଼ି ସେପ୍‌ ରିଭର ର ଅପକମିଂ ଇଲେକଟ୍ର୍ରିକ ସ୍କୁଟର ସହିତ ମ୍ୟାଚ ଖାଉଛି। ତେବେ ଏହି ସ୍କୁଟରକୁ ବାଙ୍ଗାଲୋରରେ ଏହାର ଟେଷ୍ଟି ଂ ହୋଇଥିବାର ଜଣାପଡ଼ିଛି। ଏହାର ଷ୍ଟାଟଅର୍ପ ମଧ୍ୟ ବାଙ୍ଗାଲୋର ବେସ୍ଡ ..

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଇଲେକଟ୍ରିକ ସ୍କୁଟରର ଅଫିସିଆଲ ନାମ ଘୋଷଣା କରାଯାଇନାହିଁ। ରିପୋର୍ଟରୁ ମିଳିଥିବା ସୂଚନା ଅନୁସାରେ ଏହାକୁ ଏବେ River EV କୁହାଯାଉଛି। ସ୍କୁଟରର ଡିଜାଇନକୁ ଯଦି ଧ୍ୟାନ ଦେବା ତେବେ ଏହା Yamaha ର Neo ଇଲେକଟ୍ରିକ ସ୍କୁଟର ସହିତ ମ୍ୟାଚ ଖାଉଛି। ବିଶେଷ କରି ଏହାର ହେଡ଼ଲାଇଟର ଡିଜାଇନ। ଷ୍ଟାର୍ଟଅପର ଅଫିସିଆଲ େଓ୍ଵବସାଇଟରେ ଏହାର ଟିଜର ମଧ୍ୟ ରିଲିଜ ହୋଇଛି।

ଗାଡ଼ିର ହିଷ୍ଟ୍ରୀ କୁ ଧ୍ୟାନ ଦେଲେ River Startup କୁ ୨୦୨୦ ରେ ଅରବିନ୍ଦ ମଣି ଓ ବିପିନ ଜର୍ଜ ପ୍ରଥମେ ଆରମ୍ଭ କରିଥିଲେ। କମ୍ପାନୀ ର ଏକ ଲକ୍ଷ୍ୟ ମଧ୍ୟ ରହିଛି। କମ୍ପାନୀ ମଲ୍ଟି ୟୁଟିଲିଟି ଇଲେକଟ୍ରିକ ସ୍କୁଟର ବନାଇବାର ପ୍ଲାନିଂ କରିଛି। ରିପୋର୍ଟ ଅନୁସାରେ ବ୍ୟାଟେରୀ ପ୍ୟାକ ସାଇଜକୁ ଦେଖିଲେ ଏହାର ମାକ୍ସିମମ ରେଞ୍ଜ ୧୮୦ କିମି ରହିଛି। ଏହାସହିତ ବ୍ୟାଟେରୀର ଟପ୍‌ ସ୍ପିଡ ୮୦ କିମି ପ୍ରତି ଘଣ୍ଟାକୁ ରହିଛି। ଏହାର ଲଞ୍ଚ ଚଳିତ ମାସ ହେବାର ସମ୍ଭାବନା ରହିଛି। ଏବେ ଯାଏଁ କିନ୍ତୁ ଏହାର ସ୍ପେଶିଫିକେସନ ଓ ଲଞ୍ଚ ଡେଟକୁ ନେଇ କୌଣସି ସୂଚନା ସାମ୍ନାକୁ ଆସିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.