ପାଳିତ ହୋଇଛି ଓଡ଼ିଶାର ଅନନ୍ୟ ପରମ୍ପରା ସୂର୍ଯ୍ୟପୂଜା, ପେଣ୍ଡାଲରେ ଶୋଭା ପାଉଛି ସୂର୍ଯ୍ୟଙ୍କ ମୃଣ୍ମୟୀ ମୂର୍ତ୍ତି

ହିନ୍ଦୁ ପରମ୍ପରା ସଂସ୍କୃତି ଅବର୍ଣ୍ଣନୀୟ। ସେଥି ମଧ୍ୟରେ ଓଡିଶାରେ ରହିଛି ୧୨ ମାସରେ ୧୩ । ପୂଜା ଯାହାକି ସବୁଠୁ ସୁନ୍ଦର। ସେହି ଆଧାରରେ ସୂର୍ଯ୍ୟଦେବ ହେଉଛନ୍ତି ସକଳ ଶକ୍ତିର ଆଧାର ସପ୍ତାହର ରବିବାର ହେଉଛି ସୂର୍ଯ୍ୟ ନାରାୟଣଙ୍କ ଦିନ। କିନ୍ତୁ ତିଥି କୁ ଧ୍ୟାନ ଦେଲେ ପ୍ରତିବର୍ଷ ଶାମ୍ବ ଦଶମୀରେ ସୂର୍ଯ୍ୟ ନାରାୟଣଙ୍କ ସ୍ୱତନ୍ତ୍ର ପୂଜା ପାଳନ କରଯାଏ। ଏହିଦିନ ବିଶେଷ କରି ସୂର୍ଯ୍ୟଙ୍କର କୃପା ପାଇବାକୁ ସମସ୍ତେ ଚାହିଁଥାନ୍ତି। ସୂର୍ଯ୍ୟଦେବ ଦେବତାଙ୍କ ରଥାରୁଢ ପ୍ରତିମୂର୍ତ୍ତିକୁ ଶାମ୍ବଦଶମୀ ଅବସରରେ ପୁଜା କଲେ ମିଳିଥାଏ କୋଟି ଜନ୍ମର ପୂଣ୍ଯ । ଏହି ବିଶ୍ୱାସରେ ବାରିପଦାରେ ମଣ୍ଡପରେ ପୂଜା ପାଇଛନ୍ତି ସୂର୍ଯ୍ୟ ଦେବତା। ରଥାରୂଢ଼ ସୂର୍ଯ୍ୟ ଦେବତାଙ୍କ ପୂଜା ବାରିପଦାର ଏକମାତ୍ର ପୂଜା ହୋଇଥିବା ବେଳେ ଏହା ଓଡିଶାର ଏକମାତ୍ର ଅନନ୍ଯ ପରମ୍ପରା ସୃଷ୍ଟି କରିଛି ।

ବାରିପଦା ବାଘରାରୋଡ ଠାରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି ସୂର୍ଯ୍ୟ ଦେବତାଙ୍କ ସୂର୍ଯ୍ୟ ପୂଜା। ମେଢ଼ ଭଲି ପେଣ୍ଡାଲରେ ଶୋଭା ପାଉଛି ସୂର୍ଯ୍ୟ ନାରାୟଣଙ୍କ ଅତି ସୁନ୍ଦର ମୃଣ୍ମୟ ମୂର୍ତ୍ତି। ମନାଯାଏ ଯେ ପ୍ରତିଥର ଶାମ୍ବ ଦଶମୀରେ ଭଗବାନ ସୂର୍ଯ୍ୟଦେବ ଧରାପୃଷ୍ଟକୁ ଅବତରଣ କରିଥାନ୍ତି। ପ୍ରତ୍ୟକ୍ଷ ଦେବତା ରୂପେ ପୂଜା ପାଉଥିବା ପ୍ରଭୁ ଧରାପୃଷ୍ଠକୁ ଆସି ନିଭ ଭକ୍ତଙ୍କ ଗହଣରେ ରୁହନ୍ତି। ଏନେଇ ଭଗବାନଙ୍କ ସ୍ୱତନ୍ତ୍ର ରୂପେ ପୂଜା ର୍ଚ୍ଚନା କରାଯାଏ। ନୈବେଦ୍ୟ ବାଢ଼ି ଭଗବାନଙ୍କୁ ଚାହିଁ ରୁହନ୍ତି ଶ୍ରଦ୍ଧାଳୁ । ଠାକୁରଙ୍କ ଆଶିଷ ପାଇଁ ଭାବ ବିହ୍ଵଳ ହୋଇ ପଡ଼ନ୍ତି ଭକ୍ତ। ପ୍ରତିଥର ହୋମ ଯଜ୍ଞ ଓ ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ସହ ଧୁପ ଦୀପର ମହକରେ ସମଗ୍ର ଅଞ୍ଚଳକୁ ଭକ୍ତିମୟ ପରିବେଶ ସୃଷ୍ଟି କରିଥାଏ

ଓଡିଶାର ଏହା ଏକ ଅନନ୍ଯ ପୂଜା ମଣ୍ଡପ। ଏଠାରେ ସାତଟି ଘୋଡା ସାରଥୀଙ୍କ ସହ ଶୋଭା ପାଇଥାନ୍ତି ସୂଯର୍‌ୟ ଦେବତା। ଭଗବାନ ସୂଯର୍‌ୟଦେବତାଙ୍କ ସୁନ୍ଦର ସୁନ୍ଦର ପ୍ରତିମା ରଥାରୂଢ଼ ରୂପରେ ଶୋଭା ପାଇଛନ୍ତି ଏହି ଅବସରରେ ଭକ୍ତ ଭଗବାନଙ୍କ ଅପୁର୍ବ ମିଳନ ଦେଖିବାକୁ ମିଳିଥିଲା ଏହି ପୂଜା ମଣ୍ଡପରେ। ବାରିପଦାର ଏହି ପୂଜା ମଣ୍ଡପ ଦୀର୍ଘ ୫୭ ବର୍ଷ ଧରି ପୂଜା ପାଳନ କରି ଆସୁଥିବା ବେଳେ ବୁଢାବଳଙ୍ଗ ନଦୀର ତ୍ରୀବେଣୀ ସଂଗମରୁ ଘଟରେ ପାଣି ଆଣି କରାଯାଏ ପୂଜା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.