କେଉଁଠାରେ ହେବ ଆପଣଙ୍କ ଭୋଟିଂ ପୋଲିଂ ବୁଥ୍ , ଏହି ଆପ୍ ଜରିଆରେ ସହଜରେ ଜାଣନ୍ତୁ

ଲୋକସଭା ନିର୍ବାଚନ ୭ଟି ଚରଣରେ ଏପ୍ରିଲ ୧୧ ତାରିଖରୁ ଆରମ୍ଭ ହୋଇ ମେ ୧୯ ପର୍ଯ୍ୟନ୍ତ ଚାଲୁ ରହିବ। ଯଦି ଆପଣଙ୍କ ବୟସ ୧୮ବର୍ଷ ଅଧିକ ରହିଛି ତେବେ ଆପଣ ମଧ୍ୟ ମତଦାନ କରିବା ପାଇଁ ନିଶ୍ଚିତ ଯାଆନ୍ତୁ। ଏନେଇ ଆପଣଙ୍କ ନାମ ଭୋଟର ଲିଷ୍ଟରେ ରହିଛି କି ନାହିଁ ତାହା ଆପଣ ତଳେ ଦିଆଯାଇଥିବା ଲିଙ୍କରୁ ଜାଣିପାରିବେ।
ଜାଣିବା ପାଇଁ ପଢ଼ନ୍ତୁ : ଭୋଟର ଲିଷ୍ଟରେ ଆପଣଙ୍କ ନାମ ଅଛି କି ନାହିଁ ଏପରି କରନ୍ତୁ ଚେକ୍ ..
ଭୋଟ ଦେବା ପାଇଁ କେବଳ ଯେ ଭୋଟର ଆଇଡି ଦରକାର ତାହା ନୁହଁ ନିଜର ଭୋଟିଂ ପୋଲିଂ ବୁଥ ବିଷୟରେ ମଧ୍ୟ ଜାଣିବା ଆବଶ୍ୟକ। ଏନେଇ ଆପଣଙ୍କୁ ନିଜର ପୋଲିଂ ବୁଥ ଯାଣିବାକୁ ସାହାଯ୍ୟ କରିବ ‘ଭୋଟର ହେଲ୍ପଲାଇନ ଆପ୍’। ୨୦୧୯ ଲୋକସଭା ନିର୍ବାଚନକୁ ନଜରରେ ରଖି ନିର୍ବାଚନୀ ଆୟୋଗ ଏକ ଆପ ଲଞ୍ଚ କରିଛି। ଯାହାକୁ ଆପଣ ଗୁଗୁଲ ପ୍ଳେ ଷ୍ଟୋରରୁ ମାଗଣା ଡାଉନଲୋଡ କରିପାରିବେ।
ଏହି ଆପକୁ ଡାଉନଲୋଡ କରିବା ପରେ ଏହାକୁ ଓପନ କରନ୍ତୁ। ଏଠାରେ ଆପଣଙ୍କୁ Voter, Forms, Complaint, EVM, Elections ଏବଂ Result ଭଳି ଅପସନ ଦେଖାଦେବ। ଏଥିମଧ୍ୟରୁ ଆପଣଙ୍କୁ ଭୋଟର ସିଲିକ୍ଟ କରିବାକୁ ହେବ ଏହାପରେ ସେଥିରେ ‘Where is my polling Station?’ରେ ଟ୍ୟାପ୍ କରିବାକୁ ପଡିବ। ଏହାପରେ ଏକ ପେଜ୍ ଓପନ ହେବ ଯେଉଁଥିରେ ‘know your polling booth’ ନାମକ ଏକ ଲିଙ୍କ ଆସିବ।
ଏହାପରେ ଆପଣଙ୍କ ନିଜ ସମ୍ବନ୍ଧୀୟ କିଛି ସୂଚନା ତଥା ଭୋଟର ଆଇଡିରେ ଥିବା ନାମ, ନିର୍ବାଚନୀ କ୍ଷେତ୍ର, ରାଜ୍ୟ ଆଦି ଦେବାକୁପଡିବ। ପୁରା ସୂଚନା ଭର୍ତ୍ତି କରିବା ପରେ ତଳେ ଦିଆଯାଇଥିବା ସର୍ଚ୍ଚ ଅପସନକୁ କ୍ଳିକ୍ କରିବାକୁ ପଡିବ। ଏହାପରେ ଏକ ଭୋଟର ସ୍ଳିପ୍ ଆସିବ ଯେଉଁଥିରେ Polling Stationର ନାମ ରହିଥିବ। ଏପରିକି ଆପଣ ଭୋଟର ସ୍ଳିପକୁ ଡାଉନଲୋଡ ମଧ୍ୟ କରିପାରିବେ।