ବିଦ୍ୟୁତ୍‌ ଦର ବଢ଼ିବ କି ନାହିଁ କାଲିଠୁ ହେବ ଶୁଣାଣି, ଓଇଆରସିରେ ଶୁଣାଣି କରିବାକୁ ବିିଭିନ୍ନ କମ୍ପାନୀ କରିଛନ୍ତି ଆବେଦନ

କେନ୍ୟୁଜ୍(ବ୍ୟୁରୋ): ବିଦ୍ୟୁତ୍‌ ଦର ବଢ଼ିବ କି ନାହିଁ । କାଲିଠୁ ହେବ ଶୁଣାଣି । ଓଇଆରସିରେ ଶୁଣାଣି କରିବାକୁ ବିିଭିନ୍ନ କମ୍ପାନୀ ଆବେଦନ କରିଛନ୍ତି । ଏଥିପାଇଁ ଜନ ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛି ଓଇଆରସି । କମ୍ପାନୀ ଗୁଡିକ କ୍ଷତି ସହୁଥିବାରୁ ବିଦ୍ୟୁତ ଦର ବଢ଼ାଇବାକୁ ଅନେକ ଦିନର ଦାବି କରି ଆସୁଛନ୍ତି ବିଦ୍ୟୁତ୍‌ ବିତରଣ କମ୍ପାନୀ । ଗତବର୍ଷ କୌଣସି ଦର ବଢ଼ିନଥିଲା । ୨୦୧୮ରେ ମଧ୍ୟ ସାଧାରଣ ଗ୍ରାହକଙ୍କ ଉପରେ କୌଣସି ବୋଝ ପଡିନଥିଲା ।

oerc

୨୦୧୮ରେ କେବଳ ଶିଳ୍ପସଂସ୍ଥା ଗୁଡିକ ବ୍ୟବହାର କରୁଥିବା ବିଦ୍ୟୁତ୍‌ ଦର ବଢ଼ିଥିଲା । ଦୁଇବର୍ଷ ହେଲା କୌଣସି ଦର ବଢ଼ି ନଥିବାରୁ କମ୍ପାନୀ ମାନେ ଅନେକ କ୍ଷତି ସହୁଛନ୍ତି । ତାକୁ ଭରଣା କରିବା ପାଇଁ ବିଦ୍ୟୁତ୍‌ ଦର ବଢ଼ାଇବାକୁ ଓଇଆରସି ଆଗରେ ଦାବି କରି ଆସୁଛନ୍ତି କମ୍ପାନି ମାନେ । OHPC, OPGC, OPTCL, FRIDCO, DISCOM ଭଳି କମ୍ପାନୀ ବାରମ୍ବାର ଦାବି କରି ଆସୁଛନ୍ତି । ଆସନ୍ତାକାଲିଠୁ ଏହି ଜନ ଶୁଣାଣି ଥିବା ବେଳେ ପ୍ରଥମ ଦିନରେ OHPCକୁ ନେଇ ହେବ । ଅନ୍ୟପଟେ ବିଦ୍ୟୁତ୍‌ ଉପଭୋକ୍ତା ସଂଘ ଏହାକୁ ବିରୋଧ କରୁଛି । ପ୍ରଥମେ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦିଆଯାଉ ପରେ ଦର ବଢ଼ାଯାଉ ବୋଲି କହିଛି ସଂଘ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.