Below header

ଟନେଲରେ ପଶିବା ପରେ ଅଚାନକ ଗାଏବ ହୋଇଗଲା ଟ୍ରେନ୍‌, ଜାଣନ୍ତୁ ସେଥିରେ ଥିବା ୧୦୪ ଜଣ ଯାତ୍ରୀଙ୍କର କ’ଣ ହେଲା?

Ghost Train ବା ଭୂତ ଟ୍ରେନ୍‌ର ରହସ୍ୟ ଆଜି ବି ଲୁକ୍କାୟିତ। କୁହାଯାଏ ଯେ ଏହା ଏକ ଏମିତି ଟ୍ରେନ୍‌, ଯାହାର ଯାତାୟାତ ପାଇଁ କୌଣସି ସ୍ୱତନ୍ତ୍ର ସମୟ ନିର୍ଘଣ୍ଟ ନଥାଏ। ଏହି ଟ୍ରେନ୍‌ ନିଜ ମନ ଇଚ୍ଛା ଚଳାଚଳ କରିଥାଏ। ଗୋଟିଏ ମୁହୂର୍ତ୍ତରେ ଏହି ଟ୍ରେନ୍‌ ଅଚାନକ ସାମ୍ନାକୁ ଆସିଯାଉଥିବା ବେଳେ କିଛି ସମୟ ପରେ ସାଙ୍ଗେ ସାଙ୍ଗେ ଗାଏବ ହୋଇଯାଏ। ଏଣୁ ଆଜି ପର୍ଯ୍ୟନ୍ତ କେହି ବି ଏହି ଟ୍ରେନ୍‌ ବିଷୟରେ କୌଣସି ତଥ୍ୟ ପାଇପାରିନାହାନ୍ତି।

Image result for ghost train

ମାତ୍ର ଗାଏବ ହେବା ପରେ ଏତେ ବଡ଼ ଟ୍ରେନ କୁଆଡ଼େ ଯାଏ? କେଉଁଠାରେ ରହେ ଏହି ଟ୍ରେନ୍‌? ସେ ନେଇ କେହି ଜାଣିନାହାନ୍ତି। କେତେକ ବିଶେଷଜ୍ଞଙ୍କ କହିବାନୁସାରେ ଏହି ଟ୍ରେନ୍‌ ଟାଇମ୍‌ ଟ୍ରାଭେଲ ବା ସମୟ ସହ ଯାତାୟାତ କରିଥାଏ। ଅର୍ଥାତ୍‌ ଏହି ଟ୍ରେନ୍‌ ନିଜ ମନ ଇଚ୍ଛା କେତେ ବେଳେ ବି ଭବିଷ୍ୟତକୁ ଯାଏ ତ ଆଉ କେତେବେଳେ ଅତୀତକୁ ଯାଇପାରେ। ଆଉ କିଛି ଲୋକଙ୍କ କହିବାନୁସାରେ ଏହି ଟ୍ରେନ ଏକ ପାରାଲାଲ୍‌ ବା ସମାନ୍ତର ଦୁନିଆକୁ ଚାଲିଯାଏ। ମାତ୍ର ଏହି ଟ୍ରେନ୍‌ ଗାଏବ ହେବା ପଛରେ କୁହାଯାଉଥିବା ସମସ୍ତ କଥାର ସତ୍ୟତା କେତେ ତାହା କେହି ଜାଣନ୍ତି ନାହିଁ। କିନ୍ତୁ ଏହି ଟ୍ରେନ୍‌ ସହ ଜଡ଼ିତ କେତେକ ବିଚିତ୍ର ଘଟଣା ସମ୍ପର୍କରେ ଆମେ ଆଜି ଆପଣଙ୍କୁ କହିବୁ, ଯାହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।

Related image

ଘଟଣାଟି ୧୯୧୧ ମସିହା ଜୁନ୍‌ ୧୪ ତାରିଖର। ଏହିଦିନ ରୋମାନ ରେଲେଓ୍ଵ କମ୍ପାନୀ ଜ୍ୟାନିଟି ଏକ ବିଜ୍ଞାପନ କ୍ୟାମ୍ପେନ ରଖିଥିଲା। ସେଥିରେ ସେ ନିଜ ନୂଆ ଟ୍ରେନ୍‌ର ପରୀକ୍ଷଣ କରିବାକୁ ଚାହୁଁଥିଲେ। ଅପରାହ୍ନ ୩ଟା ବେଳେ ଏହି ଟ୍ରେନ ରୋମାନ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କରିଥିଲା। ଟ୍ରେନ୍‌ରେ ୧୦୬ ଜଣ ପାସେଞ୍ଜରଙ୍କ ସମେତ ଥିଲେ ୬ ଜଣ କ୍ରୁ-ମେମ୍ବର। ସେମାନେ ଆଖପାଖରେ ଥିବା ଭ୍ରମଣଯୋଗ୍ୟ ସ୍ଥାନ ଦେଖିବାକୁ ବାହାରିଥିଲେ।

Related image

କିନ୍ତୁ ସେତେବେଳେ ଟ୍ରେନ୍‌ ରାସ୍ତାରେ ଏକ ବଡ଼ ଟନେଲ ପଡ଼ିଥିଲା। ଟନେଲଟି ପାହାଡ଼କୁ କାଟି ତିଆରି କରାଯାଇଥିଲା। ସେହି ଟନେଲ ଭିତରେ ଟ୍ରେନ୍‌ ପ୍ରବେଶ କରିଥିଲା ସତ, ମାତ୍ର ବାହାରକୁ ବାହାରିନଥିଲା। ଟ୍ରେନ୍‌ ରହସ୍ୟମୟ ଭାବେ ଗାଏବ ହୋଇଯାଇଥିଲା। ଆଉ ଟ୍ରେନ୍‌ ସହ ସବୁଦିନ ପାଇଁ ଟନେଲ ଭିତରେ ହଜିଯାଇଥିଲେ ସମସ୍ତ ଯାତ୍ରୀଙ୍କ ସମେତ କ୍ରୁ-ମେମ୍ବର।

train

କିନ୍ତୁ ଟ୍ରେନ୍‌ ଟନେଲରେ ପ୍ରବେଶ କରିବା ପୂର୍ବରୁ ଶେଷ ମୁହୂର୍ତ୍ତରେ ଦୁଇଜଣ ଯାତ୍ରୀ ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ। ଏହାର କାରଣ ପଚାରିବାରୁ ସେମାନେ କହିଥିଲେ ଯେ ଟ୍ରେନ୍‌ ଟନେଲ ଭିତରେ ପ୍ରବେଶ କରିବା ବେଳେ ସେମାନେ କିଛି ଅଦ୍ଭୁତ ଚିତ୍କାର ଶୁଣିଥିଲେ ଓ ଟନେଲର ଆରମ୍ଭରେ କିଛି ଧଳା ଧୂଆଁ ବି ଦେଖିବାକୁ ମିଳିଥିଲା। ଏଣୁ ଭୟରେ ଉଭୟେ ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ। ଏହି ଘଟଣା ପରେ ଟନେଲକୁ ଇଟାପଥର ଦେଇ ବନ୍ଦ କରିଦିଆଯାଇଥିଲା।

Image result for railway tunnel

କିନ୍ତୁ ଏହି ରହସ୍ୟମୟ ଘଟଣାର ଅନ୍ତ ଏତିକିରେ ହୋଇନଥିଲା। ୧୦୬ଜଣ ଯାତ୍ରୀଙ୍କ ମଧ୍ୟରୁ ୨ ଜଣ ଟ୍ରେନରୁ ଡେଇଁ ପଡ଼ିବା ପରେ ବାକି ୧୦୪ଜଣଙ୍କ ଅବସ୍ଥା କ’ଣ ହେଲା? କୁଆଡ଼େ ଗଲେ ସେମାନେ? ସେ ନେଇ କେବେ ବି ଜଣାପଡ଼ିନଥାନ୍ତା ଯଦି ସେମାନଙ୍କ ମଧ୍ୟରୁ ଜଣେ ଯାତ୍ରୀଙ୍କ ସମ୍ପର୍କୀୟଙ୍କୁ ୧୯୨୬ରେ ଘଟିଥିବା ଏକ ଏମିତି ଘଟଣାର ରେକର୍ଡ ମିଳିନଥାନ୍ତା ଯେଉଁଥିରେ ସ୍ପଷ୍ଟ ଭାବେ ଲେଖାଯାଇଥିଲା ଯେ ସେହି ୧୦୪ ଜଣ ଯାତ୍ରୀଙ୍କ ସହ ସେହି ଘଟଣାରେ କ’ଣ ଘଟିଥିଲା।

train2

ରେକର୍ଡ ମୁତାବକ, ଏକଦା ମେକ୍ସିକୋର ଏକ ମେଡିକାଲରେ ଏକକାଳୀନ ୧୦୪ ଜଣ ମାନସିକ ରୋଗୀଙ୍କୁ ଭର୍ତ୍ତି କରାଯାଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସମସ୍ତ ରୋଗୀଙ୍କ କାହାଣୀ ଏକା ପ୍ରକାରର ଥିଲା। ସମସ୍ତେ କହିଥିଲେ ଯେ ସେମାନେ ରେଳରେ ରୋମ୍‌ରୁ ମେକ୍ସିକୋ ଆସିଥିଲେ। କିନ୍ତୁ ଏହା ବିଶ୍ୱାସଯୋଗ୍ୟ ନ ଥିଲା। କାରଣ କୌଣସି ଟ୍ରେନ୍‌ ଏତେ ବଡ଼ ମହାସାଗରକୁ ପାର କରି ରୋମ୍‌ରୁ ମେକ୍ସିକୋ ଆସିବା ଅସମ୍ଭବ ଥିଲା। ଏଣୁ ସରକାରଙ୍କ ପକ୍ଷରୁ ସମସ୍ତ ଜଳପଥରର ରେକର୍ଡ ଚେକ୍‌ କରାଯାଇଥିଲା। କିନ୍ତୁ ରେକର୍ଡରେ କୌଣସି ଇଟାଲିଆନ୍‌ ମେକ୍ସିକୋ ଯାତ୍ରା କରିଥିବା ନେଇ କିଛି ତଥ୍ୟ ନଥିଲା।

Related image

ତେବେ ସନ୍ଦେହ ଉପୁଜିବାର କାରଣ ହେଉଛି ୧୮୪୫ ମସିହାରେ ମେକ୍ସିକୋର ମେଡିକାଲରେ ଏକକାଳୀନ ୧୦୪ ଜଣଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଇଟାଲୀରେ ଟ୍ରେନ୍‌ ଗାଏବ ହେବା ଘଟଣା ୧୯୧୧ରେ ଘଟିଥିଲା। ତାହା ହେଲେ କ’ଣ ସେହି ଟ୍ରେନ୍‌ ଟାଇମ୍‌ ଟ୍ରାଭେଲ କରି ଅତୀତକୁ ଚାଲିଯାଇଥିଲା? ତେବେ ଏନେଇ ଆଜି ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ତଥ୍ୟ ମିଳିପାରିନାହିଁ, ଯାହା ଭୂତ ଟ୍ରେନ ସମ୍ପର୍କରେ କିଛି ବି ସୁରାକ ଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.