Below header

ସରକାରଙ୍କ LICର ଅଂଶଧନ ବିକିବା ନିଷ୍ପତ୍ତି, ଜାଣନ୍ତୁ ଜମାକାରୀଙ୍କ ପାଇଁ ଲାଭ ହେବ ନା କ୍ଷତି?

ଭାରତୀୟ ଜୀବନ ବୀମା  ନିଗମର ସ୍ଲେଗାନ ଥିଲା ‘ଜୀନ୍ଦେଗୀ କେ ସାଥ ଭି ଜୀନ୍ଦେଗୀ କେ ବାଦ ଭି’। କିନ୍ତୁ ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ପରେ (LICରେ ସରକାର ନିଜର ଅଂଶଧନ କମ କରିବେ ଅର୍ଥାତ ବିକ୍ରି କରିବେ) ଏବେ ଏହାର ଜମାକାରୀ ଚିନ୍ତାରେ ପଡିଯାଇଛନ୍ତି। ସେମାନେ ଜାଣିବାକୁ ଚାହୁଁଛନ୍ତି ଯେ ସରକାରଙ୍କ ଏହି ନିଷ୍ପତ୍ତି ଜମାକାରୀଙ୍କ ଉପରେ କଣ ପ୍ରଭାବ ପଡିବ।

Image result for lic delhi office"

ବର୍ତ୍ତମାନ ସମୟରେ ପ୍ରତି ଗାଁ ଗାଁରେ LICର ଏଜେଣ୍ଟ ମିଳିଯିବେ। ଲୋକମାନେ ମଧ୍ୟ LICକୁ ଭରଷାଯୋଗ୍ୟ ବୋଲି ମନେ କରନ୍ତି। ଏମିତିରେ ଭାରତ ସରକାରଙ୍କ ଏହି  ନିଷ୍ପତ୍ତି ଶୁଣି ନିବେଶକ ମାନେ ଚିନ୍ତିତ ଅଛନ୍ତି।  କାରଣ ବଜେଟ ପରେ ଲୋକମାନଙ୍କର ସବୁଠାରୁ ଅଧିକ ଚର୍ଚ୍ଚା ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ହୋଇଛି । ଏହି ବଡ ନିଷ୍ପତ୍ତିରେ ମଧ୍ୟ ରାଜନୀତି ଜୋରଦାର ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

LIC का हिस्सा बेचने का फैसला, जानें-पॉलिसी धारकों को फायदा या नुकसान?

ମୋଦି ସରକାରଙ୍କ ପାଇଁ ବିଗତ ଦୁଇବର୍ଷର ଆର୍ଥିକ ସଂକଟ ବହୁତ ଅସୁବିଧା ଆଣିଦେଇଛି । ଏବେ ସରକାରଙ୍କ ରଣନୀତି ଏହା କହୁଛି ଯେ ସବୁ କ୍ଷେତ୍ରରେ ଚାଲିଥିବା କ୍ଷତିକୁ କିଭଳି ଭାବରେ ବଢାଯାଇପାରିବ। ରି-ଇନଭେଷ୍ଟମେଣ୍ଟ ମାଧ୍ୟମରେ ପୁଣି ନିବେଶକୁଙ୍କୁ ପ୍ରେତ୍ସାହନ କରାଯାଇପାରିବ। ସଂରକ୍ଷଣ ଓ ନିବେଶ ବଢିବ ତ ପୁଣି ଆର୍ଥି ଅଭିବୃଦ୍ଧି ମଧ୍ୟ ବୃଦ୍ଧି ପାଇବ ।

 

LIC का हिस्सा बेचने का फैसला, जानें-पॉलिसी धारकों को फायदा या नुकसान?

ଇତିମଧ୍ୟରେ ମୋଦି ସରକାର ଘୋଷଣା କରିଛନ୍ତି LICରୁ ଅଶଂଧନ କମ କରାଯିବ। ସୂଚନା କହୁଛି ଯେ ସରକାରଙ୍କ ଏହି ନିଷ୍ପତ୍ତିରେ ନିବେଶକଙ୍କର କୌଣସି ପ୍ରଭାବ ପଡିବ ନାହିଁ। ଅର୍ଥାତ ଯିଏ ବି LICର ପଲିସି ନେଇଛନ୍ତି ସେମାନଙ୍କୁ କୌଣସି ପ୍ରକାରର ଚିନ୍ତା କରିବା ଆବଶ୍ୟକ ନାହିଁ। କେବଳ ଏତିକି ନୁହେଁ ଏଲଆଇସିର IPOରେ ନିବେଶ କରିବା ମଧ୍ୟ ଏକ ଉତ୍ତମ ଓ ସୁରକ୍ଷିତ ବିକଳ୍ପ ହେବ।

LIC का हिस्सा बेचने का फैसला, जानें-पॉलिसी धारकों को फायदा या नुकसान?

ବର୍ତ୍ତମାନ ଏଲ୍‌ଆଇସିର ୧୦୦% ଅଂଶଧନ ସରକାରଙ୍କ ପାଖରେ ରହିଛି। ଏହାକୁ ୧୯୫୬ ମସିହାରେ ସ୍ଥାପନ କରାଯାଇଥିଲା। ସେହିପରି ଆଇଡିବିଆଇ ବ୍ୟାଙ୍କରେ ସରକାରଙ୍କ ଥିବା ୪୭.୧୧ ପ୍ରତିଶତ ଅଂଶଧନକୁ ବିକ୍ରି କରାଯିବ ବୋଲି ଘୋଷଣା କରାଯାଇଛି। ଏହି ବ୍ୟାଙ୍କରେ ଏଲ୍‌ଆଇସିର ୫୧% ଅଂଶଧନ ରହିଛି। ୨୦୨୦-୨୧ରେ ପୁଞ୍ଜିପ୍ରତ୍ୟାହାର ଜରିଆରେ ସରକାର ଗତବର୍ଷ ତୁଳନାରେ ଅଧିକ ଟଙ୍କା ହାସଲ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏହା ଚଳିତ ଆର୍ଥିକ ବର୍ଷର ୧.୦୫ କୋଟି ଟଙ୍କାର ଲକ୍ଷ୍ୟ ତୁଳନାରେ ବହୁତ ଅଧିକ।

 

Image result for lic office"

ଆର୍ଥିକ ବର୍ଷ ୨୦୧୮-୨୦୧୯ରେ ଏଲଆଇସିର ସମ୍ପୂର୍ଣ୍ଣ ନିବେଶ ୨୮.୭୪ ଲକ୍ଷ କୋଟି ଟଙ୍କା ଥିଲା। ଏହା ସହିତ ଏହାର ସମ୍ପୂର୍ଣ୍ଣ ସମ୍ପତ୍ତି ବଢି ୩୧.୧୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚି ଯାଇଥିଲା। ଏହି ଅବଧିର ପ୍ରୀମିୟମରେ ଆୟକର ବଢି ୩.୩୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚି ଯାଇଥିଲା। କମ୍ପାନୀର ଟୋଟାଲ ଇନକମ୍ ୫.୬୦ ଲକ୍ଷ କୋଟି ପାଖାପାଖି ରହିଥିଲା।

Image result for lic office"

ଜୀବନ ବୀମା ନିଗମର କର୍ମଚାରୀ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହି ନିଷ୍ପତ୍ତିକୁ ନେଇ ୪ ଫେବୃଆରୀରେ ଦେଶ ବ୍ୟାପି ଏକ ଘଣ୍ଟା ହରତାଳ କରିବେ ବୋଲି ଘୋଷଣା  କରିଛନ୍ତି। ଯେଉଁଥିରେ କର୍ମଚାରୀମାନେ କହିଛନ୍ତି ଯେ LICରେ ସରକାରଙ୍କର ଏକ ଅଂଶୀଦାରୀ ବିକ୍ରି କରିବା ପାଇଁ କହିଛନ୍ତି। କର୍ମଚାରୀଙ୍କ କହିବା କଥା ହେଲା ଏଲଆଇସିର ଆଂଶିକ ବିନିଯୋଗର ପ୍ରସ୍ତାବ ରାଷ୍ଟ୍ରହିତର ଖିଲାପରେ ଅଟେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.