ମାଲକାନଗିରି ପରେ କୋରାପୁଟ ଗସ୍ତ କଲେ ଡିଜି ଅଭୟ, ମାଓ ଦମନ ନେଇ ବରିଷ୍ଠ ଅଧିକାରୀଙ୍କ ସହ କଲେ ଆଲୋଚନା

କେନ୍ୟୁଜ୍(ବ୍ୟୁରୋ):  ଲାଲଗଡ଼ରେ ପୋଲିସ ଡିଜି । ଗତକାଲି ମାଲକାନଗିରି ଗସ୍ତ କରିଥିବା ବେଳେ ଆଜି କୋରାପୁଟ ଗସ୍ତ କରିଛି ଡିଜି ଅଭୟ । ବରିଷ୍ଠ ଅଧିକାରୀଙ୍କ ସହ ମାଓ ଦମନ ନେଇ ଆଲୋଚନା କରିଛନ୍ତି । କୋରାପୁଟରେ ଥିବା ଏସଓଜି କ୍ୟାମ୍ପ ପରିଦର୍ଶନ କରିଛନ୍ତି । କେମିତି ଟ୍ରେନିଂ ଦିଆଯାଉଛି, ସେ ନେଇ ଯବାନଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ।

police dg

ନୂଆ ରଣନୀତି ନେଇ କମାଣ୍ଡୋଙ୍କ ସହ ବହୁ ସମୟ ଧରି ସେ ଆଲୋଚନା କରିଥିଲେ । ଏହାପରେ ତୃତୀୟ ବାଟାଲିୟନ ଗସ୍ତ କରିଥିଲେ ଡିଜି ଅଭୟ । ଗତକାଲି ମାଲକାନଗିରି ଗସ୍ତ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ନେଇ ଆଲୋଚନା କରିଥିଲେ । ଏମିତିକି ଲାଲବାହିନୀଙ୍କ ଗାଁ ଲୋକ ଦେଇଥିବା ଜବାବକୁ ସେ ପ୍ରଶଂସା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.