ଭାରତୀୟ ରେଲୱେ ରଦ୍ଦ କରିଛି ୩୧୪ଟି ଟ୍ରେନ୍, ଏପରି କରନ୍ତୁ ଆପଣଙ୍କ ଷ୍ଟାଟସ୍ ଚେକ୍

ନୂଆଦିଲ୍ଲୀ : ଭାରତୀୟ ରେଲୱେ ଶନିବାରରୁ ୩୧୪ଟି ରେଳଗାଡ଼ି ବା ଟ୍ରେନକୁ ରଦ୍ଦ କରିଛି। କିଛି ଏକ୍ସପ୍ରେସ ଗାଡ଼ିକୁ ମଧ୍ୟ ଏନେଇ ରଦ୍ଦ କରାଯାଇଛି। ଏଥି ପାଇଁ ରେଲୱେ ତରଫରୁ ଯାତ୍ରୀଙ୍କୁ ଏସଏମଏସ କରାଯିବା ସହ ଷ୍ଟେସନ ମାନଙ୍କରେ ମଧ୍ୟ ଏନେଇ ସୂଚନା ପ୍ରଦାନ କରାଯାଇଛି।

tatkal-train-ticket

ରେଲୱେ ସୂଚନା ମୁତାବକ , ଦେଶର ବିଭିନ୍ନ ସ୍ଥାନରେ ରେଳଧାରଣା କାମ ଚାଲିଛି। ଏନେଇ ଅନେକ ସ୍ଥାନରେ ଟ୍ରାଫିକ୍ ବ୍ଳକ୍ କରାଯାଇଛି। ଏଣୁ ଟ୍ରେନ ଗୁଡ଼ିକର ସୁରକ୍ଷା ଏବଂ ସୁବିଧା ପରିଚାଳନା ପାଇଁ ୩୧୪ଟି ଟ୍ରେନକୁ ରଦ୍ଦ କରାଯାଇଛି।ତେବେ ରଦ୍ଦ ହୋଇଥିବା ଗାଡ଼ି ମାନଙ୍କ ବିଷୟରେ ଆପଣ ନେସନାଲ ଟ୍ରେନ ଇନକ୍ୟୁରୀ ସିଷ୍ଟମ (NTES) ରେ ଯାଞ୍ଚ କରିପାରିବେ। ଏହାଛଡ଼ା ଉତ୍ତର ଭାରତରେ ଘନ କୁହୁଡ଼ିକୁ ନଜରରେ ରଖି ମଧ୍ୟ କିଛି ଟ୍ରେନକୁ ରଦ୍ଦ କରାଯାଇଛି।

ରେଲୱେ ତରଫରୁ ଯେଉଁ ଟ୍ରେନ ଗୁଡ଼ିକୁ ରଦ୍ଦ କରାଯାଇଛି ତାହା ବିଷୟରେ ରେଲୱେର ଅଫିସିଆଲ ୱେବସାଇଟରେ ସୂଚନା ପ୍ରଦାନ କରାଯିବା ସହ ବିଭିନ୍ନ ଷ୍ଟେସନ ମାନଙ୍କରେ ମଧ୍ୟ ଏନେଇ ସୂଚନା ପ୍ରଦାନ କରାଯାଉଛି।

indian-railways-

ତେବେ ବାତିଲ ହୋଇଥିବା ଟ୍ରେନ ବାବଦରେ ଆପଣ ୧୩୯ ନମ୍ବରକୁ ଏସଏମଏସ କରି ମଧ୍ୟ ତାହାର ସ୍ଥିତି ଜାଣିପାରିବେ। ପୂର୍ବରୁ ଟିକେଟ ବୁକ କରିଥିବା ଯାତ୍ରୀଙ୍କ ଟ୍ରେନ ରଦ୍ଦ ହୋଇଥିଲେ ତାଙ୍କୁ ସଂପୂର୍ଣ୍ଣ ଟିକେଟ ମୂଲ୍ୟ ଫେରସ୍ତ ମିଳିବ।

ଭାରତୀୟ ରେଲ ସଂପୂର୍ଣ୍ଣ ଦେଶରେ ମୋଟ ଉପରେ ୧୨୬୦୦ଟି ଟ୍ରେନ ପରିଚାଳନା କରିଥାଏ । ଯେଉଁଥିରେ ପ୍ରାୟ ୨.୩ ଯାତ୍ରୀ ଯାତ୍ରା କରିଥାନ୍ତି। ଅନେକ ସମୟରେ ରେଳ ପରିଚାଳନାରେ ବିଭିନ୍ନ ପରିବର୍ତ୍ତନ ନେଇ ଟ୍ରାଫିକ୍ ବ୍ଲକ କରାଯାଇଥାଏ।

You might also like