EPFO ସଦସ୍ୟମାନେ ଏଣିକି ଆଡଭାନ୍ସରେ ଟଙ୍କା ଉଠାଇପାରିବେ, ଜାଣିରଖନ୍ତୁ ନୀତି ନିୟମ

ଏ ମ୍ପ୍ଲୋୟୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ(ଇପିଏଫଓ) ନିଜ ସବସ୍କ୍ରାଇବଇରକୁ କିଛି ସର୍ତ୍ତ ସହ ଇପିଏଫ ଆକାଉଣ୍ଟରୁ ନନ ରିଫଣ୍ଡେବଲ ଆଡଭାନ୍ସ ଉଠାଇବା ପାଇଁ ଅନୁମତି ଦେଇଥାଏ । ଇପିଏଫଓ ନିୟମ ମୁତାବକ, କୌଣସି ଇପିଏଫଓ ମେମ୍ବର ଇପିଏଫ ଆକାଉଣ୍ଟରୁ ସମୁଦାୟ ଜମାରାଶିର ୭୫ ପ୍ରତିଶତ ବା ତିନି ମାସର ବେଶିକ ସ୍ୟାଲେରୀ ତଥା ମହଙ୍ଗା ଭତ୍ତା(DA) ସମାନ ଅର୍ଥରାଶି ଉଠାଇ ପାରିବେ । ଇପିଏଫଓର ବାକି ଅର୍ଥ ରାଶିର ମାନେ ହେଉଛି ଏ ମ୍ପ୍ଲୋୟୀ ବା କର୍ମଚାରୀ ମାନଙ୍କର ଭାଗ, ଏମ୍ପ୍ଲୋୟର ମାନଙ୍କ ଭାଗ ତଥା ତାହା ଉପରେ ମିଳୁଥିବା ଇପିଏଫଓର ସୁଧ । ଇପିଏଫଓ ୱେବସାଇଟରେ ନନ ରିଫଣ୍ଡେବଲ ଆଡଭାନ୍ସ ଉଠାଇବା ବାବଦରେ ପ୍ରଶ୍ନ ପଚାରିଥାଏ । ଏହି ପ୍ରଶ୍ନର ଉତ୍ତରରେ ପ୍ରୋଭିଡେଣ୍ଟ ଫଣ୍ଡ ରେଗୁଲେଟ ପକ୍ଷରୁ ଦାବି କରାଯାଇଛିକି ନନ ରିଫଣ୍ଡେବଲ ଇପିଏଫ ଆଡଭାନ୍ସ ପ୍ରକ୍ରିୟା ୩ ଦିନ ଭିତରେ ପୁରା ହୋଇଯାଇଥାଏ । ଆଉ ଏନେଇ ଜରୁରୀକି ଅନଲାଇନ କ୍ଳେମ ଫର୍ମ ଠିକ ଭାବରେ ପୁରଣ ହୋଇଯାଉ ଓ ଦାବିଦାର ଟଙ୍କା ଉଠାଇବା ସର୍ତ୍ତ ମାନଙ୍କୁ ପୁରା କରୁଥାନ୍ତୁ ।

ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ ନିକଟରେ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲରେ ଟ୍ୱିଟ କରି ଜଣାଇଛନ୍ତିକି ନନ ରିଫଣ୍ଡେବଲ ଇପିଏଫ ଆଡଭାନ୍ସ ପାଇଁ ଇପିଏଫ ଆକାଉଣ୍ଟ ହୋଲଡ଼ରଙ୍କୁ କିଛି ସର୍ତ୍ତ ପୁରଣ କରିବାକୁ ହେବ । ଏହି ସର୍ତ୍ତ ଗୁଡିକ ଭିତରେ ରହିଛି ସାଇଟ, ଘର, ଫ୍ଲାଟ ଆଦି କିଣିବା ବା ଏଗୁଡିକୁ ତିଆରି କରିବା । ଏହା ସହ ଘର ନିର୍ମାଣ, ପରିବାର ସଦସ୍ୟଙ୍କ ରୋଗ ବୈରାଗ, ପୁଅ-ଝିଅ କିମ୍ବା ଭାଇଭଉଣୀଙ୍କ ବିବାହ ଆଦି ବି ସାମିଲ ଅଛି । ଅଥବା ପିଲାମାନଙ୍କର ମ୍ୟାଟ୍ରିକ ପରର ଶିକ୍ଷା, ପ୍ରାକୃତିକ ବିପର୍ଯ୍ୟୟ, ଏକ ମାସର ଭତ୍ତା ଆଦି ପାଇଁ ଟଙ୍କା ଉଠାଯାଇ ପାରିବ ।

ଇପିଏଫଓ ଟ୍ୱିଟରେ ଏହା ମଧ୍ୟ କୁହାଯାଇଛିକି ଏହାର ସଦସ୍ୟମାନେ ୟୁନିଫାଏଡ ମେମ୍ବର ପୋର୍ଟାଲ କିମ୍ବା ଉମଂଗ ଆପ ଜରିଆରେ ନନ ରିଫଣ୍ଡେବଲ ଇପିଏଫ ଆଡଭାନ୍ସ ପାଇଁ ଆବେଦନ କରିପାରିବେ । ଏଠାରେ ଆମେ ଆପଣଙ୍କୁ ନନ ରିଫଣ୍ଡେବଲ ଇପିଏଫ ଆଡଭାନ୍ସରେ ଟଙ୍କା ଉଠାଇବା ପ୍ରକ୍ରିୟା ବାବଦରେ କହିରଖୁଛୁ ।

୧. ପ୍ରଥମେ ୟୂନିଫାଏଡ଼ ଇପିଏଫଓ ପୋର୍ଟାଲରେ ଲଗ ଇନ କରନ୍ତୁ ।

୨. ଏବେ ନିଜ ଅନଲାଇନ ସର୍ଭିସ କ୍ଲେମକୁ ଯାଆନ୍ତୁ ।

୩. ବ୍ୟାଙ୍କ ଚେକ ଉପରେ ଆପଣଙ୍କ ନାଁ ଲେଖାଥିଲେ ଏହାକୁ ଅପଲୋଡ଼ କରନ୍ତୁ ।

୪. ସବମିଟ ଅପସନକୁ ଯାଇ ଫର୍ମ ସବମିଟ ବଟନ ଉପରେ କ୍ଲିକ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.