ଉପରଶ୍ରେଣୀର ଆୟକାରୀଙ୍କ ଉପରେ ବଢ଼ିଲା ବୋଝ, ୨ରୁ ୫ କୋଟି ପର୍ଯ୍ୟନ୍ତ ଆୟକାରୀ ଗଣିବେ ଅତିରିକ୍ତ ୩ ପ୍ରତିଶତ ଟିକସ

ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ ହୋଇନି । କିନ୍ତୁ ଉପରଶ୍ରେଣୀର ଆୟକାରୀଙ୍କ ଉପରେ ବୋଝ ବଢିଛି। ୨ରୁ ୫ କୋଟି ପର୍ଯ୍ୟନ୍ତ ଆୟକାରୀଙ୍କ ଉପରେ ଅତିରିକ୍ତ ୩ ପ୍ରତିଶତ ଟିକସ ଲାଗୁ ହୋଇଛି। ସେହିପରି ୭ କୋଟିରୁ ଅଧିକ ଆୟକାରୀ ଅତିରିକ୍ତ ୭ ପ୍ରତିଶତ ଟିକସ ଦେବେ। ଗୋଟିଏ ବର୍ଷରେ ୧ କୋଟି ଟଙ୍କାରୁ ଅଧିକ ଉଠାଣ ଉପରେ ୨ ପ୍ରତିଶତ ଟିଡିଏସ୍ କଟିବ। ୩୧ ମାର୍ଚ୍ଚ ୨୦୨୦ ସୁଦ୍ଧା ୪୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣରେ ଘର କିଣିଲେ, ଅଧିକ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ଉପରେ ଆୟକର ରିହାତି ମିଳିବ। ପୂର୍ବରୁ ଏହା ୨ ଲକ୍ଷ ଟଙ୍କା ଥିଲା। ଅର୍ଥାତ ସାଢ଼େ ତିନି ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଆୟକର ରିହାତି ମିଳିବ। ପ୍ୟାନ୍ ବଦଳରେ ଆଧାର କାର୍ଡ ଦେଇ ଆୟକର ରିଟର୍ଣ୍ଣ ଫାଇଲ କରି ହେବ।

୪୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଟର୍ଣ୍ଣ ଓଭର କଂପାନୀ ଉପରେ ୨୫ ପ୍ରତିଶତ ଟିକସ ପଡିବ। ପୂର୍ବରୁ ଏହା ୨୫୦ କୋଟି ଟଙ୍କା ଟର୍ଣ୍ଣଓଭର ପର୍ଯ୍ୟନ୍ତ ୨୫ ପ୍ରତିଶତ ଟିକସ ଥିଲା। ଷ୍ଟାର୍ଟଅପ୍ କମ୍ପାନୀ ଗୁଡିକ ଯେଉଁ ପାଣ୍ଠି ସଂଗ୍ରହ କରନ୍ତି ତାହାର ଆୟକର ଯାଞ୍ଚ ହେବ ନାହିଁ। ଇଲେକ୍ଟ୍ରିକ୍ ଗାଡ଼ି କିଣିଲେ ଶସ୍ତା ହେବ। ଜିଏସଟି ୧୨ ପ୍ରତିଶତରୁ ୫ ପ୍ରତିଶତ କରାଯାଇଛି। ଏହାସହ ଋଣରେ ଏପରି ଗାଡ଼ି କିଣିଲେ, ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ଉପରେ ଆୟକର ଛାଡ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.