ପ୍ରତ୍ୟେକ କମ୍ପାନୀ ନିଜ କର୍ମଚାରୀଙ୍କ ବେତନରୁ ପ୍ରତି ମାସରେ କର୍ମଚାରୀ ଭବିଷ୍ୟ ନିଧି(EPF) ଖାତା ପାଇଁ ପଇସା କାଟ୍ କରିଥାଏ। ଏଥିରେ ଗୋଟେ ଭାଗ କର୍ମଚାରୀଙ୍କ ଦରମା ଆଉ ଅନ୍ୟ ଭାଗ କମ୍ପାନୀର ରହିଥାଏ। ଇପିଏଫକୁ ପିଏଫ ଭାବେ ମଧ୍ୟ ଜଣାଯାଏ। ଏହା ସଂଗଠିତ କ୍ଷେତ୍ର କର୍ମଚାରୀଙ୍କ ପାଇଁ ସରକାର କରାଯାଇଥିବା ସେଭିଂ। କେବଳ ଇପିଏଫ ଅଧିନିୟକ ଅନୁସାରେ ପଂଜିକୃତ କମ୍ପାନୀର କର୍ମଚାରୀ ହିଁ ଇପିଏଫ କିମ୍ବା ପିଏଫରେ ନିବେଶ କରିପାରିବେ। କମ୍ପାନୀ ଏବଂ କର୍ମଚାରୀ ଇପିଏଫ ଖାତାରେ ପ୍ରତି ମାସରେ କର୍ମଚାରୀଙ୍କ ମୂଳ ବେତନ ଏବଂ ମହଙ୍ଗା ଭତ୍ତାର ୧୨ ପ୍ରତିଶତ ଯୋଗଦାନ କରିବା ଆବଶ୍ୟକ। ଜାଣନ୍ତୁ ଇପିଏଫଓ ଜଡିତ ପାଞ୍ଚଟି ଖାସ୍ କଥା..
– ଇପିଏଫ ଖାତାରେ ଜମା ହୋଇଥିବା ରାଶିରେ ଭଲ ରିଟର୍ନ ମିଳିଥାଏ। ଯେଉଁ କର୍ମଚାରୀଙ୍କ ଇପିଏଫ ଖାତା ରହିଛି, ସେହି କର୍ମଚାରୀ ଭବିଷ୍ୟ ନିଧି ଅଧିନିୟକ ୧୯୫୬ ଅନୁଯାୟୀ ଏହି ସୁବିଧା ପାଇପାରିବେ। ଇପିଏଫରେ ମିଳୁଥିବା ସୁଧ ପ୍ରତିବର୍ଷ ପରିବର୍ତ୍ତନ ହୋଇଥାଏ। ଏବେ ଏହା ୮.୫ ପ୍ରତିଶତ ରହିଛି।
– ଏହି ସଂଚୟ ଯୋଜନା ଆୟକର ଅଧିନିୟମ ଧାରା ୮୦ ସି ପ୍ରତିଶତ କର ଛାଡ କ୍ଷେତ୍ରରେ ଆସିଥାଏ।
– ସରକାର କରୋନା ମହାମାରୀ ସମୟରେ ବେରୋଜଗାରଙ୍କ ସାହାଯ୍ୟ କରିବା ପାଇଁ ଆଶିଂକ ପଇସା କାଢିବାର ସୁବିଧା ମଧ୍ୟ ଦେଇଛି। ଏହି ପ୍ରକ୍ରିୟା ବହୁତ ସହଜ ଏବଂ ଅନଲାଇନ ମାଧ୍ୟମରେ କରିପାରିବେ।
– ଏଥିରେ ପେନସନ ଯୋଜନା ୧୯୯୫ ଇପିଏସ୍ ଅଧିନରେ ଆଜୀବନ ପେନସନ ଯୋଜନା ପ୍ରଦାନ ହୋଇଥାଏ।
– ଯଦି ଇପିଏଫର କୌଣସି ସଦସ୍ୟ ନିୟମିତ ରୂପରେ ଅଂଶଦାନ କରିଥାଏ ତେବେ ତାଙ୍କ ମୃତ୍ୟୁ ସ୍ଥିତିରେ ତାଙ୍କର ପରିବାର ସଦସ୍ୟଙ୍କୁ ବୀମା ଯୋଜନା ୧୯୭୬(EDLI) ର ଲାଭ ଉଠାଇପାରିବେ। ଏହି ଯୋଜନା ଅଧିନସରେ ସଦସ୍ୟ ତାଙ୍କର ଅନ୍ତିମ ମାସିକ ବେତନର ୨୦ ଗୁଣା ରାଶି ମିଳିଥଶଏ। ଏହି ରାଶି ଅଧିକତମ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ।