LIC ଆଣିଲା ମହିଳାଙ୍କ ପାଇଁ ଜବରଦସ୍ତ ପ୍ଲାନ, ଜାଣନ୍ତୁ ପଲିସି ସମ୍ବନ୍ଧୀୟ ସମସ୍ତ ତଥ୍ୟ

ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତଙ୍କ ପାଖରେ ଇନସୁରାନ୍ସ ପଲିସି ଥିବା ଜରୁରୀ। ଯଦି ଆପଣ ଇନସୁରାନ୍ସରେ ପଲିସି କରିବାକୁ ଚାହୁଁଛନ୍ତି ତାହେଲେ ଏଥିରୁ ଆପଣଙ୍କୁ ମୋଟା ସେଭିଙ୍ଗସ ମିଳିବା ସହିତ ହେଲ୍ଥ ଏବଂ ଲାଇଫ କଭର ମଧ୍ୟ ମିଳିଥାଏ। ଲାଇଫ ଇନସୁରାନ୍ସ କର୍ପୋରେସନ ଅଲଗା ଅଲଗା ଲୋକଙ୍କ ପାଇଁ ଅଲଗା ଅଲଗା ପଲିସି ଲଞ୍ଚ କରିଛି।

ଲାଇଫ ଇନସୁରାନ୍ସ କର୍ପୋରେସନା ଆଧାର ସିଲା ପ୍ଲାନ ଏକ ଏମିତି ପ୍ଲାନ ଯାହା ମୁଖ୍ୟ ରୂପରେ ମହିଳାଙ୍କ ପାଇଁ ଲଞ୍ଚ୍‌ କରାଯାଇଛି। ଯେଉଁ ମହିଳାଙ୍କ ପାଖରେ ଆଧାର କାର୍ଡ ଅଛି ସେମାନେ ଏହି ପ୍ଲାନକୁ ନେଇପାରିବେ। ଏହି ପ୍ଲାନକୁ ନେବା ପୂର୍ବରୁ ଆପଣଙ୍କୁ ମେଡିକାଲ ଟେଷ୍ଟର ଆବଶ୍ୟକତା ପଡିବ। ଏହି ପ୍ଲାନର ଖାସିୟତ୍‌ ହେଉଛି ଏଥିରେ ସେଭିଙ୍ଗ ଏବଂ ପ୍ରୋଟେକସନ ଉଭୟ ରହିଛି।

ମୃତ୍ୟୁ ପରେ ମିଳିବ ଆର୍ଥିକ ସାହାଯ୍ୟ

ଏଲଆଇସି ଆଧାର ପ୍ଲାନ ଅନୁଯାୟୀ ଯଦି ପ୍ଲାନ ଭିତରେ ହିଁ ମହିଳାଙ୍କର ମୃତ୍ୟୁ ହୋଇଯାଉଛି ତାହେଲେ ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ ମିଳିବ। ସେହିପରି ଜୀବିତ ଥିଲେ ଟର୍ମ ପୂରା ହେବା ପରେ ସମ୍‌ ଆସ୍ୟୁର୍ଡ ରାଶି ମିଳିଥାଏ।

ଅତିକମରେ ୧୦ ବର୍ଷ ପାଇଁ ପ୍ଲାନ

ଏହି ପଲିସି କେବଳ ମହିଳାଙ୍କ ପାଇଁ ରହିଛି। ଏହି ପ୍ଲାନରେ ଯୋଡିହେବାର ନ୍ୟୁନତମ ବୟସ ୮ ବର୍ଷ ଏବଂ ଅଧିକତମ ବୟସ ୫୫ ବର୍ଷ। ଏହି ପଲିସି ଅତିକମରେ ୧୦ ବର୍ଷ ଏବଂ ଅଧିକତମ ୨୦ ବର୍ଷ ପାଇଁ ରହିଛି। ଅତିକମରେ ସମ୍‌ ଆସ୍ୟୁର୍ଡ ୭୫ ହଜାର ଟଙ୍କା ଏବଂ ଅଧିକତମ ୩ ଲକ୍ଷ ଟଙ୍କା ରହିଛି।

ପ୍ରିମିୟମ ପେମେଣ୍ଟ ମୋଡ

ପ୍ରିମିୟମ ପାଇଁ ଚାରୋଟି ଅପସନ୍‌ ରହିଛି। ଅର୍ଥାତ ମାସିକ, ତିନିମାସିକ, ଛଅ ମାସିକ ଏବଂ ବାର୍ଷିକ ଆଧାରରେ ପ୍ରିମିୟମ ଜମା କରିପାରିବେ।

LIC’s Aadhaar Shila Planର ଅନ୍ୟ ଫିଚର୍ସ

-ଏହି ପ୍ଲାନରେ ଅଟୋ କଭର ଫେସିଲିଟୀ ରହିଛି।
-ଏହାର ପ୍ରିମିୟମ ବହୁତ କମ୍‌ ରହିଛି ଯାହାକୁ ଗୃହିଣୀଙ୍କୁ ନଜର ରଖି ପ୍ରସ୍ତୁତ କରାଯାଇଛି।
-ଏହି ପ୍ଲାନରେ Loyality Additionର ସୁବିଧା ରହିଛି। ଏହା ଅନୁଯାୟୀ ପଲିସି ହୋଲଡରଙ୍କ ମୃତ୍ୟୁ ପାଞ୍ଚ ବର୍ଷ ପରେ ହେଲେ ତାଙ୍କୁ  Loyalityର ଲାଭ ଅଲଗା ମିଳିବ।
-ଗମ୍ଭୀର ରୋଗ ଏହି ପ୍ଲାନରେ ସାମିଲ ନାହିଁ।
-ତିନି ବର୍ଷ ପରେ ଲୋନର ସୁବିଧା ମିଳିବ।
-ଆକ୍ସିଡେଣ୍ଟ ରାଇଡର ଏବଂ ପରମାନେଣ୍ଟ ଡିସ-ଆବିଲିଟୀ ରାଇଡର ସୁବିଧା ଉପଲବ୍ଧ ରହିଛି।
-ପ୍ରିମିୟମ ରାଶିରେ ଟ୍ୟାକ୍ସରେ ରିହାତି ମିଳିଥାଏ। ୮୦ସି ଅନୁଯାୟୀ ଟ୍ୟାକ୍ସ ବେନିଫିଟ୍ସ ଉଠାଯାଇପାରିବ।
-ପଲିସି ମ୍ୟାଚୋର ହେବା ପରେ ଟ୍ୟାକ୍ସ ଫ୍ରି ମିଳିଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.