Below header

ଏହି ବ୍ୟାଙ୍କ ଯୁବପିଢିଙ୍କ ପାଇଁ ନେଇ ଆସୁଛି ସୁବର୍ଣ୍ଣ ସୁଯୋଗ, ଜଲଦି କରନ୍ତୁ ଆବେଦନ

ଆପଣ ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି କି ? ତେବେ ଏହି ବ୍ୟାଙ୍କ ଆପଣମାନଙ୍କ ପାଇଁ ନେଇ ଆସିଛି ସୁବର୍ଣ୍ଣ ସୁଯୋଗ। ଇଣ୍ଡିଆ ଏକ୍ଜିମ୍ ବ୍ୟାଙ୍କ ଏବଂ ଏକ୍ସପୋର୍ଟ ଇମ୍ପୋର୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ମ୍ୟାନେଜମେଣ୍ଟ ଟ୍ରେନିଙ୍ଗ୍‌ ପାଇଁ ଆବେଦନ ଜାରି କରାଯାଇଛି। ଏହି ବ୍ୟାଙ୍କ ପକ୍ଷରୁ ସମୁଦାୟ ୬୦ଟି ମ୍ୟାନେଜମେଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୋଗ୍ୟ ଏବଂ ଇଛୁକ ଆବେଦନକାରୀ େଓ୍ଵବସାଇଟ୍ ଜରିଆରେ ୩୧ ଡିସେମ୍ବର ପର୍ଯ୍ୟନ୍ତ ଆବେଦନ କରିପାରିବେ।

exim bankଏହି ପଦବୀ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ୧୯ ଡିସେମ୍ବରରୁ ଆରମ୍ଭ ହେବ। ଆବେଦନକାରୀ ଅଧିକାରୀଙ୍କ େଓ୍ଵବସାଇଟ୍ eximbankindia.in ଜରିଆରେ ଆବେଦନ କରିପାରିବେ। ଉକ୍ତ ୬୦ଟି ପଦବୀରେ ନିଯୁକ୍ତି ପାଇଁ , ୨୭ଟି ପଦବୀ ସାଧାରଣ ବର୍ଗଙ୍କ ପାଇଁ ହୋଇଥିବା ବେଳେ ଏସସି ବର୍ଗଙ୍କ ପାଇଁ ୮ଟି ପଦବୀ, ଏସଟି ବର୍ଗଙ୍କ ପାଇଁ ୪, ଓବିସି ବର୍ଗଙ୍କ ପାଇଁ ୧୬ ଏବଂ ଇଡବ୍ଲ୍ୟୁଏସ୍ ବର୍ଗଙ୍କ ପାଇଁ ୫ଟି ପଦବୀ ରହିଛି। ସେହିଭଳି ଉକ୍ତ ପଦବୀରେ ଆବେଦନ ପାଇଁ ୟୁଆର/ଇଡବ୍ଲ୍ୟୁଏସ୍ ଆବେଦନକାରୀଙ୍କ ବୟସ ସୀମା ୨୫ ବର୍ଷ ନିର୍ଦ୍ଦାରିତ କରାଯାଇଛି। ଏସସି/ଏସଟି ଆବେଦନକାରୀଙ୍କ ବୟସ ସୀମା ୩୦ ବର୍ଷ ଏବଂ ଓବିସି ବର୍ଗର ଆବେଦନକାରୀଙ୍କ ପାଇଁ ୨୮ ବର୍ଷ ନିର୍ଦ୍ଦାରିତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.