ଟାଟା ମୋଟର୍ସ ଏମଡି କହି ଠକିଛନ୍ତି ଆକାଶ ପାଠକ, ଠକାମୀର ଶିକାର ହୋଇଥିଲେ ଅଭିଯୋଗ କରିବାକୁ କ୍ରାଇମବ୍ରାଞ୍ଚ୍ ଏଡିଜିଙ୍କ ଅନୁରୋଧ

ଭୁବନେଶ୍ବର: ଆକାଶ ପାଠକଙ୍କ ଠକେଇର ଶିକାର ହୋଇଥିଲେ ରିପୋର୍ଟ କରନ୍ତୁ । ଯେଉଁମାନେ ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇର ଶିକାର ହୋଇଛନ୍ତି ସେମାନେ ଆଗକୁ ଆସନ୍ତୁ, ପୋଲିସକୁ ଏ ସମ୍ପର୍କରେ ଅବଗତ କରାନ୍ତୁ । କ୍ରାଇମବ୍ରାଞ୍ଚ୍ ଏ ଡି ଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏନେଇ ସାମ୍ବାଦିକ ସମ୍ମିଳନୀଏହା କହିଛନ୍ତି । ଆକାଶ ପାଠକ ଠକେଇ ସମ୍ପର୍କରେ ଅଧିକ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ।

ଆକାଶ ପାଠକ ଟାଟା ମୋଟର୍ସ ନାଁରେ ଫେକ୍‌ ଆଇଡି କାର୍ଡ ତିଆରି କରିଥିଲେ । ଏହାସହ ଭିଜିଟିଙ୍ଗ କାର୍ଡ, ଇମେଲ ଆଇଡି କ୍ରିଏଟ କରାଯାଇଥିଳା । ଟାଟା ମୋଟର୍ସରେ ଚାକିରି ଦେବାକୁ କହି ଆକାଶ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଛନ୍ତି । ଆକାଶ ପାଠକ ନାଁରେ ୬ ଜଣ ବ୍ୟକ୍ତି ଅଭିଯୋଗ କରିଥିଲେ । ସେହି ଆଧାରରେ ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ ।

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଚାକିରି ଦେବା ନାଁରେ ବିପୁଳ ପରିମାଣର ଅର୍ଥ ନେଇଛନ୍ତି । ପ୍ରଦୀପ ପାଣିଗ୍ରାହୀଙ୍କ ଘନିଷ୍ଠ ସହଯୋଗୀ ମଧ୍ୟ ଠକେଇରେ ସମ୍ପୃକ୍ତି ରହିଛି । ଘନିଷ୍ଠ ସହଯୋଗୀଙ୍କ ମାଧ୍ୟମରେ ଟଙ୍କା ନେଣଦେଣ ହୋଇଛି । ୪ ଜଣ ଚାକିରି ଆଶାୟୀ ପ୍ରଦୀପ ପାଣିଗ୍ରାହୀ ଓ ସହଯୋଗୀଙ୍କୁ ଟଙ୍କା ଦେଇଥିଲେ । ଅନ୍ୟ ଦୁଇ ଜଣ ଆଶାୟୀ ଟଙ୍କା ଅନଲାଇନରେ ଦେଇଥିଲେ । ସେମାନଙ୍କୁ ଜାଲ ନିଯୁକ୍ତିପତ୍ର ଦେଇଥିଲେ । ଅନଲାଇନରେ ମଧ୍ୟ ଟ୍ରେନିଂ ଦେଇଥିଲେ । ଠକେିଇ ନେଇ ପୁନେ ପୋଲିସ ପାଖରେ ରିପୋର୍ଟ କରାଯାଇତିବା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ । ଆକାଶଙ୍କ ପିଏ ଡେଭିଡ଼ ପିଟରଙ୍କୁ ଜେରା ବେଳେ ଅନେକ ତଥ୍ୟ ହାସଲ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.