ବାପାର ବିବାଦ ପୁଅର ମନସ୍ତାପ : ଜନ୍ମଦିନରେ ବି ଖୁସି ନାହାନ୍ତି ଯୁବରାଜ ସିଂ, କହିଲେ ବାପାଙ୍କ ମନ୍ତବ୍ଯକୁ ନେଇ ମୁଁ ଦୁଃଖିତ

ଇଣ୍ଡିଆନ ଟିମ୍ ର ସିକ୍ସର କିଙ୍ଗ ଭାବେ ପରିଚିତ ଯୁବରାଜ ସିଂ ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ନିଜ ଜନ୍ମଦିନରେ ଯୁବରାଗ ସୋସିଆଲ ମିଡିଆରେ ଏକ ଭାବୁକ ପୋଷ୍ଟ ଲେଖିଛନ୍ତି। ଯାହା ଏବେ ଚର୍ଚ୍ଚାରେ। ଭାରତୀୟ ଦଳର ପୂର୍ବତନ କ୍ରିକେଟର ଯୁବରାଜ ସିଂ ପିତା ଯୋଗରାଜ ସିଂଙ୍କ ବିବାଦୀତ ବୟାନ ପାଇଁ କ୍ଷମା ମାଗିଛନ୍ତି । ଯୋଗରାଜ କୃଷକ ଆନ୍ଦୋଳନ ସମର୍ଥନରେ ହିନ୍ଦୁଙ୍କ ବିରୋଧରେ ଅପମାନଜନକ ପ୍ରତିକ୍ରିୟା ଦେଇଥିଲେ । ଯାହାକୁ ନେଇ ବିବାଦ ଘନେଇଥିଲା । ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ଗିରଫଦାରୀ ପାଇଁ ଦାବି ହୋଇଥିଲା । ଏହି ପ୍ରସଙ୍ଗରେ ଯୁବରାଜ ସିଂ ନିଜ ପିତାଙ୍କ ଭାବନା ତାଙ୍କ ସହ ସମାନ ନୁହେଁ ବୋଲି କହିଛନ୍ତି ।

ଯୁବରାଜ ନିଜ ଟ୍ୱିଟର ପେଜରେ ଲେଖିଛନ୍ତି ଯେ, ସେ ଏହି ଦେଶର ମହାନ ପୁଅ । ତାଙ୍କର ଓ ପିତାଙ୍କର ବିଚାରଦାରା ସମ୍ପୂର୍ଣ୍ଣ ଭିନ୍ନ। ସେ ଚଳିତ ବର୍ଷ ନିଜ ଜନ୍ମଦିନ ପାଳନ କରିବା ବଦଳରେ ସରକାର ଓ କୃଷକଙ୍କ ମଧ୍ୟରେ ଚାଲିଥିବା ସଫଳ ହେଉ ବୋଲି ପ୍ରାର୍ଥନା କରିବେ । ଏପରିକି ସବୁ ସମସ୍ୟାକୁ ଶାନ୍ତିପୂର୍ଣ୍ଣ ଆଲୋଚନାରେ ସମାଦାନ କରିହେବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଯୋଗରାଜ କୃଷକଙ୍କ ଆନ୍ଦୋଳନର ସମର୍ଥନ କରିବାକୁ ଦିଲ୍ଲୀରେ ପହଁଚିଥିଲେ । ଏହି ସମୟରେ ସେ ଭାଷଣ ମଧ୍ୟ ଦେଇଥିଲେ । ଏହି ଭାଷଣରେ ସେ ଶବ୍ଦର ମର୍ଯ୍ୟାଦା ଭୁଲି ଯାଇଥିଲେ । ଏପରିକି ସେ ହିନ୍ଦୁଙ୍କୁ ଧୋକାବାଜ ବୋଲି କହିଥିଲେ । ତା’ ପରେ ହିଁ ସୋସିଆଲ ମିଡିଆରେ ତାଙ୍କୁ ଗିରଫ ପାଇଁ ଦାବି ଜୋର୍ ଧରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.