Below header

ଆସନ୍ତାକାଲିଠୁ ଆରମ୍ଭ ହେଉଛି ଆମେରିକା-ଭାରତ ମଧ୍ୟରେ ବିମାନ ଚଳାଚଳ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ

କରୋନା ସଙ୍କଟ ମଧ୍ୟରେ ଦୀର୍ଘ ଦିନ ଧରି ବନ୍ଦ ଥିବା ବିମାନ ସେବା ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। ଏନେଇ ଗୁରୁବାର ବିମାନ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଏୟାର ଫ୍ରାନ୍ସ ଏୟାରଲାଇନ୍‌ ଜୁଲାଇ ୧୮ରୁ ଅଗଷ୍ଟ ୧ ଯାଏଁ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଓ ପ୍ୟାରିସ ମଧ୍ୟରେ ୨୮ଟି ବିମାନ ଚଳାଚଳ କରିବ। ସେହିପରି ଆମେରିକାର ଏୟାରଲାଇନ୍ସ ମଧ୍ୟ ୧୭ରୁ ୩୧ ଜୁଲାଇ ମଧ୍ୟରେ ଭାରତକୁ ୧୮ଟି ବିମାନ ପଠାଇବ। ଏ ଅବସରରେ ପୁରୀ କହିଛନ୍ତି ଯେ ଆମେ ଜର୍ମାନୀ ଏୟାରଲାଇନ୍ସକୁ ମଧ୍ୟ ଭାରତକୁ ବିମାନ ଚଳାଚଳ କରିବାକୁ ଅନୁରୋଧ କରିଛୁ ଓ ଏନେଇ କାମ ଚାଲିଥିବା ସେ କହିଛନ୍ତି।

17 जुलाई से US-भारत और 18 जुलाई से ...

ସୂଚନାଯୋଗ୍ୟ ଯେ ବନ୍ଦେ ଭାରତ ମିଶନ ମାଧ୍ୟମରେ ଏବେ ଯାଏଁ ୨ ଲକ୍ଷ ୮୦ ହଜାର ଭାରତୀୟଙ୍କୁ ଏୟାର ଇଣ୍ଡିଆରେ ଭାରତ ଫେରାଇ ଅଣାଯାଇଛି। ଦୁବାଇ ଓ ୟୁଏଇରୁ ମଧ୍ୟ ଶତାଧିକ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଅଣାଯାଇଛି। ଏଥିସହ ଆମେରିକାରୁ ୩୦ ହଜାର ଭାରତୀୟଙ୍କୁ ଭାରତ ଅଣାଯାଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.