ଗର୍ଭାବସ୍ଥାରେ UPSC ପାସ୍ କଲେ ପ୍ରଜ୍ଞା ଜୈନ୍, ଅତି କଷ୍ଟକର ଥିଲା ଟ୍ରେନିଂ ; ପଢ଼ନ୍ତୁ ଏହି ପଞ୍ଜାବ ଆଇପିଏସ୍‌ଙ୍କ ଜୀବନର ସଂଘର୍ଷମୟ କାହାଣୀ

ଏହି ଦୁନିଆରେ ସବୁ ଲୋକଙ୍କର ରହିଛି ନିଜ ନିଜର ସ୍ୱତନ୍ତ୍ର ଧରଣର ସ୍ୱଭାବ ଏବଂ ବ୍ୟକ୍ତିତ୍ୱ । ସମସ୍ତଙ୍କ ପାଖରେ କିଛି ନା କିଛି ଭଲ ଗୁଣ ଥାଏ ଆଉ କିଛି ଖରାପ ଗୁଣ ବି ରହିଥାଏ। ଏହି ଗୁଣ କାରଣରୁ ହିଁ ଜଣେ ବ୍ୟକ୍ତି ଅନ୍ୟ ଜଣକ ଠାରୁ ଅଲଗା ହୋଇଯାନ୍ତି ଏବଂ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି।

ବ୍ୟକ୍ତିତ୍ୱର ନିର୍ମାଣ ଗୋଟେ ଦିନରେ ହୋଇନଥାଏ ଏହା ଏକ ନରିନ୍ତର ପ୍ରକ୍ରିୟା। ଏହାର ନିର୍ମାଣରେ ପରିବାର, ସମାଜ, ଶିକ୍ଷା, ଅନୁଭବ ଏବଂ ଚିନ୍ତାଧାରା ଆଦିର ବହୁତ ବଡ ଯୋଗଦାନ ରହିଥାଏ। ଆଜି ଆମେ ଆପଣଙ୍କୁ ଏମିତି ଏକ ପ୍ରେରଣାଦାୟୀ ଘଟଣା ବିଷୟରେ ଜଣାଇବାକୁ ଯାଉଛୁ। ଉତ୍ତର ପ୍ରଦେଶର ଏକ ଛୋଟ ବସ୍ତିରେ ରହୁଥିବା ଡା.ପ୍ରଜ୍ଞା ଜୈନଙ୍କର ଇଏ ହେଉଛି ଅଙ୍ଗେନିଭା କାହାଣୀ । ବିବାହ ପରେ ମଧ୍ୟ ନିଜ କ୍ୟାରିୟରକୁ ନିଜ ଠାରୁ ଅଲଗା କରିନଥିଲେ। ଗର୍ଭବତୀ ଥାଇ ବି ବିଶ୍ରାମ ନେବା ବଦଳରେ ସେ ୟୁପିଏସସି ପରୀକ୍ଷା ପାଇଁ ପଢ଼ାପଢ଼ି ଜାରି ରଖିଥିଲେ । ଆଉ ତୃତୀୟ ପ୍ରଚେଷ୍ଟାରେ ନିଜ ସ୍ୱପ୍ନକୁ ସାକାର କରି ପାରିଛନ୍ତି ପ୍ରଜ୍ଞା। ପୋଲିସ ସେବାର ଟ୍ରେନିଙ୍ଗ୍ ସମୟରେ ମଧ୍ୟ ସାହସ ହାରିନଥିଲେ । ସଫଳତାର ସହ ଟ୍ରେନିଙ୍ଗ ପୂରା କରି ପଞ୍ଜାବରେ ଆଇପିଏସ ଅଫିସର ହେଲେ।

prangyaନିଜ ସ୍ୱପ୍ନକୁ ସତ କରିବା ପାଇଁ ସେ କରିଥିବା ପ୍ରଚେଷ୍ଟା ବିଷୟରେ କହିଥିଲେ ଯେ ଗର୍ଭାବସ୍ଥାରେ ବେଡ ରେଷ୍ଟ ପାଇଁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ । ତେବେ ସେ ସଂଘର୍ଷ ଜାରି ରଖିଲେ ଓ ହାରି ନଥିଲେ। ନିଜ ଇଚ୍ଛା ଏବଂ ଉଚ୍ଚାଭିଳାଷ ରଖି ପରୀକ୍ଷା ଠାରୁ ନେଇ ସାକ୍ଷାତକାର ପର୍ଯ୍ୟନ୍ତ ସବୁଥିରେ ଉତ୍ତୀର୍ଣ୍ଣ ହୋଇଥିଲେ ।

ଗର୍ଭାବସ୍ଥାରେ ଚାଲିଥିଲା ପଢ଼ାପଢ଼ି ଓ ଟ୍ରେନିଂ । ପୁଣି ପିଲା ଜନ୍ମ ପରେ ବି ଜାରି ରହିଥିଲା ଏସବୁ । ପ୍ରଜ୍ଞା କହିଛନ୍ତି ଯେ ଟ୍ରେନିଙ୍ଗ୍ ସମୟରେ ଛଅ ମାସର ଝିଅକୁ ଘରେ ଛାଡି ଯିବା ମଧ୍ୟ ତାଙ୍କ ପକ୍ଷେ ବହୁତ କଷ୍ଟସାଧ୍ୟ ଥିଲା। ପୁଣି ପ୍ରେଗନାନ୍ସୀ ପରେ ଶାରୀରିକ ବ୍ୟାୟାମ ଯଥା ୧୬ କିମି ଦୌଡିବା, ସନ୍ତରଣ, ଅଶ୍ୱ ଚାଳନା ଆଦିରେ ସଫଳ ହେବା ମଧ୍ୟ ବହୁତ କିଛି କମ୍ କଥା ନଥିଲା । ସାଇକେଲିଂ ସମୟରେ ଦୁର୍ଘଟଣାରେ ଦୁଇ ହାତ ଗଣ୍ଠି ମଧ୍ୟ ଫ୍ରାକଚର ହୋଇଥିଲା। କିନ୍ତୁ ପ୍ରବଳ ଇଚ୍ଛା ଏବଂ ସକାରାତ୍ମକ ଭାବନା ତାଙ୍କୁ ଲକ୍ଷ୍ୟ ପଥରେ ଆଗେଇ ନେଇଥିଲା । ସେ ପଛଘୁଞ୍ଚା ଦେଇନଥିଲେ ।

ସେ ଆହୁରି କହିଛନ୍ତି ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ କିଛି ବିଶେଷତା ରହିଥାଏ । କିନ୍ତୁ ଏହି ସ୍ୱତନ୍ତ୍ର ଦକ୍ଷତା ସେତେବେଳ ବାହାରକୁ ଆସେ ଯେତେବେଳେ ନିଜର ଦୃଷ୍ଟିଭଙ୍ଗୀ ବଦଳେ । ଏହି ଦୃଷ୍ଟିଭଙ୍ଗୀ ଦ୍ୱାରା ହିଁ ସ୍ଥିର କରେ ଆମ ଜୀବନଟି କେଉଁ ଦିଗକୁ ଯିବା ଉଚିତ। ତାଙ୍କର ସବୁଠାରୁ ବଡ଼ ପରାମର୍ଶ ହେଉଛି, ‘ହାର ମାନ ନାହିଁ, ଖୁସିରେ ଆଗକୁ ବଢ଼। ଜୀବନ ଏହିଭଳି ଭାବେ ଗଡ଼ି ଚାଲିବ । ବାସ୍ ଆମକୁ କେବଳ ନିଜର ପରିଚୟ ସୃଷ୍ଟି କରିବାର ଅଛି।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.