ନିଜ ପେଟରୁ କାଟି ବୁଲା କୁକୁରକୁ ଖୁଆଇଲେ ଭିକାରୀ, ଲୋକେ କହିଲେ- ‘ହୃଦୟରୁ ଧନୀ’; ଦେଖନ୍ତୁ ଭିଡିଓ

ଟଙ୍କା ସବୁ କିଛି ହୋଇନଥାଏ। ଯଦି କାହାକୁ ସାହାଯ୍ୟ କରିବାକୁ ଇଚ୍ଛା ଅଛି ତେବେ ଆପଣ କୌଣସି ଉପାୟରେ ବି କରିପାରିବେ। ଏବେ ଏହି କଥାକୁ ସତ କରି ଦେଖାଇଛନ୍ତି ଜଣେ ଭିକାରୀ। ସୋସିଆଲ ମିଡିଆରେ ଏବେ ଏକ ଇମୋସନାଲ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଜଣେ ଭିକାରୀ ନିଜ ପ୍ଲେଟ୍‌ରୁ ଖାଦ୍ୟ ନେଇ ବୁଲା କୁକୁରଙ୍କୁ ଖୁଆଉଥିବା ଦେଖାଯାଇଛି। ଭିଡିଓରେ ଦେଖାଯାଉଥିବା ବୃଦ୍ଧ ଭିକାରୀଙ୍କ ଅବସ୍ଥା ଏତେ ସଙ୍ଗୀନ ଯେ ତାଙ୍କୁ ଖାଦ୍ୟ ଆବଶ୍ୟକ। ମାତ୍ର ସେ ସ୍ୱାର୍ଥପର ନହୋଇ ନିଜ ପେଟରୁ କାଟି ବୁଲା କୁକୁରଙ୍କୁ ଖାଇବାକୁ ଦେଉଛନ୍ତି। ଭିକାରୀଙ୍କ ଏହି ମହାନତା ପାଇଁ ତାଙ୍କୁ ସମସ୍ତେ ପ୍ରଶଂସା କରୁଥିବା ଦେଖାଯାଇଛି। ଏଥିସହ ଲୋକମାନେ ତାଙ୍କୁ ‘ହୃଦୟରୁ ଧନୀ’ ବୋଲି ମଧ୍ୟ କହିଛନ୍ତି।

ଦେଖନ୍ତୁ ଭିଡିଓ:

ଭିଡିଓଟିକୁ ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ ଅଫିସର ସୁଶାନ୍ତ ନନ୍ଦ ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି ‘କୌଣସି ବ୍ୟକ୍ତି ଟଙ୍କାରୁ ଧନୀ ଗରିବ ହୋଇନଥାଏ ବରଂ ହୃଦୟରୁ ଧନୀ ହୋଇଥାଏ’। ଭିଡିଓ ଦେଖିଲେ କିଛି ସମୟ ପାଇଁ ମନକୁ ଆସିବ ଯେ ଟଙ୍କା ରୋଜଗାର କରିବାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଆପଣ ଜଣେ ଭଲ ମଣିଷ ହେବା ଉଚିତ୍‌।

କିଛି ସମୟ ପୂର୍ବରୁ ସୁଶାନ୍ତ ଏହି ଭିଡିଓକୁ ସେୟାର କରିଛନ୍ତି। ଭିଡିଓକୁ ଲୋକମାନେ ଖୁବ୍‌ ପସନ୍ଦ କରିଛନ୍ତି। ମାତ୍ର କିଛି ଘଣ୍ଟା ମଧ୍ୟରେ ଭିଡିଓକୁ ୫୨ ହଜାରରୁ ଅଧିକ ଥର ଦେଖା ସରିଲାଣି। ଏବେ ଯାଏଁ ଏଥିରେ ୭ ହଜାରରୁ ଊର୍ଦ୍ଧ୍ୱ ଲାଇକ୍‌ ମିଳିଥିବା ବେଳେ ହଜାରେରୁ ଅଧିକ କମେଣ୍ଟ ଆସିଛି।

ଦେଖନ୍ତୁ ଭିଡିଓରେ ଆସିଥିବା କେତେକ କମେଣ୍ଟ…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.