Below header

ବିଜେଡି ନେତାଙ୍କୁ ନୂଆ ଦାୟିତ୍ୱ ବାଣ୍ଟିଲେ ସୁପ୍ରିମୋ, ୩୬ ସାଧାରଣ ସଂପାଦକଙ୍କୁ କଲେ ନିଯୁକ୍ତି

କେନ୍ୟୁଜ୍(ବ୍ୟୁରୋ):  ବିଜେଡି ନେତାଙ୍କୁ ନୂଆ ଦାୟିତ୍ୱ । ୩୬ ସାଧାରଣ ସଂପାଦକଙ୍କୁ ନିଯୁକ୍ତି ଦେଇଛନ୍ତି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁଶାନ୍ତ ସିଂଙ୍କୁ ସଶକ୍ତ ଓଡ଼ିଶାର ଦାୟିତ୍ୱ ପ୍ରଦାନ କରାଯାଇଛି। ଚନ୍ଦ୍ର ସାରଥୀ ବେହେରାଙ୍କୁ ଅନୁସୂଚିତ ଜାତି ଓ ସଶକ୍ତିକରଣ ଦାୟିତ୍ୱ ମିଳିଥିବା ବେଳେ ମନୋହର ରନ୍ଧାରୀଙ୍କୁ ସଶକ୍ତ ଓଡ଼ିଶା ଦାୟିତ୍ୱ ମିଳିଛି। ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କୁ ସାମାଜିକ ବିକାଶ, ସ୍ନେହାଙ୍ଗିନୀ ଛୁରିଆଙ୍କୁ ଅନୁସୂଚିତ ଜାତି ଓ ସଶକ୍ତିକରଣ, ଜଗନ୍ନାଥ ସାରକାଙ୍କୁ ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର ଦାୟିତ୍ୱ ମିଳିଛି।

ଆୟୁବ ଖାନଙ୍କୁ ସଂଖ୍ୟାଲଘୁ ବ୍ୟାପାର, ଦେବେଶ ଆଚାର୍ଯ୍ୟଙ୍କୁ ଓଡ଼ିଶା- ମୋ ପରିବାର, ଉମାକାନ୍ତ ସାମନ୍ତରାୟଙ୍କୁ ସାମାଜିକ ବିକାଶ, ବ୍ୟୋମକେଶ ରାୟଙ୍କୁ ଛାତ୍ର ବ୍ୟାପାର, ଅନନ୍ତ ନାରାୟଣ ଜେନାଙ୍କୁ ସଶକ୍ତ ଓଡିିଶା ଦାୟିତ୍ୱ ମିଳିଛି। ସେହିପରି ରାଜଶ୍ରୀ ମଲ୍ଲିକଙ୍କୁ ମହିଳା ସଶକ୍ତିକରଣ, ପ୍ରିୟଦର୍ଶୀ ମିଶ୍ରଙ୍କୁ କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ ଦାୟିତ୍ୱ ପ୍ରଦାନ କରାଯାଇଛି । ପ୍ରଣବ ବଳବନ୍ତରାୟଙ୍କୁ ଯୁବ ବ୍ୟାପାର, ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଆଞ୍ଚଳିକ ବିକାଶ ଦାୟିତ୍ୱ ମିଳିଛି। ଡ. ସସ୍ମିତ ପାତ୍ରଙ୍କୁ ଓଡ଼ିଶା- ମୋ ପରିବାର, ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ମହିଳା ସଶକ୍ତୀକରଣ ଦାୟିତ୍ୱ ପ୍ରଦାନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.