Below header

ଇମ୍ୟୁନିଟୀ ବଢ଼ାଇବା ପାଇଁ ରାତିରେ ପିଅନ୍ତୁ ଏହି ଡ୍ରିଙ୍କ୍‌, ସଂକ୍ରମଣ ରହିବ କୋଶେ ଦୂରରେ

ବର୍ଷା ଋତୁ ଆରମ୍ଭ ହୋଇଗଲାଣି ଆଉ ଏହି ସମୟରେ ଅନେକ ପ୍ରକାର ଭାଇରାଲ ସଂକ୍ରମଣର ଭୟ ରହିଥାଏ। ଏହି ଋତୁରେ ଆପଣ ଶୀଘ୍ର ଥଣ୍ଡା ଜ୍ୱରରେ ଆକ୍ରାନ୍ତ ହୋଇପଡନ୍ତି। ତେଣୁ ଯଦି ଶରୀରରର ରୋଗ ପ୍ରତିରୋଧକ ଶକ୍ତି ମଜବୁତ ରହିଥାଏ ତେବେ ଶରୀର ଏହି ସଂକ୍ରମଣର ଲକ୍ଷଣକୁ ରୋକିବାରେ ସକ୍ଷମ ହୋଇଯିବ। କରୋନ ଠାରୁ ରକ୍ଷା ପାଇବା ମଧ୍ୟ ଇମ୍ୟୁନିଟୀ ସିଷ୍ଟମକୁ ମଜବୁତ କରିବା ପାଇଁ ପରାମର୍ଶ ଦିଆଯାଉଛି।

ଏଥିପାଇଁ ଇମ୍ୟୁନିଟୀ ସିଷ୍ଟମକୁ ବୃଦ୍ଧି କରିବା ବହୁତ ଜରୁରୀ। ଆଜି ଆମେ ଆପଣଙ୍କୁ ଏକ ଏମିତି ଡ୍ରିଙ୍କ ବିଷୟରେ ଜଣାଇବୁ। ଯାହାକୁ ପିଇବା ଦ୍ୱାରା ଆପଣଙ୍କ ଇମ୍ୟୁନ ସିଷ୍ଟମ ମଜବୁତ ହେବ ଏବଂ ଆପଣ ସୁସ୍ଥ ରହିବେ। ଆଉ ଏହି ଡ୍ରିଙ୍କ ବନାଇବା ମଧ୍ୟ ବହୁତ ସହଜ।

ଆବଶ୍ୟକ ସାମଗ୍ରୀ

ପାଣିରେ ଭିଜା ହୋଇଥିବା ଶୁଖିଲା ଖଜରା – ୩ ରୁ ୪ଟି

ପାଣିରେ ଭିଜା ଯାଇଥଚିବା ବାଦାମ – ୪

କ୍ଷୀର – ଏକ ଗ୍ଲାସ

ପ୍ରସ୍ତୁତି ପ୍ରଣାଳୀ

  • ସର୍ବପ୍ରଥମେ ଭିଜାଇ ରଖିଥିବା ବାଦାମ ଏବଂ ଖଜରାକୁ ଗାଇଡିଂରେ ପକାଇ ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ। ଗ୍ରାଇଣ୍ଡରକୁ ଚଲାଇବା ପୂର୍ବରୁ ଗାଇଣ୍ଡରରେ କ୍ଷୀର ପକାଇ ଦିଅନ୍ତୁ।
  • ଗ୍ରାଇଣ୍ଡରକୁ ୩ ମିନିଟ ପର୍ଯ୍ୟନ୍ତ ଚଲାନ୍ତୁ। ତିନି ମିନିଟରେ ବାଦାମ ଏବଂ ଖଜରା ପେଷ୍ଟ ହୋଇଯିବ।
  • ଏବେ ଏହାକୁ ଗ୍ଲାସରେ ବାହାର କରନ୍ତୁ।
  • ଏବେ ଆପଣଙ୍କ ଡ୍ରିଙ୍କ୍‌ ପ୍ରସ୍ତୁତ ହୋଇଯାଇଛି। ଏବେ ଆପଣ ଏହି ଡ୍ରିଙ୍କକୁ ପିଇପାରିବେ।

ଆପଣ ଏହି ଡ୍ରିଙ୍କକୁ ସକାଳ ଜଳଖିଆରେ ବି ପିଇପାରିବେ। ରାତିରେ ଶୋଇବା ପୂର୍ବରୁ ବହୁତ ଲୋକଙ୍କୁ କ୍ଷୀର ପିଇବାର ଅଭ୍ୟାସ ଥାଏ। ସେମାନେ କ୍ଷୀର ବଦଳରେ ଏହି ଡ୍ରିଙ୍କକୁ ପିଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.