ତାଳଚେର: କାଠ ଫାଳିଆ ଓ ଶାବଳରେ ବାଡେଇ ବାପାକୁ ମିରିଦେଲେ ମା ଓ ଦୁଇ ଝିଅ, କାରଣ ଶୁଣିଲେ ମୁଣ୍ଡରେ ହାତ ଦେବେ

କେନ୍ୟୁଜ୍(ବ୍ୟୁରୋ): ପାରିବାରିକ କଳହର କରୁଣ ପରିଣତି। ସମାନ୍ୟ କଥା କଟାକଟିରୁ ବାପାକୁ ବାଡେଇ ବାଡେଇ ମାରିଦେଲେ ଦୁଇ ଝିଅ ଓ ସ୍ତ୍ରୀ। ଘଟଣା ଘଟିଛି ତାଳଚେର ସିଲିଂ ଗାଁରେ। ସୂଚନା ଅନୁସାରେ ସିଲିଂ ଗାଁର ସୁନନ୍ଦ ପ୍ରଧାନଙ୍କ ସହିତ ଆଜି ଭୋରରୁ ତାଙ୍କ ସ୍ତ୍ରୀ ଭାରତୀ ପ୍ରଧାନଙ୍କ ସହିତ କିଛି ବଚସା  ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଭାରତୀ ତାଙ୍କ ଦୁଇ ଯୁବତୀ ଝିଅ କାଠ ଫାଳିଆ ଓ ଶାବଳରେ ମାଡ ମାରି ମାରି ଜୀବନରୁ ମାରିଦେଇଥିଲେ। ପରେ ଘର ଛାଡି ଫେରାର ହୋଇଯାଇଥିଲେ।

talcher murder1

ସକାଳୁ ସାହି ପଡୋଶୀ ସୁନନ୍ଦଙ୍କ ଘରର ବଚସା  ଶୁଣି  ପୋଲିସକୁ ଖବର ଦେଇଥିଲେ । ପୋଲିସ ଘରେ ପହଞ୍ଚିବା ପରେ ସୁନନ୍ଦଙ୍କ ରକ୍ତ ଜୁଡୁବୁଡୁ ମରଶରୀରକୁ ଉଦ୍ଧାର କରିଥିଲା। ମାଡପିଟ ଏତେ ତ୍ରୀବ୍ର ଥିଲା ଯେ ଘରର କାନ୍ଥବାଡରେ ରାକ୍ତର ଛିଟା ଲାଗିଥିବାର ଦେଖିବାକୁ ମିଳିଥିଲା। ପରେ ହତ୍ୟା କରାଯାଇଥିବା କାଠ ଫାଳିଆ ଓ ଶାବଳକୁ ଜବତ କରିଛି। ତେବେ ହତ୍ୟାକାଣ୍ଡ ଘଟାଇଥିବା ପରେ ଫେରାର ହୋଇଯାଇଥିବା ହତ୍ୟାକାରିଣୀ ମା ଝିଅ ସମଲ ଥାନାରେ ଆତ୍ମସମର୍ପଣ କରିଥିବାର ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.