ଭୁବନେଶ୍ୱରରେ ଡରାଇଲାଣି କରୋନା : ୨୪ ଘଣ୍ଟାରେ ୬୦ ପଜେଟିଭ୍‌, ଲୋକାଲ କେସ୍‌ ୨୦, କଟକରେ ୧୯ ପଜିଟିଭ୍

ଭୁବନେଶ୍ୱର : ଭୁବନେଶ୍ୱରରେ କରୋନା ଏବେ କାୟା ମେଲାଇଲାଣି । ଗତ ୨୪ ଘଣ୍ଟାରେ ୬୦ କରୋନା ପଜେଟିଭ୍‌ କେସ୍‌ ବାହାରିଥିବା ବେଳେ ୨୦ କେବଳ ଲୋକାଲ କେସ୍‌ ରହିଛି । ୪୦ ଜଣ ଚିହ୍ନଟ ହୋଇଛନ୍ତି କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ । ଆଉ ୧୮ ଜଣ ଆଜି ସୁସ୍ଥ ହୋଇଛନ୍ତି । ଆଜି ସକାଳ ସୁଦ୍ଧା ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୧୯ରେ ପହଞ୍ଚିଛି । ମୋଟ୍‌ ୪୦୩ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ୍‌ କେସ୍‌ ରହିଛି ୫୦୪ ।

ଲୋକାଲ କେସ୍‌ ମଧ୍ୟରୁ ୟୁନିଟ୍‌ ୯ ଓ ଡୁମ୍‌ଡୁମା ରଘୁନାଥ ନଗର ଅଞ୍ଚଳରୁ ୪ ଲେଖାଏଁ ପଜେଟିଭ୍‌ କେସ୍‌ ମିଳିଥିବା ବେଳେ ପଟିଆ ନନ୍ଦନ ବିହାର ଓ ଚିନ୍ତାମଣେଶ୍ୱର ଅଞ୍ଚଳରୁ ୨ ଜଣ ଲେଖାଏଁ କରୋନା ପଜେଟିଭ ମିଳିଥିବା ଜଣାଯାଇଛି । ସେହିପରି ଭୋଇ ନଗର , ଖାରବେଳ ନଗର, ନୟାପଲ୍ଳୀ ଓ ବରମୁଣ୍ଡା ଅଞ୍ଚଳରୁ ଗୋଟିଏ ଲେଖାଏଁ ପଜେଟିଭ୍‌ କେସ୍‌ ଆସିଥିବା ଜଣାଯାଇଛି ।
ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଏ ପର୍ଯ୍ୟନ୍ତ ୧୧ ଜଣ ଲୋକଙ୍କର କରୋନାରେ ପ୍ରାଣହାନୀ ଘଟିଥିବା ବିଏମ୍ସି ସୂତ୍ରରୁ ଜଣାପଡ଼ିଛି ।

ସେହିପରି କଟକରେ ବି ଲାଗୁନି କରୋନା ବ୍ରେକ । CMC ଅଞ୍ଚଳରୁ ଆଜି ୧୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫ ସରକାରୀ କ୍ୱାରେଣ୍ଟାଇନ,୧୩ ହୋମ୍‌ କ୍ୱାରେଣ୍ଟାଇନ୍‌ ଏବଂ ପେଡ୍‌ କ୍ୱାରେଣ୍ଟାଇନ୍‌ରୁ ଜଣେ ପଜିଟିଭ ବାହାରିଛନ୍ତି । ଏଥିସହ କଟକ ସହରରେ ୩୧୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୫୦ଟି ଆକ୍ଟିଭ କେସ ରହିଥିବା ବେଳେ ୧୫୭ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୭ ଜଣଙ୍କ ଜୀବନ ନେଇଛି ଭୂତାଣୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.