ପାର୍ବଣରେ ସପିଙ୍ଗ୍ ପାଇଁ ହୋଇ ଯାଆନ୍ତୁ ପ୍ରସ୍ତୁତ, ୧୬ ଅକ୍ଟୋବରରୁ ପ୍ଲିପ୍କାର୍ଟର ବଡ଼ ସେଲ୍

ଭାରତରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି । ଏହି ଅବସରରେ ଇ-କମର୍ସ କମ୍ପାନୀ ଫ୍ଲିପ୍କାର୍ଟ ବିଗ୍ ବିଲିୟନ୍ ଡେଜ୍ ୨୦୨୦ ସେଲ୍ ୧୬ ଅକ୍ଟୋବରରୁ ଆରମ୍ଭ କରିବାକୁ ଯାଉଛି । ଏହି ସେଲ୍ ୨୧ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ଗ୍ରାହକଙ୍କୁ ବହୁତ କିଛି ଅଫର ଦିଆଯିବ ବୋଲି କମ୍ପାନୀ ଘୋଷଣା କରିଛି ।
ଫ୍ଲିପ୍କାର୍ଟ ଷ୍ଟେଟ୍ ବ୍ୟାଙ୍କ୍ ଇଣ୍ଡିଆ ସହ ଚୁକ୍ତି କରିଛି । ଏସ୍ବିଆଇ କାର୍ଡରେ କିଣୁଥିବା ଗ୍ରାହକଙ୍କୁ ୧୦ % ତତ୍କାଳ ରିହାତି ମିଳିବ । ଏହାଛଡା ଗ୍ରାହକଙ୍କୁ ଫ୍ଲିପ୍କାର୍ଟର ବିଗ୍ ବିଲିୟନ୍ ଅଫର ଅନୁଯାୟୀ ଅଧିକ ରିହାତି ମଧ୍ୟ ମିଳିବ ।
ଏସ୍ବିଆଇ କାର୍ଡ ତତ୍କାଳ ଡିସ୍କାଉଣ୍ଟ ସହିତ ଫ୍ଲିପ୍କାର୍ଟ ଗ୍ରାହକଙ୍କୁ ବଜାଜ୍ ଫିନ୍ସର୍ଭ ଇଏମ୍ଆଇ କାର୍ଡ ଏବଂ ଲିଡିଙ୍ଗ୍ ବ୍ୟାଙ୍କ୍ର କ୍ରେଡିଟ ଓ ଡେବିଟ୍ କାର୍ଡ ଉପରେ ବିନା ମୂଲ୍ୟର ଇଏମ୍ଆଇ ଅପ୍ସନ୍ ମଧ୍ୟ ମିଳିବ । ଏହାଛଡା ପେଟିଏମ୍ ବାଲାଟ୍ ଓ ପେଟିଏମ୍ UPI ମାଧ୍ୟମରେ ମଧ୍ୟ ପେମେଣ୍ଟ କରିପାରିବେ ।
ବିଗ୍ ବିଲିୟନ ଡେଜ୍ ୨୦୨୦ ସେଲ୍ରେ ଫ୍ଲିପ୍କାର୍ଟ ଦ୍ୱାରା ମୋବାଇଲ୍, ଟିଭି,ଇଲୋକ୍ଟ୍ରୋନିକ୍ସ, ଏକ୍ସେସିରିଜ ସହ ଅନ୍ୟ ଘରୋଇ ସାମଗ୍ରୀ ମଧ୍ୟ ମିଳିପାରିବ । ଏହାଛଡା କିଛି ନୂଆ ଜିନିଷ ମଧ୍ୟ ଲଞ୍ଚ ହେବ ବୋଲି କମ୍ପାନୀ କହିଛି । କମ୍ପାନୀ ଏଯାଏ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିନି । ସେଲ୍ ତାରିଖ ସହ ଅନ୍ୟ ସୂଚନା ଅକ୍ଟୋବର ୫ରେ ପ୍ରକାଶ କରିବ ବୋଲି ଜଣାପଡିଛି ।