Below header

 ଦେଶର ଅର୍ଥନୀତି ଉପରେ କୋଭିଡ଼ ମାଡ଼, ୨୦୨୦-୨୧ ଆର୍ଥିକ ବର୍ଷରେ ଅଭିବୃଦ୍ଧି ମାଇନସ ୭.୩ ପ୍ରତିଶତ

କେନ୍ୟୁଜ୍(ବ୍ୟୁରୋ):  ଦେଶର ଅର୍ଥନୀତି ଉପରେ କୋଭିଡ୍‌ ପ୍ରହାର। ୨୦୨୦-୨୧ ଆର୍ଥିକ ବର୍ଷରେ ଅଭିବୃଦ୍ଧି ମାଇନସ ୭.୩ ପ୍ରତିଶତ। ଯାହା ଗତ ୪୦ ବର୍ଷରେ ସର୍ବନିମ୍ନ । ୨୦୧୯-୨୦ରେ ଥିଲା ୪ ପ୍ରତିଶତ। କୋଭିଡ୍‌ ଯୋଗୁଁ ଅଭିବୃଦ୍ଧି ହ୍ରାସ ପୂର୍ବାନୁମାନ ଥିଲା। ଗତ ବର୍ଷ ମାର୍ଚ୍ଚ ଶେଷ ସପ୍ତାହରୁ ଜୁନ ଯାଏ ଲାଗିଥିଲା ଲକ୍‌ଡାଉନ୍‌। ଜୁଲାଇ ବେଳକୁ ଅନ୍‌ଲକ ଆରମ୍ଭ ହୋଇଥିଲା।

କୋଭିଡ୍‌ର ପ୍ରଭାବ ଅର୍ଥନୀତି ଉପରେ ପଡିଛି । ୨୦୨୦-୨୧ ଆର୍ଥିକ ବର୍ଷର ଏପ୍ରିଲ-ଜୁନରେ ଅଭିବୃଦ୍ଧି ମାଇନସ ୨୩.୯, ଜୁଲାଇ-ସେପ୍ଟେମ୍ବରରେ ମାଇନସ ୭.୫, ଅକ୍ଟୋବର-ଡିସେମ୍ବରରେ ୦.୪ ପ୍ରତିଶତ ରହିଛି। ୨୦୨୧ ଜାନୁଆରୀ-ମାର୍ଚ୍ଚ ମଧ୍ୟରେ ପ୍ରାୟ ସବୁ କିଛି ଖୋଲିଥିଲା। ତଥାପି ଅଭିବୃଦ୍ଧି ୧.୬ ପ୍ରତିଶତ ରହିଛି। ଏବେ ଚଳିତ ଆର୍ଥିକ ବର୍ଷରେ କିଛି ରାଜ୍ୟ ଏପ୍ରିଲରୁ ଆଉ କିଛି ରାଜ୍ୟ ମେ ମାସରୁ ଲକ୍‌ଡାଉନ ଲଗାଇଛନ୍ତି। ତେଣୁ ୨୦୨୧ରେ ଏପ୍ରିଲ-ଜୁନ୍‌ରେ ଅଭିବୃଦ୍ଧି ହ୍ରାସ ନେଇ ଆଶଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.