ଅଷ୍ଟ୍ରେଲିଆନ କ୍ରିକେଟର ମେଗନ ସ୍କଟଙ୍କ ଫିମେଲ ପାର୍ଟନର ହେଲେ ଗର୍ଭବତୀ, ୨ ବର୍ଷ ପୂର୍ବେ ହୋଇଥିଲା ବିବାହ

ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମର ଷ୍ଟାର ବୋଲର ମେଗନ ସ୍କଟଙ୍କ ଘରେ ଖୁସିର ଲହରୀ। ମେଗନ ଘୋଷଣା କରିଛନ୍ତି କି, ଖୁବଶୀଘ୍ର ତାଙ୍କ ଘରେ କୁଆଁ କୁଆଁ ଡାକ ଶୁଭିବ। ସେ ଟ୍ୱିଟରରେ ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ଜେସ ଆଉ ମୁଁ ବହୁତ ଉତ୍ସାହିତ ଅଛୁ। ଜେସ ଏହି କଥାରେ ଖୁସି ଅଛନ୍ତି କି, ସେ ମୋର ଛୋଟ ରୂପକୁ କ୍ୟାରୀ କରିଛନ୍ତି। ସେ ବହୁତ ଲକୀ’।

ସୂଚନାଥାଉ କି, ମେଗନ ସ୍କଟ ୩୧ ମାର୍ଚ୍ଚ ୨୦୨୧ରେ ନିଜ ଫିମେଲ ପାର୍ଟନର ଜେସ ହୋଲିଓକଙ୍କୁ ବିବାହ କରିଥିଲେ। ଏ ନେଇ ସେ ଟ୍ୱିଟରରେ ହିଁ ସୂଚନା ଦେଇଥିଲେ। ସେ ଲେଖିଥିଲେ କି, ଏହା ତାଙ୍କ ଜୀବନର ସବୁଠାରୁ ଭଲ ଦିନ।

ମେଗନ ଖୁସି ବ୍ୟକ୍ତ କରି ଇନଷ୍ଟାଗ୍ରାମରେ ମଧ୍ୟ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ଏକ ବୋର୍ଡ ଦେଖିବାକୁ ମିଳୁଛି। ସେଥିରେ ଲେଖା ହୋଇଛି କି, ‘ବେବୀ ଶୁଟ ଅନ ଦ ୱେ। ଡ୍ୟୁ ଅର୍ଲି ନଭେମ୍ବର’। ଏହି ଫଟୋରେ ତାଙ୍କ ବିଲେଇ, କୁକୁରଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। ସେପଟେ ତାଙ୍କର ଜଣେ ଫ୍ୟାନ ଲେଖିଛନ୍ତି, ‘ଶୁଭେଚ୍ଛା। ଏହା କେତେ ଅଦ୍ଭୁତ ଖବର’।

 

View this post on Instagram

 

A post shared by Megan Schutt (@megan_schutt3)

 

View this post on Instagram

 

A post shared by Megan Schutt (@megan_schutt3)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.