ଭଦ୍ରକ: ୩୬ ହଜାର ଟଙ୍କା ଡିପୋଜିଡ୍‌ ବେଳେ ବାହାରିଲା ୭ ଖଣ୍ଡ ନକଲି ୫ଶହ ଟଙ୍କିଆ ନୋଟ, ଡିପୋଜିଟରକୁ ପୋଲିସର ପଚରାଉଚରା

ବାସୁଦେବପୁର(କେନ୍ୟୁଜ୍):  ଭଦ୍ରକ ଜିଲ୍ଲା ବାସୁଦେବପୁର ଷ୍ଟେଟ୍‌ ବ୍ଯାଙ୍କରୁ ଆଜି ଜଣେ ଗ୍ରାହକଙ୍କ ନିକଟରୁ ୭ ଖଣ୍ଡ ଜାଲ ନୋଟ୍‌ ବାହାରିବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଯୁବକ ହେଲେ ବାସୁଦେବପୁର ମ୍ୟୁନିସପାଲିଟି  ସ୍ଥିତ ରାଧାନାଥପୁର ଆଡିଆ ଗ୍ରାମର ରାଜାରାମ ବେହେରା ବୋଲି ଜଣାପଡିଛି।

ରାଜାରାମ ଆଜି ବ୍ଯାଙ୍କୁ ୩୬ ହଜାର ଟଙ୍କା ଡିପୋଜିଡ୍‌ କରିବାକୁ ଆସିଥିଲେ। ହେଲେ ଏହି ଟଙ୍କା ମଧ୍ୟରୁ ୭ ଖଣ୍ଡ ୫୦୦ ଟଙ୍କିଆ ଜାଲନୋଟ ବାହାରିଥିଲା। ପରେ ବ୍ଯାଙ୍କର ମ୍ଯାନେଜର ପୋଲିସକୁ ଖବର କରିଥିଲେ। ପୋଲିସ ପହଞ୍ଚି ରାଜାରାମକୁ ଥାନାକୁ ନେଇ ଆସିଥିବାବେଳେ ଉକ୍ତ ଟଙ୍କା ସମ୍ପର୍କରେ ପଚରା ଉଚରା କରିଥିଲେ। ଅନ୍ଯପକ୍ଷରେ ରାଜାରାମ ଏହି ଟଙ୍କା ଧାନ ବିକ୍ରି କରି ବିକ୍ରି କରିଥିବା ସ୍ୱୟଂସହାୟିକା ଗୋଷ୍ଠୀ ନିକଟରୁ  ଆଣିଥିବା ପ୍ରକାଶ  କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.