Below header

ମୟୂରଭଞ୍ଜ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସା ଅବ୍ୟବସ୍ଥା ଭିଡିଓ ଭାଇରାଲ ଘଟଣା: ସ୍ପଷ୍ଟୀକରଣ ରଖିଲେ ଜିଲ୍ଲାପାଳ

ମୟୂରଭଞ୍ଜ(କେନ୍ୟୁଜ୍):ମୟୂରଭଞ୍ଜ କୋଭିଡ୍‌ ହସ୍ପିଟାଲରେ ରୋଗୀ ଚିକିତ୍ସାରେ ଅବ୍ୟବସ୍ଥା ସମ୍ପର୍କରେ ସୋସିଆଲ୍‌ ମିଡିଆରେ ଅଭିଯୋଗ ଉପରେ ସ୍ପଷ୍ଟୀକରଣ କରିଛନ୍ତି ଜିଲ୍ଲାପାଳ । ଘଟଣାର ତଦନ୍ତ ପରେ ଅଭିଯୋଗକୁ ମିଥ୍ୟା ଓ ଅମୂଳକ କହିଛନ୍ତି । ସ୍ଥିତି ଅନୁଧ୍ୟାନ ପାଇଁ କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କରିଥିଲେ ଜିଲ୍ଲାପାଳ, ଏଡିଏମ୍‌, ପିଏଆଇଟିଡିଏ ଓ ସିଡିଏମଓ । ରୋଗୀ ଚିକିତ୍ସା, ଅକ୍ସିଜେନ୍‌ ଦେବା, ଖାଦ୍ୟ ବ୍ୟବସ୍ଥା, ସଫେଇ ସହ ହେଲପ୍‌ ଡେସ୍କ କେମିତି କାମ କରୁଛି ଅନୁଧ୍ୟାନ କରିଥିଲେ ପ୍ରଶାସନିକ ଅଧିକାରୀ । ଏହାସହ ଜିଲ୍ଲାପାଳ ଓ୍ଵାର୍ଡ ବୁଲିବା ସହ ରୋଗୀଙ୍କ ସହ କଥା ହୋଇଥିଲେ । ହସ୍ପିଟାଲରେ ଚିକିତ୍ସାକୁ ନେଇ ସମସ୍ତ ରୋଗୀ ସନ୍ତୋଷ ପ୍ରକାଶ କରିଥିବା କହିଛନ୍ତି ଜିଲ୍ଲାପାଳ ।

ଯେଉଁ ରୋଗୀଙ୍କୁ ଅବହେଳା ନେଇ ଅଭିଯୋଗ ଆସିଥିଲା ତାଙ୍କର ସ୍ନାୟୁଗତ ସମସ୍ୟା ଥିଲା । ଜଣେ ନିଶାଗ୍ରସ୍ତ ଲୋକଙ୍କୁ ହଠାତ୍‌ ନିଶା ନମିଳିଲେ ଯେଉଁ ଲକ୍ଷଣ ଦେଖାଦିଏ ସଂପୃକ୍ତ ରୋଗୀଙ୍କ ପାଖରେ ସେଇ ସମସ୍ୟା ଦେଖାଦେଇଥିଲା । ଯତ୍ନର ସହକାରେ ଷ୍ଟାଫ୍‌ମାନେ ତାଙ୍କୁ ବାରମ୍ବାର ବେଡକୁ ନେଇଥିଲେ । ହସ୍ପିଟାଲର ସମସ୍ତ ଡାକ୍ତର, ନର୍ସ ଓ ପ୍ରଶାସନିକ କର୍ମଚାରୀ ଦିନ ରାତି ଏକ କରି, ଜୀବନରୁ ବାଜି ଲଗାଇ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ନେଇ ନିଜକୁ ନିୟୋଜିତ କରିଛନ୍ତି । ଏଠାରେ ଭର୍ତ୍ତି ହୋଇଥିବା ସମସ୍ତ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଓ ସେବା ଯୋଗାଇ ଦିଆଯାଉଥିବା ମୟୂରଭଞ୍ଜ ଜିଲ୍ଲାପାଳ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.