ବିଦ୍ୟା ବାଲନ ଅଭିନୀତ ଫିଲ୍ମ ‘ଶେରନୀ’ର ଟିଜର ଆଉଟ, କ’ଣ ବାଘୁଣୀର ଗର୍ଜନ ଶୁଣିବାକୁ ପ୍ରସ୍ତୁତ ଅଛନ୍ତି?

ଅଭିନେତ୍ରୀ ବିଦ୍ୟା ବାଲନ ସୋମବାର ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ଆଗାମୀ ଫିଲ୍ମ ‘ଶେରନୀ’ର ଟିଜର ଜାରି କରିଛନ୍ତି। ଅଭିନେତ୍ରୀ ଫିଲ୍ମର ପ୍ରଥମ କ୍ଲିପ ସହିତ କ୍ୟାପସନରେ ଲେଖିଛନ୍ତି, ‘ଏକ ବାଘୁଣୀ ସବୁବେଳେ ରାସ୍ତା ଜାଣିଥାଏ। ବାଘୁଣୀର ଗର୍ଜନ ଶୁଣିବାକୁ ପ୍ରସ୍ତୁତ ଅଛନ୍ତି? ଏହା ଅଫିସିଆଲ ଟିଜର। ୨ ଜୁନରେ ଟ୍ରେଲର ଆଉଟ ହେବ’।

ବିଦ୍ୟାଙ୍କ ଭଏସ ଓଭର ଥିବା ଟିଜରରେ ଦେଖିବାକୁ ମିଳୁଛି କି, ଜଣେ ବନ ଅଧିକାରୀର ଭୂମିକା ନିଭାଇଥିବା ଅଭିନେତ୍ରୀ ନିଜ ଟିମ ସହିତ ଜଙ୍ଗଲରେ କିଛି ଖୋଜୁଛନ୍ତି। ଏହି ସମୟରେ ବ୍ୟାକଗ୍ରାଉଣ୍ଡରେ ବାଜୁଛି, ‘ଜଙ୍ଗଲ ଯେତେ ବି ଘନ ହେଇଥାଉ ନା କାହିଁକି, ଶେରନୀ ନିଜ ରାସ୍ତା ଖୋଜି ହିଁ ବାହାର କରି ଦେଇଥାଏ’।

ଫିଲ୍ମ ‘ଶେରନୀ’ର ନିର୍ଦ୍ଦେଶନା ଅମିତ ମସୁରକର ଦେଇଥିବା ବେଳେ ଏଥିରେ ନିରଜ କାବି, ବିଜୟ ରାଜ, ଶରତ ସକ୍ସେନା, ମୁକୁଲ ଚଢ଼ା, ବୃଜେନ୍ଦ୍ର କଲା ଓ ଇଲା ଅରୁଣ ପ୍ରମୁଖ କଳାକାରଙ୍କୁ ଦେଖିବାକୁ ମିଳିବ। ଫିଲ୍ମ ଆମାଜନ ପ୍ରାଇମ ଭିଡିଓରେ ଡିଜିଟାଲ ରିଲିଜ ପାଇଁ ନିର୍ଦ୍ଧାରିତ ରହିଛି।

video courtesy: Amazon Prime Video India

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.