Below header

ରାଜ୍ୟରେ ଆଜି ଆଉ ୧୦୪୦୫ କରୋନା ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୪୪୯ ଜଣ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଆଜି ଆଉ ୧୦୪୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୬ ଲକ୍ଷ ୮୦ ହଜାର ୯୩୨ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।

ସ୍ବାସ୍ଥ୍ୟ ବିଭାଗ ଟ୍ବିଟ ଅନୁସାରେ  ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୪୪୯ ଜଣ ସୁସ୍ଥ ହୋଇଥିବାବେଳେ କଟକ ଜିଲ୍ଲାରେ ୯୫୪ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଅନୁଗୁଳରେ ୯୦୮, ସୁନ୍ଦରଗଡ଼ରେ ୭୦୫, ମୟୂରଭଞ୍ଜରେ ୫୬୪, ଯ଼ାଜପୁରରେ ୪୯୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷରେ ଭଦ୍ରକରେ ୪୮୨, ପୁରୀରେ ୪୭୨, ସମ୍ବଲପୁରରେ ୩୫୪, ବରଗଡ଼ରେ ୩୩୧ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଜଗତସିଂହପୁରରେ ୩୦୯, କେନ୍ଦ୍ରାପଡ଼ାରେ ୩୦୫, ବଲାଙ୍ଗୀରରେ ୨୭୪, ନବରଂଗପୁରରେ ୨୫୫, କୋରାପୁଟରେ ୨୫୧,ଗଞ୍ଜାମରେ ୨୪୨, ବୌଦ୍ଧରେ ୨୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.