Below header

Indian oilର ଦମଦାର ଘୋଷଣା : ଭୋଟ ଦେବା ପରେ ମିଳିବ ରିହାତି ପେଟ୍ରୋଲ, ଜାଣନ୍ତୁ ସଂପୂର୍ଣ୍ଣ ଅଫର

ଏବେ ସାରା ଦେଶରେ ୨୦୧୯ର ଲୋକସଭା ନିର୍ବାଚନ ପାଇଁ ଖୁବ ଜୋରସୋରରେ ପ୍ରସ୍ତୁତି ହେଉଛି। ତେବେ ପୂର୍ବ ନିର୍ବାଚନ ତୁଳନାରେ ଚଳିତଥରର ନିର୍ବାଚନ ଖୁବ ଭିନ୍ନ ହେବ ବୋଲି କୁହାଯାଉଛି। ଏନେଇ ଅଧିକ ରୁ ଅଧିକ ଜନତା ଯେପରି ଭୋଟ ଦେବେ ସେ ନେଇ ବିଭିନ୍ନ ପ୍ରକାରର ଯୋଜନା ମଧ୍ୟ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ନିକଟରୁ ଆରମ୍ଭ କରି କଳାକାର ଏବଂ ଖେଳାଳି ସମସ୍ତେ ଅଧିକ ମତଦାନ କରିବା ନେଇ ସମସ୍ତଙ୍କୁ ଅନୁରୋଧ କରୁଛନ୍ତି। ଏହି ଅନୁରୋଧ ପ୍ରକ୍ରିୟାରେ ଭାରତୀୟ ପେଟ୍ରୋଲ ପମ୍ପ ଆସୋସିଏସନ୍ ସମିଲ ହେବା ସହ ଘୋଷଣା କରିଛି ଏକ ବଢ଼ିଆ ଅଫର।

vote

ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍ ଦ୍ବାରା ନିଆଯାଇଥିବା ନିର୍ଣ୍ଣୟ ଅନୁଯାୟୀ, ନିର୍ବାଚନ ଦିନ ଭୋଟ ଦେଇ ପେଟ୍ରୋଲ ପମ୍ପରେ ପହଞ୍ଚିବା ଦ୍ବାରା ଗ୍ରାହକଙ୍କୁ ପେଟ୍ରୋଲ ଏବଂ ଡିଜେଲ ପିଛା ୫୦ ପଇସା ରିହାତି ମିଳିବ। ଏଥିପାଇଁ ଅଲ ଇଣ୍ଡିଆ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍ ପ୍ରଚାର ମଧ୍ୟ ଆରମ୍ଭ କରିଛି।

ଘୋଷଣା ଅନୁଯାୟୀ, ସ୍କିମ୍ ଅନ୍ତର୍ଗତ ଆସୁଥିବା ସମସ୍ତ ପେଟ୍ରୋଲ ପମ୍ପ ସକାଳ ୮ଟା ରୁ ସନ୍ଧ୍ୟା ୮ଟା ପର‌୍ୟ୍ୟନ୍ତ ଖୋଲା ରହିବ। ଏହି ଅଫର ପାଇଁ ଗ୍ରାହକଙ୍କ ହାତରେ ଭୋଟିଂର କାଳି ରଙ୍ଗ ଥିବା ଆବଶ୍ୟକ। ଅଫର ଅନୁଯାୟୀ, ଭୋଟ ଦେଇ ଫେରୁଥିବା ଗ୍ରାହକଙ୍କୁ ଲିଟର ପିଛା ୫୦ପଇସା ରିହାତି ମିଳିବ। ତଥା ଏହି ଅଫରରେ ଆପଣ ୨୦ ଲିଟର ପର‌୍ୟ୍ୟନ୍ତ ତେଲ କିଣିପାରିବେ।

PETROL

ସୂଚନାମୁତାବକ, ଏହି ଅଫରରେ ଦେଶର ୯୦ପ୍ରତିଶତ ପର‌୍ୟ୍ୟନ୍ତ ଡିଲର ସାମିଲ ହେବେ। କହିବାକୁ ଚାହିଁବୁ ଇଣ୍ଡିଆନ ଅଏଲ କର୍ପୋରେସନ ଅନ୍ତର୍ଗତ ୫୮,୦୦୦ଟି ଡିଲର ରହିଛନ୍ତି। ତେବେ ଏହି ଅଫରର ଖର୍ଚ୍ଚ ତେଲ କମ୍ପାନୀ ନୁହଁ ବରଂ ଡିଲର୍ସ୍ ମାନେ ଉଠାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.